Killer Thar:ଝିଅ ମୃତ୍ୟୁର ୩ ଦିନ ଆଖି ବୁଜିଦେଲା ମା

killer-thar:ଝିଅ-ମୃତ୍ୟୁର-୩-ଦିନ-ଆଖି-ବୁଜିଦେଲା-ମା

ଝିଅ ପଛେ ପଛେ ଚାଲିଗଲା ମାଆ । କିଲର ଥର ଧକ୍କାରେ ମୃତ୍ୟୁ ସଂଖ୍ୟା ୨କୁ ବଢିଲା । ହେଲେ, ଏଯାଏଁ ଧରାପଡନି ନରହନ୍ତା ଡ୍ରାଇଭର । ଯାହାକୁ ନେଇ ଦେଖାଦେଇଛି ଉତ୍ତେଜନା । ଖଣ୍ଡଗିରି ଥାନା ପାତ୍ରପଡାରେ ଗତ ଶନିବାର ଥର ଧକ୍କାରେ ୮ ବର୍ଷର ଶିଶୁ କନ୍ୟାର ଜୀବନ ଯାଇଥିବା ବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ମାଆର ମୃତ୍ୟୁ ହୋଇଛି ।

ରାଜଧାନୀର ପାତ୍ରପଡ଼ା ଅଞ୍ଚଳରେ ଦ୍ରୁତଗାମୀ ଥାର ଗାଡ଼ି ଚକାତଳେ ଦୁଇ ଦୁଇଟି ଜୀବନ ଯିବା ପରେ ଇଏ ତାର ପରିଣତି। ରାସ୍ତାରୋକ, ପୋଡ଼ାଜଳା ଆଉ ନାରାବାଜୀ। ଘଟଣାର ତିନି ଦିନ ପରେ ଦୁର୍ଘଟଣାରେ ଗୁରୁତର ମାଆ ରେବତୀ ରାଉଳଙ୍କ ମୃତ୍ୟୁ ପରେ ଆଜି ରକ୍ତମୁଖା ହୋଇ ପଡ଼ିଥିଲେ ଫୁଲେଶ୍ବରୀ ବସ୍ତିି ବାସିନ୍ଦା।

ସୋମବାର ଅପରାହ୍ଣରେ ସିଧା ଆଇନକୁ ହାତକୁ ନେଇ ୧୬ ନମ୍ବର ଜାତୀୟ ରାଜପଥକୁ ଓହ୍ଲାଇଥିଲେ ସ୍ଥାନୀୟ ଲୋକେ। ଅପରାହ୍ଣ ପ୍ରାୟ ୪ଟା ବେଳଠୁ ଆରମ୍ଭ ହୋଇଥିଲା ରାସ୍ତାରୋକ। ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଅଟକି ଯାଇଥିଲେ ଶହ ଶହ ଗାଡ଼ି ମୋଟର। ମୃତ ମହିଳା ରେବତୀ ରାଉଳଙ୍କ ଶବକୁ ରଖି ନ୍ୟାୟ ଦାବି କରିଥିଲେ ଫୁଲେଶ୍ବରୀ ବସ୍ତି ବାସିନ୍ଦା।

ଶନିବାର ରାସ୍ତାରେ ରେସିଂ କରୁଥିବା ଏହି ଥାର ଗାଡ଼ିର ମାଲିକ କିଏ, ଅଭିଯୁକ୍ତକୁ କାହିଁକି ଗିରଫ କରୁନି ପୋଲିସ ଏବଂ ପୋଲିସର କୋହଳ ମନୋଭାବ ପଛର କାରଣ କଣ ଆଦି ପ୍ରଶ୍ନ ଉଠାଇ ରାସ୍ତାରେ ଟାୟାର ଜାଳି ତୀବ୍ର ପ୍ରତିବାଦ କରିଥିଲେ ଉତ୍ୟକ୍ତ ଲୋକେ। ଯାହାକୁ ନେଇ ପ୍ରାୟ ୨ ଘଣ୍ଟା ଧରି ନାକେଦମ୍ ହୋଇଥିଲା କମିଶନରେଟ୍ ପୋଲିସ। ପରେ ଡିସିପି ନିଜେ ଘଟଣାସ୍ଥଳକୁ ଆସି ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଆୟତ୍ତକୁ ଆସିଥିଲା।…

Also Read

 ଶନିବାର ଖଣ୍ଡଗିରି ଥାନା ପାତ୍ରପଡା ଛକ ନିକଟରେ ୮ ବର୍ଷର ଝିଅକୁ ହାତରେ ଆଉ ୩ ବର୍ଷର ଶିଶୁ ପୁତ୍ରକୁ କାଖରେ ଧରି ରାସ୍ତା ପାର ହେଉଥିଲେ ଫୁଲେଶ୍ବରୀ ବସ୍ତିର ରେବତୀ ରାଉଳ। ଠିକ୍ ସେହି ସମୟରେ ଭୁବନେଶ୍ବର ଆଡୁ ଦ୍ରୁତ୍ ଗତିରେ ମାଡି ଆସିଥିଲା ଏକ ସ୍କର୍ପିଓ ଗାଡ଼ି ସହ ରେସିଂ କରୁଥିବା ଧଳା ରଙ୍ଗର ଏଇ ଥାର ଗାଡ଼ି। ଥାର୍ ଧକ୍କାରେ ଘଟଣାସ୍ଥଳରେ ହିଁ ଚାଲିଯାଇଥିଲା ୮ ବର୍ଷର ଝିଅର ଜୀବନ।

ପରେ ସଂକଟାପନ୍ନ ଅବସ୍ଥାରେ ରେବତୀଙ୍କୁ ଚିକିତ୍ସା ପାଇଁ ଏମସରେ ଭର୍ତ୍ତି କରାଯାଇଥିଲା। ତେବେ ୩ ଦିନ ଧରି ଜୀବନ ସହ ସଂଗ୍ରାମ କରି ଶେଷରେ ଆଜି ହ୍ସପିଟାଲ ବେଡରେ ଆଖି ବୁଜି ଦେଇଥିଲେ ରେବତୀ। ଆଉ ଏ ଖବର ମିଳିବା ପରେ ଏମ୍ସ ହସ୍ପିଟାଲ ପରିସରରେ ବି ପ୍ରକାଶ ପାଇଥିଲା ଉତ୍ତେଜନା।…

ଶନିବାର ଦୁର୍ଘଟଣା ପରେ ସିସିଟିଭି ଫୁଟେଜ୍ ଚେକ୍ କରି ସଂପୃକ୍ତ ଥାରକୁ ଗାଡ଼ିକୁ ଜବତ କରିଛି ପୋଲିସ। ହେଲେ ଏ ଗାଡ଼ିକୁ ଚଳାଉଥିଲା କିଏ, ଏହାର ମାଲିକଙ୍କ ପରିଚୟ କଣ ଏବଂ ସେ କାହିଁକି ଗିରଫ ହେଉ ନାହାନ୍ତି, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମୃତକଙ୍କ ପରିବାର ଓ ସମ୍ପର୍କୀୟ। 

ଓଟିଭି ହ୍ଵାଟ୍ସଅପ

Scroll to Top