ସଚିନ ତେନ୍ଦୁଲକରଙ୍କ ଏହି ପରାମର୍ଶ ବୀରେନ୍ଦ୍ର ସେହୱାଗଙ୍କ ପାଇଁ ସହାୟକ ହୋଇଥିଲା । ସେହୱାଗ ଏହା ପର ସିରିଜରେ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ବହୁତ ରନ କରିଥିଲେ । ଯାହାଫଳରେ ସେ ପୁଣି ଥରେ ଦଳର ଉପ-ଅଧିନାୟକ ମଧ୍ୟ ହୋଇଥିଲେ ।
ବିରେନ୍ଦ୍ର ସେହଓ୍ବାଗ୍ । ଭାରତୀୟ କ୍ରିକେଟର ଜଣେ ପରିଚିତ ନାଁ । ଟିମ୍ ଇଣ୍ଡିଆର ପୂର୍ବତନ ବିସ୍ଫୋରକ ଓପନର ଭାବେ ସେ ଥିଲେ ବେଶ୍ ଜଣାଶୁଣା । ଭାରତ ୨୦୧୧ ଦିନିକିଆ ବିଶ୍ବକପ୍ ଜିତିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ ସେହଓ୍ବାଗ୍ । ତେବେ ବହୁ ବର୍ଷ ପରେ ସେ ଏବେ ନିଜ କ୍ୟାରିୟରକୁ ନେଇ କରିଛନ୍ତି ବଡ଼ ଖୁଲାସା ।
ସେହୱାଗ କହିଛନ୍ତି, ୨୦୦୮ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷ ତ୍ରିକୋଣୀୟ ସିରିଜ ସମୟରେ ମହେନ୍ଦ୍ର ସିଂହ ଧୋନୀ ତାଙ୍କୁ ଦଳରୁ ବାହାର କରିଦେଇଥିଲେ । ଯାହା ପରେ ସେ ଅବସର ନେବାକୁ ଚିନ୍ତା କରିଥିଲେ । ହେଲେ ସଚିନ ତେନ୍ଦୁଲକରଙ୍କ ପରାମର୍ଶ ପାଇଁ ହିଁ ସେ ୨୦୧୧ ଦିନିକିଆ ବିଶ୍ୱକପରେ ଅଂଶଗ୍ରହଣ କରିପାରିଥିଲେ ।
virendra
Also Read
ବିରେନ୍ଦ୍ର ସେହୱାଗ ଏକ ସାକ୍ଷାତକାରରେ କହିଛନ୍ତି, ମୁଁ ୨୦୦୭-୦୮ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ପ୍ରଥମ ତିନୋଟି ମ୍ୟାଚ୍ ଖେଳିଥିଲି । ତା’ପରେ କ୍ୟାପଟେନ୍ ଏମଏସ ଧୋନି ମୋତେ ଦଳରୁ ବାହାର କରିଦେଇଥିଲେ । ଏହା ପରେ, ମୋତେ କିଛି ସମୟ ପାଇଁ ଦଳରେ ଚୟନ କରାଯାଇ ନଥିଲା । ପରେ ମୁଁ ଅନୁଭବ କଲି ଯେ ଯଦି ମୁଁ ଚୁଡ଼ାନ୍ତ ଏକାଦଶରେ ରହିପାରିବିନି, ତେବେ ଦିନିକିଆ କ୍ରିକେଟ୍ ଖେଳିବାର କୌଣସି ଅର୍ଥ ନାହିଁ।
ଏହାପରେ ମୁଁ ସଚିନ ତେନ୍ଦୁଲକରଙ୍କ ପାଖକୁ ଯାଇ ତାଙ୍କୁ କହିଲି ଯେ ମୁଁ ଦିନିକିଆରୁ ଅବସର ନେବାକୁ ଚାହୁଁଛି । ସଚିନ କହିଥିଲେ, ସେ ମଧ୍ୟ ୧୯୯୯-୨୦୦୦ ରେ ସମାନ ସ୍ଥିତି ଦେଖିଥିଲେ । ସେ ମଧ୍ୟ ଅବସର ନେବାକୁ ଚିନ୍ତା କରୁଥିଲେ । କିନ୍ତୁ ତା ପରେ ସେହି ସମୟ ଚାଲିଗଲା । ସଚିନ ମୋତେ କହିଥିଲେ ଯେ ଭାବପ୍ରବଣ ଭାବରେ କୌଣସି ବଡ଼ ନିଷ୍ପତ୍ତି ନିଅ ନାହିଁ । ସମୟ ନିଅ ଏବଂ ତା’ପରେ ଚିନ୍ତା କର।’
virendra
ଆଉ ସଚିନ ତେନ୍ଦୁଲକରଙ୍କ ଏହି ପରାମର୍ଶ ବୀରେନ୍ଦ୍ର ସେହୱାଗଙ୍କ ପାଇଁ ସହାୟକ ହୋଇଥିଲା । ସେହୱାଗ ଏହା ପର ସିରିଜରେ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ବହୁତ ରନ କରିଥିଲେ । ଯାହାଫଳରେ ସେ ପୁଣି ଥରେ ଦଳର ଉପ-ଅଧିନାୟକ ମଧ୍ୟ ହୋଇଥିଲେ । ଏହା ସହ ସେ ୨୦୧୧ ବିଶ୍ବକପ୍ ବିଜେତା ଦଳର ସଦସ୍ୟ ମଧ୍ୟ ଥିଲେ । ଏବଂ ଭାରତକୁ ବିଶ୍ବକପ୍ ଜିତାଇବାରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ମଧ୍ୟ ତୁଲାଇଥିଲେ ।
ବିରେନ୍ଦ୍ର ସେହୱାଗ ଭାରତୀୟ ଦଳ ପାଇଁ ତାଙ୍କର ଶେଷ ମ୍ୟାଚ୍ ମାର୍ଚ୍ଚ ୨୦୧୩ ରେ ହାଇଦ୍ରାବାଦରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ, ଯାହା ଏକ ଟେଷ୍ଟ ମ୍ୟାଚ୍ ଥିଲା । ୨୦ ଅକ୍ଟୋବର ୨୦୧୫ ରେ ତାଙ୍କ ଜନ୍ମଦିନରେ ସେହୱାଗ କ୍ରିକେଟରୁ ଅବସର ଘୋଷଣା କରିଥିଲେ ।




