ଭୁସ୍ଖଳନ ପରେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖୁଛନ୍ତି ଜାତୀୟ ରାଜପଥ ପ୍ରାଧିକରଣର ଅଧିକାରୀ ! ଘାଟି ରାସ୍ତାର ମରାମତି କିଭଳି କରାଯିବ ଓ ଶ୍ରମିକ ମାନେ କିଭଳି ବିପଦ ମୁକ୍ତ ଭାବେ କାର୍ଯ୍ୟ କରିବେ, ସେ ନେଇ ସ୍ଥିତି ପରଖୁଛନ୍ତି ଫୁଲବାଣୀ ଡିଭିଜନର ଏସଡ଼ିଓ ! କେବେ କାମ ଆରମ୍ଭ ହେବ କେତେଦିନ ମଧ୍ୟରେ ମରାମତି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତାହା ବଡ ପ୍ରଶ୍ନ।
Credit: OTV
kalinga ghati
କନ୍ଧମାଳ : କଳିଙ୍ଗା ଘାଟିରେ ହୋଇଥିବା ଭୂସ୍ଖଳନ ସ୍ଥିତି ଏବେ ଭୟଙ୍କର ରହିଛି। ପାହାଡ ଉପରୁ ବଡ ବଡ ପଥର ଓ ମାଟି ଅତଡ଼ା ଖସି ରାସ୍ତା ଉପରେ ପଡ଼ିଛି। କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାକୁ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ତେବେ ୨୦ ଘଣ୍ଟା ପରେ ରାସ୍ତାରୁ ପଥର ହଟାଇବା କାର୍ଯ୍ୟ ଆରମ୍ଭ ହୋଇଛି। ଯାନବାହାନ ଚଳାଚଳ ବନ୍ଦ ଥିବା ବେଳେ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି।
Also Read
ଭୁସ୍ଖଳନ ପରେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖୁଛନ୍ତି ଜାତୀୟ ରାଜପଥ ପ୍ରାଧିକରଣର ଅଧିକାରୀ ! ଘାଟି ରାସ୍ତାର ମରାମତି କିଭଳି କରାଯିବ ଓ ଶ୍ରମିକ ମାନେ କିଭଳି ବିପଦ ମୁକ୍ତ ଭାବେ କାର୍ଯ୍ୟ କରିବେ, ସେ ନେଇ ସ୍ଥିତି ପରଖୁଛନ୍ତି ଫୁଲବାଣୀ ଡିଭିଜନର ଏସଡ଼ିଓ ! କେବେ କାମ ଆରମ୍ଭ ହେବ କେତେଦିନ ମଧ୍ୟରେ ମରାମତି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତାହା ବଡ ପ୍ରଶ୍ନ।
- Reported by:
- Ajit Kumar Nayak