Minister Rabi Nayak: ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଞ୍ଚାୟତ ପୁନର୍ଗଠନ ହେବ: ମନ୍ତ୍ରୀ

minister-rabi-nayak:-ପଞ୍ଚାୟତ-ନିର୍ବାଚନ-ପୂର୍ବରୁ-ପଞ୍ଚାୟତ-ପୁନର୍ଗଠନ-ହେବ:-ମନ୍ତ୍ରୀ

ପଞ୍ଚାୟତକୁ ସୁଦୃଢ଼ କରିବାକୁ କାଲି ରାଜ୍ୟପାଳଙ୍କ ପ୍ରସ୍ତାବ ଅନୁସାରେ ୨୦୨୭ ପୂର୍ବରୁ ପଞ୍ଚାୟତ ପୁନର୍ଗଠନ ହେବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ କହିଛନ୍ତି।

Chinmayee Sahoo

  • Published: Wednesday, 13 August 2025
  • Last updated: 13 August 2025, 02:08 PM IST

PanchayatCredit: OTV

ପଞ୍ଚାୟତ

୨୦୨୭ ପୂର୍ବରୁ ହେବ ପଞ୍ଚାୟତ ପୁନର୍ଗଠନ । ଏ ନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ । ମନ୍ତ୍ରୀ କହିଛନ୍ତି, ପଞ୍ଚାୟତିରାଜ ଆଇନ ଭିତରେ ପଞ୍ଚାୟତକୁ ସୁଦୃଢ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟପାଳ। ରାଜ୍ୟପାଳ ଏ ବିଷୟରେ ଗତକାଲି ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଆମେ ପଞ୍ଚାୟତ ଓ ବ୍ଲକ ପୁନର୍ଗଠନ କରିପାରିବା। ଏହା ଦ୍ବାରା ଲୋକଙ୍କ ପାଖରେ ସୁବିଧାରେ ଯୋଜନା ପହଞ୍ଚି ପାରିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ।

“ପଞ୍ଚାୟତର ପୁନର୍ଗଠନ ପାଇଁ ନିର୍ଣ୍ଣୟ ନେଇଛୁ। ରାଜ୍ୟପାଳ ଏନେଇ ପ୍ରସ୍ତାବ ଦେଇଛନ୍ତି। ୨୦୨୭ ମସିହା ପୂର୍ବରୁ ପଞ୍ଚାୟତ ପୁନର୍ଗଠନ ଏବଂ ୨୦୨୯ ପୂର୍ବରୁ ବ୍ଲକ ପୁନର୍ଗଠନ ହେବ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଞ୍ଚାୟତ ପୁନର୍ଗଠନ ହେବ। ସାଧାରଣ ନିର୍ବାଚନ ପୂର୍ବରୁ ବ୍ଲକ ଗଠନ ହେବ। ଏନେଇ ଏକ କମିଟି ଗଠନ କରାଯାଇ ଏହାର ରୂପରେଖ ପ୍ରସ୍ତୁତ କରାଯିବ” ବୋଲି ମନ୍ତ୍ରୀ କହିଛନ୍ତି।

ଏପଟେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାର ସୁଫଳ ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ। ଏଥିପାଇଁ ଗ୍ରାମ ପଞ୍ଚାୟତ ବୃଦ୍ଧି କରାଯାଉ। ଏନେଇ ପରାମର୍ଶ ଦେଇଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାଟି।

Also Read

ଅଧିକ ପଢନ୍ତୁ: ଆନ୍ଦୋଳନରୁ ନଓହରିଲେ ଆବଶ୍ୟକ ପଦକ୍ଷେପ ନେବେ ସରକାର: ରାଜସ୍ବ ମନ୍ତ୍ରୀ

ଓଟିଭି ହ୍ଵାଟ୍ସଅପ

Scroll to Top