ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ନିମାପଡ଼ାରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପାଳନ ହେଉଛି । ଏହି ଅବସରରେ ମେଗା ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ନିମାପଡ଼ା ଏନଏସି ଦ୍ବାରା ଆୟୋଜିତ ବୃକ୍ଷରୋପଣ ଓ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଯାୟୀ ମେଗା ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇ ବୃକ୍ଷରୋପଣ କରିବା ସହ ସଫେଇ ଅଭିଯାନ ଆରମ୍ଭ କରି ସ୍ବଚ୍ଛତାର ବାର୍ତ୍ତା ବାଣ୍ଟିଛନ୍ତି ।
Credit: OTV
special programme for 75th birth anniversary
ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ। ରାଜଧାନୀରେ ‘ସ୍ୱଚ୍ଛ ଭାରତ ଅଭିଯାନ’ରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମାଷ୍ଟରକ୍ୟାଣ୍ଟିନ ଛକରେ ମୁଖ୍ୟମନ୍ତ୍ରୀ ନିଜେ ଝାଡ଼ୁ ଧରି ସ୍ବଚ୍ଛତା ଅଭିଯାନରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ଅନେକ ମନ୍ତ୍ରୀ, ବିଧାୟକଙ୍କ ସହ ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ସାମିଲ ହୋଇଥିଲେ। ଏହି ଅବସରରେ ଆଜି ୭୫ ଲକ୍ଷ ବୃକ୍ଷ ରୋପଣ କରୁଛନ୍ତି ରାଜ୍ୟ ସରକାର। ଏକାମ୍ର କଲେଜରୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।
Also Read
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ନିମାପଡ଼ାରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପାଳନ ହେଉଛି । ଏହି ଅବସରରେ ମେଗା ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ନିମାପଡ଼ା ଏନଏସି ଦ୍ବାରା ଆୟୋଜିତ ବୃକ୍ଷରୋପଣ ଓ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଯାୟୀ ମେଗା ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇ ବୃକ୍ଷରୋପଣ କରିବା ସହ ସଫେଇ ଅଭିଯାନ ଆରମ୍ଭ କରି ସ୍ବଚ୍ଛତାର ବାର୍ତ୍ତା ବାଣ୍ଟିଛନ୍ତି ।
ମୋହନ ସରକାରଙ୍କ ସର୍ବାଧିକ ଚର୍ଚ୍ଚିତ ଯୋଜନା ସୁଭଦ୍ରାକୁ ଆଜି ୧ବର୍ଷ ପୂରଣ ହୋଇଛି। ମହିଳା ସଶକ୍ତୀକରଣ ସାଙ୍ଗକୁ ସେମାନଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ଗଲା ବର୍ଷକ ଭିତରେ ୩ଟି କିସ୍ତିରେ ୧୫ ହଜାର କୋଟିର ସହାୟତା ରାଶି ପ୍ରଦାନ କରାଯାଇ ସାରିଛି। ଏହାଦ୍ବାରା ୧ କୋଟି ମହିଳା ସଶକ୍ତ ଓ ସମୃଦ୍ଧ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ମହିଳାଙ୍କୁ ସ୍ବାବଲମ୍ବୀ କରିବା ଲାଗି ସବୁଠୁ ବଡ଼ କାର୍ଯ୍ୟକ୍ରମ ଭାବେ ସୁଭଦ୍ରା ବେଶ୍ ଲୋକପ୍ରିୟ ଯୋଜନା ହୋଇଛି। ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣମୀ ଓ ମହିଳା ଦିବସରେ ୫ ହଜାର ଟଙ୍କା ଲେଖାଏଁ ୨ଟି କିସ୍ତିରେ ୧୦ ହଜାର ଟଙ୍କା ପ୍ରତି ହିତାଧିକାରୀଙ୍କୁ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପ୍ରଦାନ କରାଯାଉଛି।…
- Reported by:
- ARACHANA SATPATHY