Shubman Gill: ଇତିହାସ ରଚିଲେ ଶୁବମନ ଗିଲ…ଆଇସିସି ଦେଲା ବଡ଼ ପୁରସ୍କାର

shubman-gill:-ଇତିହାସ-ରଚିଲେ-ଶୁବମନ-ଗିଲ…ଆଇସିସି-ଦେଲା-ବଡ଼-ପୁରସ୍କାର

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଦମଦାର ପ୍ରଦର୍ଶନ ପାଇଁ ଗିଲ ଏପରି ପୁରସ୍କାରର ଅଧିକାରୀ ହୋଇଛନ୍ତି। ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦୌଡ଼ରେ ଗିଲଙ୍କ ବ୍ୟତୀତ ଇଂଲଣ୍ଡର ଅଧିନାୟକ ବେନ ଷ୍ଟୋକ୍ସ ଓ ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର ୱିଆନ ମୁଲଡର ରହିଥିଲେ।

Manasranjan Mohanty

  • Published: Wednesday, 13 August 2025
  • Last updated: 13 August 2025, 02:18 PM IST

subhman gillCredit: OTV

subhman gill

ଭାରତୀୟ ଟେଷ୍ଟ ଟିମର ଅଧିନାୟକ ଶୁବମନ ଗିଲଙ୍କୁ ମିଳିଛି ଆଇସିସି ବଡ଼ ପୁରସ୍କାର। ତାଙ୍କୁ ଆଇସିସି ପକ୍ଷରୁ ଜୁଲାଇ ମାସର ସର୍ବଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।

subhmansubhman

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଦମଦାର ପ୍ରଦର୍ଶନ ପାଇଁ ଗିଲ ଏପରି ପୁରସ୍କାରର ଅଧିକାରୀ ହୋଇଛନ୍ତି। ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦୌଡ଼ରେ ଗିଲଙ୍କ ବ୍ୟତୀତ ଇଂଲଣ୍ଡର ଅଧିନାୟକ ବେନ ଷ୍ଟୋକ୍ସ ଓ ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର ୱିଆନ ମୁଲଡର ରହିଥିଲେ। କିନ୍ତୁ ଉଭୟଙ୍କୁ ପଛରେ ପକାଇ ଗିଲ ଜୁଲାଇ ମାସର ଶ୍ରେଷ୍ଠ ପୁରସ୍କାର ଜିତିଛନ୍ତି। 

Also Read

subhman subhman

୪ର୍ଥ ଥର ପାଇଁ ଗିଲ ଆଇସିସିର ମାସିକିଆ ପୁରସ୍କାର ଜିତିବାକୁ ସକ୍ଷମ ହୋଇଛନ୍ତି। ତାଙ୍କ ବ୍ୟତୀତ ବିଶ୍ୱର ଆଉ କୌଣସି ପୁରୁଷ କ୍ରିକେଟର ଏପରି ଗୌରବ ହାସଲ କରିନାହାନ୍ତି।

subhman subhman

ଏହାପୂର୍ବରୁ ୨୦୨୩ ଜାନୁଆରୀ, ୨୦୨୩ ସେପ୍ଟେମ୍ବର ଓ ୨୦୨୫ ଫେବୃଆରୀରେ ଗିଲଙ୍କୁ ଆଇସିସି ପକ୍ଷରୁ ମାସର ଶ୍ରେଷ୍ଠ ଖେଳାଳି ଭାବେ ଚୟନ କରାଯାଇଥିଲା।

subhman subhman

ଗିଲ ଇଂଲଣ୍ଡ ବିପକ୍ଷ ସିରିଜରେ ୭୫୪ ରନ କରିଥିଲେ। ତାଙ୍କ ବ୍ୟାଟିଂ ଆଭରେଜ ୭୫.୪ ରହିଥିଲା। ସେ ୪ଟି ଶତକ ମଧ୍ୟ ମାରିଥିଲେ। ଏଥିପାଇଁ ତାଙ୍କୁ ସିରିଜର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ମିଳିଥିଲା।

subhman subhman

ଓଟିଭି ହ୍ଵାଟ୍ସଅପ

Scroll to Top