ମହିଳା ଟ୍ରାଫିକ୍ କନଷ୍ଟେବଲ ଶୁଭମିତ୍ରା ସାହୁ ନିଖୋଜ ମାମଲାରେ ସନ୍ଦେହ ଘେରରେ ଥିଲା ଦୀପକ ରାଉତ। ଘଟଣାରେ ପୋଲିସ ଦୀପକକୁ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡ଼ିଛି । ଶୁଭମିତ୍ରାଙ୍କ ବାପା ମଧ୍ୟ ଦୀପକଙ୍କୁ ସନ୍ଦେହ କରି କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ। ତେବେ ଶୁଭମିତ୍ରା ନିଖୋଜ ହେବାର 12 ଦିନ ପରେ ବି ପୋଲିସ ଏ ପର୍ଯ୍ୟନ୍ତ କୌଣସି ସଠିକ୍ ଖବର ଦେଇପାରୁନଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ସେପଟେ ସାମ୍ନାକୁ ଆସିଛି ଶୁଭମିତ୍ରାଙ୍କୁ ଏକ କାର ଯୋଗେ ଦୀପକ କେନ୍ଦୁଝର ତାରିଣୀ ମନ୍ଦିର ନେଇ ଯାଇଥିଲେ ।
Credit: OTV
NEW TWIST IN MURDER CASE OF TRAFFIC CONSTABLE
ଭୁବନେଶ୍ବର : କମିଶନରେଟ୍ ପୋଲିସ ମହିଳା ଟ୍ରାଫିକ୍ କନଷ୍ଟେବଲ ଶୁଭମିତ୍ରା ସାହୁଙ୍କ ହତ୍ୟା ମାମଲାରେ ନୂଆ ଟୁଇଷ୍ଟ । ପୋଲିସ କମିଶନରଙ୍କ ଅଫିସରେ କାର୍ଯ୍ୟରତ କିରାଣୀ ଦୀପକ ରାଉତ ଶୁଭମିତ୍ରାଙ୍କ ତଣ୍ଟି ଚିପି ହତ୍ୟା କରିଛି। ଗତ ୬ ତାରିଖ ସନ୍ଧ୍ୟାରେ ହତ୍ୟା କରିବା ପରେ ନିଜ କାରରେ ନେଇ କେନ୍ଦୁଝର ଜଙ୍ଗଲରେ ପୋତି ଦେଇଥିଲା। ତାଙ୍କୁ ୨୦ ଲକ୍ଷ ଟଙ୍କା ପାଇଁ କରଥିବା ଜେରା ବେଳେ ପୋଲିସ ଆଗରେ ମାନଥିବା ସୂଚନା ମିଳିଛି। ହତ୍ୟା ପୂର୍ବରୁ ଦୀପକର ପ୍ରଥମ ସ୍ତ୍ରୀ ମଧ୍ୟ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ତାଙ୍କ ନାଁରେ କୋଟିଏ ଟଙ୍କାର ବୀମା ଟଙ୍କା ପାଇଥିଲା ଦୀପକ। ତେଣୁ ତାଙ୍କ ପ୍ରଥମ ସ୍ତ୍ରୀ ମୃତ୍ୟୁ ମାମଲା ଏବେ ସନ୍ଦେହ ଘେରକୁ ଆସିଛି। ଯାହାକୁ ନେଇ ତଦନ୍ତ କରୁଛି ପୋଲିସ।
Also Read
ମହିଳା ଟ୍ରାଫିକ୍ କନଷ୍ଟେବଲ ଶୁଭମିତ୍ରା ସାହୁ ନିଖୋଜ ମାମଲାରେ ସନ୍ଦେହ ଘେରରେ ଥିଲା ଦୀପକ ରାଉତ। ଘଟଣାରେ ପୋଲିସ ଦୀପକକୁ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡ଼ିଛି । ଶୁଭମିତ୍ରାଙ୍କ ବାପା ମଧ୍ୟ ଦୀପକଙ୍କୁ ସନ୍ଦେହ କରି କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ। ତେବେ ଶୁଭମିତ୍ରା ନିଖୋଜ ହେବାର 12 ଦିନ ପରେ ବି ପୋଲିସ ଏ ପର୍ଯ୍ୟନ୍ତ କୌଣସି ସଠିକ୍ ଖବର ଦେଇପାରୁନଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ସେପଟେ ସାମ୍ନାକୁ ଆସିଛି ଶୁଭମିତ୍ରାଙ୍କୁ ଏକ କାର ଯୋଗେ ଦୀପକ କେନ୍ଦୁଝର ତାରିଣୀ ମନ୍ଦିର ନେଇ ଯାଇଥିଲେ ।
ସୂଚନା ଥାଉକି ଗତ 6 ତାରିଖ ଠାରୁ ମହିଳା ଟ୍ରାଫିକ୍ କନଷ୍ଟେବଲ ଶୁଭମିତ୍ରା ନିଖୋଜ .ଥିଲେ। ଡ୍ୟୁଟି ସାରିବା ପରେ ଆଉ ଘରକୁ ଫେରିନଥିବାରୁ ଚିନ୍ନାତାରେ ଥିଲେ ପରିବାର ଲୋକେ।
- Reported by:
- CHANDAN PAIKRAY