ଆପଣ ଫୋନ୍ ପେ ’, ଗୁଗଲ୍ ପେ ’ କିମ୍ବା ପେଟିଏମ୍ ବ୍ୟବହାର କରୁଛନ୍ତି କି? ତେବେ ଏହି ଖବର ଆପଣଙ୍କ ପାଇଁ। ପେମେଣ୍ଟ୍ ସିଷ୍ଟମ୍ରେ UPI କରିଛି ବଡ ପରିବର୍ତ୍ତନ। ଆଉ କାମ ଦେବନି P2P ଫିଚର୍। ଅର୍ଥାତ୍ ଆପଣ ଆଉ ସିଧାସଳଖ ଟଙ୍କା ପଠାଇ ପାରିବେ ନାହିଁ।
ଆପଣ ଫୋନ୍ ପେ ’, ଗୁଗଲ୍ ପେ ’ କିମ୍ବା ପେଟିଏମ୍ ବ୍ୟବହାର କରୁଛନ୍ତି କି? ତେବେ ଏହି ଖବର ଆପଣଙ୍କ ପାଇଁ। ପେମେଣ୍ଟ୍ ସିଷ୍ଟମ୍ରେ UPI କରିଛି ବଡ ପରିବର୍ତ୍ତନ। ଆଉ କାମ ଦେବନି P2P ଫିଚର୍। ଆର୍ଥିକ ଠକେଇରୁ ବଞ୍ଚିବା ପାଇଁ ନ୍ୟାସ୍ନାଲ୍ ପେମେଣ୍ଟ୍ସ କର୍ପୋରେସନ ଅଫ୍ ଇଣ୍ଡିଆ ବା NPCI ପେମେଣ୍ଟ୍ ଆପ୍ ମାଧ୍ୟମରେ ଟଙ୍କା ମାଗିବାର ସୁବିଧା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।
UPIରେ ଥିବା P2P ସିଷ୍ଟମକୁ ବହୁଳ ଭାବରେ ବ୍ୟବହାର କରାଯାଏ। ଏହି ଫିଚରର ବ୍ୟବହାର ୟୁପିଆଇ ଆକାଉଣ୍ଟ ହୋଲ୍ଡର୍ସଙ୍କୁ ଟଙ୍କା ପଠାଇବା ପାଇଁ କରାଯାଏ। ତେବେ ୟୁଜର୍ସ ସିକ୍ୟୁରିଟିକୁ ମଜବୁତ କରିବା ଏବଂ ଆର୍ଥିକ ଠକେଇକୁ କମ କରିବା ପାଇଁ ଏହି ଫିଚରକୁ ହଟାଯାଉଛି। ୧ ଅକ୍ଟୋବର ୨୦୨୫ରୁ ଏହା ଆଉ କାମ କରିବ ନାହିଁ।
ପୂର୍ବରୁ, ୨୯ ଜୁଲାଇର ଏକ ସର୍କୁଲାରରେ NPCI କହିଥିଲା ଯେ ୧ ଅକ୍ଟୋବର ୨୦୨୫ ଠାରୁ, UPIରେ P2P ‘ସଂଗ୍ରହ’ ପ୍ରକ୍ରିୟାକୁ ଆଉ ଅନୁମତି ଦିଆଯିବ ନାହିଁ। ଏହାର ମାନେ ବ୍ୟାଙ୍କ୍ ଏବଂ ପେମେଣ୍ଟ ଆପ୍ସରୁ ‘କଲେକ୍ଟ ରିକ୍ୱେଷ୍ଟ’ ସର୍ଭିସ ପୂରା ହଟାଇ ଦିଆଯିବ।
Also Read
ଅନେନ ସମୟରେ ଦେଖାଯାଇଛି ଯେ ଠକମାନେ ୟୁଜର୍ସଙ୍କୁ ଫେକ୍ UPI ରିକ୍ୱେଷ୍ଟ ପଠାଇ, ଏମରଜେନ୍ସି ନାଁରେ ଟଙ୍କା ମାଗି ନେଉଛନ୍ତି। ଏହି କାରଣରୁ ଲୋକଙ୍କ ଫ୍ରଡ୍ରୁ ବଞ୍ଚାଇବା ପାଇଁ NPCI ଏହି ବଡ ନିଷ୍ପତ୍ତି ନେଇଛି ଆଉ ଏହି ଫିଚର୍ସକୁ ବନ୍ଦ କରିବାକୁଯାଉଛି।
ତେବେ ଏହି ଫିଚର ବନ୍ଦ ହୋଇଯିବା ପରେ ଆପଣ ଅନ୍ୟ ଉପାୟରେ ଟଙ୍କା ପଠାଇ ପାରିବେ। ଏନେଇ ୧ ଅକ୍ଟୋବରରୁ କେବଳ UPI ପିନ ବ୍ୟବହାର କରି QR କୋଡ୍ କିମ୍ବା ଫୋନ ନମ୍ବର ଉପରେ ନିର୍ଭର କରିବାକୁ ହେବ। ଆଉ କୌଣସି ମାଧ୍ୟମରେ UPI ପେମେଣ୍ଟ ହେବ ନାହିଁ।
ତେବେ ଏହି ନୂଆ ନିୟମ Flipkart, Amazon, Swiggy ଏବଂ IRCTC ଭଳି କାରବାରକୁ ପ୍ରଭାବିତ କରିବ ନାହିଁ। ଏହି ପ୍ଲାଟଫର୍ମଗୁଡ଼ିକୁ ପେମେଣ୍ଟ କରିବା ନେଇ ଏକ କଲେକ୍ସନ ରିକ୍ୱେଷ୍ଟ ସେୟାର କରିବାକୁ ପଡିବ।




