Alaska Talks:କଥା ଶୁଣିଲେନି ପୁଟିନ୍ ! ନିରାଶ ହେଲେ ଆମେରିକା ରାଷ୍ଟ୍ରପତି

alaska-talks:କଥା-ଶୁଣିଲେନି-ପୁଟିନ୍-!-ନିରାଶ-ହେଲେ-ଆମେରିକା-ରାଷ୍ଟ୍ରପତି

ବହୁ ପ୍ରତିକ୍ଷୀତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଲୋଚନା ଉପରେ ଥିଲା ପୂରା ବିଶ୍ୱର ନଜର। କିଛି ବଡ଼ ଖବର ଆସିବ ବୋଲି ଆଶା ଥିଲା। ତିନି ବର୍ଷ ଧରି ଲାଗି ରହିଥିବା ଯୁଦ୍ଧରେ ବିରାମ ଲାଗିବ ବୋଲି ସମସ୍ତେ ଭାବୁଥିଲେ। ହେଲେ ସବୁ ଆଶା ଫସର ଫାଟିଗଲା।

ବହୁ ପ୍ରତିକ୍ଷୀତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଲୋଚନା ଉପରେ ଥିଲା ପୂରା ବିଶ୍ୱର ନଜର। କିଛି ବଡ଼ ଖବର ଆସିବ ବୋଲି ଆଶା ଥିଲା। ତିନି ବର୍ଷ ଧରି ଲାଗି ରହିଥିବା ଯୁଦ୍ଧରେ ବିରାମ ଲାଗିବ ବୋଲି ସମସ୍ତେ ଭାବୁଥିଲେ। ହେଲେ ସବୁ ଆଶା ଫସର ଫାଟିଗଲା। ବାହାରିଲା କୌଣସି ସମାଧାନର ବାଟ। ପୁଣି ଆଉ ଏକ ବୈଠକକୁ ଅପେକ୍ଷା ରହିଲା।

ଆଲାସ୍କାର ଆଙ୍କରେଜ୍‌ ରୁଷ-ୟୁକ୍ରେନ୍ ଯୁଦ୍ଧବିରାମ ପାଇଁ ପୁଟିନ୍‌ ଓ ଟ୍ରମ୍ପ ମଧ୍ୟରେ ହୋଇଥିଲା ଭେଟଘାଟ। ଶୁକ୍ରବାର ସନ୍ଧ୍ୟାରେ ବସିଥିଲା ବୈଠକ। ଆଲୋଚନା ଆରମ୍ଭ ପୂର୍ବରୁ ହାତ ମିଳାଇ ଥିଲେ ପୁଟିନ୍। ଆଉ ହସି ଭବ୍ୟ ସ୍ବାଗତ କରିଥିଲେ ଟ୍ରମ୍ପ୍। ଖାଲି ସେତିକି ନୁହେଁ ଆଲାସ୍କା ଆକାଶରେ ପୁଟିନ୍‌ଙ୍କ ସ୍ୱଗାତରେ ଗର୍ଜିଥିଲା B-2 ବମ୍ବର୍ସ, ବିଛା ଯାଇଥିଲା ରେଡ୍‌ କାର୍ପେଟ୍‌। ୟୁକ୍ରେନ୍‌ରେ ଯୁଦ୍ଧ, ଟାରିଫ ଡିଲ୍‌ ସହ ବିଭିନ୍ନ ପ୍ରସଙ୍ଗ ଟ୍ରମ୍ପ ଏବଂ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।

ଏହା ଉପରେ ଭାରତ ସମେତ ପୁରା ବିଶ୍ୱର ନଜର ଥିଲା । ଦୀର୍ଘ ବର୍ଷ ଧରି ଚାଲିଥିବା ରୁଷ-ୟୁକ୍ରେନ୍‌ ଯୁଦ୍ଧ ବନ୍ଦ କୌଣସି ବଡ଼ ଘୋଷଣା ହୋଇପାରେ ବୋଲି ସମସ୍ତେ ଚର୍ଚ୍ଚା ଏବଂ ଆଲୋଚନା କରୁଥିଲେ । କିନ୍ତୁ ତାହା ହେଲାନାହିଁ । ତିନି ଘଣ୍ଟାର ବଡ ମିଟିଂରୁ ବାହାରିଲାନି କୌଣସି ରେଜଲ୍ଟ। ମିଟିଂ ପରେ ଟ୍ରମ୍ପ କହିଛନ୍ତି, ରୁଷ-ୟୁକ୍ରେନ ଶାନ୍ତି ନେଇ ଶୀଘ୍ର ବାହାରିପାରେ ସମାଧାନର ବାଟ । ଡିଲ୍ ନ ହେବା ପର୍ଯ୍ୟନ୍ତ କୌଣସି ଡିଲ୍ ହେବନି।

Also Read

ସେପଟେ ବୈଠକ ସକାରାତ୍ମକ ହୋଇଛି କହିଛନ୍ତି ପୁଟିନ୍ । ୨୦୨୨ରେ ଟ୍ରମ୍ପ୍ ଆମେରିକା ରାଷ୍ଟ୍ରପତି ହୋଇଥିଲେ ୟୁକ୍ରେନ୍ ବିବାଦ ଉପୁଜିନଥାନ୍ତା। ଟ୍ରମ୍ପଙ୍କ ସହ ଆଲୋଚନା ୟୁକ୍ରେନ ବିବାଦ ଶେଷ କରିବା ଦିଗରେ ଏକ ଆରମ୍ଭ। ୟୁକ୍ରେନ ଓ ୟୁରୋପ ଏହାକୁ ନଷ୍ଟ ନକରନ୍ତୁ ବୋଲି ଅପିଲ୍ କରିଛନ୍ତି । ଏଥିସହ ମସ୍କୋରେ ପରବର୍ତ୍ତୀ ବୈଠକ ପାଇଁ ଟ୍ରମ୍ପଙ୍କୁ ପୁଟିନ ଆମନ୍ତ୍ରଣ କରିଛନ୍ତି । ୫ ବର୍ଷ ଭିତରେ ଏହା ପ୍ରଥମ ଟ୍ରମ୍ପ-ପୁଟିନ ବୈଠକ। ୨୦୨୨ରେ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଏହା ପୁଟିନଙ୍କ ପ୍ରଥମ ପାଶ୍ଚାତ୍ୟ ଗସ୍ତ ।

ଆମେରିକା ଏବଂ ରୁଷ ମଧ୍ୟରେ ଆଲୋଚନା ଅସଫଳ ହେବା ପରେ ବଢ଼ିପାରେ ଭାରତ ପାଇଁ ଅଡ଼ୁଆ। ଆମେରିକୀୟ ଏକ୍ସପର୍ଟ ମାଇକେଲ କୁଗେଲମ୍ୟାନ୍ କହିଛନ୍ତି, କୌଣସି ଡିଲ୍ ନେଇ ଘୋଷଣା ନହେବା ଅର୍ଥ ଦ୍ଵିପାକ୍ଷିକ ଆଲୋଚନା ସଫଳ ହୋଇନି। ଏହାଦ୍ଵାରା ଭାରତ-ଆମେରିକା ମଧ୍ୟରେ ତିକ୍ତତା ଆହୁରି ବଢିପାରେ।

ଓଟିଭି ହ୍ଵାଟ୍ସଅପ

Scroll to Top