Supreme Court: ଦିଲ୍ଲୀ NCRରୁ ବୁଲା କୁକୁର ହଟାଇବା ନିର୍ଦ୍ଦେଶର ହେବ ପୁନର୍ବିଚାର: ପ୍ରଧାନ ବିଚାରପତି

supreme-court:-ଦିଲ୍ଲୀ-ncrରୁ-ବୁଲା-କୁକୁର-ହଟାଇବା-ନିର୍ଦ୍ଦେଶର-ହେବ-ପୁନର୍ବିଚାର:-ପ୍ରଧାନ-ବିଚାରପତି

ସୋମବାର ଦିଲ୍ଲୀ NCRରୁ ସମସ୍ତ ବୁଲା କୁକୁରକୁ ହଟାଇ ସେଲଟର ହୋମରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଦିଲ୍ଲୀରେ କୁକୁର କାମୁଡ଼ା କେସ ବଢ଼ୁଥିବାରୁ କଡ଼ା ନିର୍ଦ୍ଦେଶ ଦେଇଥିଲେ।

Chinmayee Sahoo

  • Published: Wednesday, 13 August 2025
  • Last updated: 13 August 2025, 02:20 PM IST

Supreme CourtCredit: OTV

ସୁପ୍ରିମକୋର୍ଟ

ଦିଲ୍ଲୀ NCRରୁ ବୁଲା କୁକୁର ହଟାଇବା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ହେବ ପୁନର୍ବିଚାର । ଏହି ରାୟର ପୁନର୍ବିଚାର କରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ବି.ଆର. ଗବାଇ । ଗତ ସୋମବାର ଦିଲ୍ଲୀ NCRରୁ ସମସ୍ତ ବୁଲା କୁକୁର ହଟାଇ ସେଲଟର ହୋମରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଦିଲ୍ଲୀରେ କୁକୁର କାମୁଡ଼ା ସହ ରାବିଜ୍ କେସ ବଢ଼ୁଥିବାରୁ କୋର୍ଟ କଡ଼ା ନିର୍ଦ୍ଦେଶ ଦେଇଥିଲେ । ସର୍ବୋଚ୍ଚ କୋର୍ଟଙ୍କ ଏହି ରାୟକୁ ଦିଲ୍ଲୀ ରେସିଡେଣ୍ଟ ୱେଲଫର ଆସୋସିଏସନ ସ୍ବାଗତ କରିଥିବା ବେଳେ ଆନିମଲ ଆକ୍ଟିଭିଷ୍ଟ ସୁପ୍ରିମକୋର୍ଟଙ୍କ ଏହି ରାୟ ବିରୋଧରେ ଯୁକ୍ତି ବାଢ଼ିଥିଲେ ।

ତେବେ କୋର୍ଟଙ୍କ ନିର୍ଦ୍ଦେଶ ନେଇ ଆଜି ପ୍ରଧାନବିଚାରପତିଙ୍କ ନିକଟରେ କରାଯାଇଥିବା ଆବେଦନକୁ ସେ ଗ୍ରହଣ କରିବା ସହ ଏହାର ତର୍ଜମା କରିବେ ବୋଲି କହିଛନ୍ତି । ସୋମବାର ଜଷ୍ଟିସ ଜେ.ବି. ପାରଦିୱାଲା ଓ ଜଷ୍ଟିସ ଆର. ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ସମସ୍ତ ବୁଲା କକୁରଙ୍କୁ ଦିଲ୍ଲୀରୁ ହଟାଇ ସେଲଟର ହୋମରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ସହରକୁ ବୁଲା କୁକୁର ମୁକ୍ତ କରିବା ଦ୍ବାରା ପିଲା ଓ ବୟସ୍କ ସୁରକ୍ଷିତ ଅନୁଭବ କରିବେ ବୋଲି କୋର୍ଟ କହିଥିଲେ । ସାଧାରଣ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହି ନିର୍ଦ୍ଦେଶ ଦେଇଥିବା କୋର୍ଟ ସ୍ପଷ୍ଟ କରିଥିଲେ । ଏହାସହ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଅଧିକ ପଢନ୍ତୁ: ଖୁବଶୀଘ୍ର ଗଡ଼ିବ ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍, ସାମ୍ନାକୁ ଆସିଲା ପ୍ରଥମ ଝଲକ

Also Read

ଓଟିଭି ହ୍ଵାଟ୍ସଅପ

Scroll to Top