CBSE:ଆସନ୍ତାବର୍ଷଠୁ ‘ଓପନ୍ ବୁକ୍ ଏକଜାମ୍’ , ବହି ଓ ନୋଟ୍ ଖାତା ଧରି ପରୀକ୍ଷା ଦେବେ ନବମ ପିଲା

cbse:ଆସନ୍ତାବର୍ଷଠୁ-‘ଓପନ୍-ବୁକ୍-ଏକଜାମ୍’-,-ବହି-ଓ-ନୋଟ୍-ଖାତା-ଧରି-ପରୀକ୍ଷା-ଦେବେ-ନବମ-ପିଲା

ବହି ଖାତା ଦେଖି ପରୀକ୍ଷା ଦେବେ ନବମ ଶ୍ରେଣୀ ପିଲା । ଆସନ୍ତାବର୍ଷଠୁ ଓପନ୍ ବୁକ୍ ଏକ୍ସଜାମ୍ ବା ଖୋଲା ବହି ପରୀକ୍ଷା ବ୍ୟବସ୍ଥା ଲାଗୁ କରିବ ସିବିଏସ୍ଇ । ଘୋଷା ପାଠରୁ ପିଲାଙ୍କ ଧ୍ୟାନ ହଟାଇ ଯୋଗ୍ୟତା ଭିତ୍ତିକ ଶିକ୍ଷା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ଏହି କେନ୍ଦ୍ରୀୟ ଶିକ୍ଷା ବୋର୍ଡ ନିଷ୍ପତ୍ତି ନେଇଛି । ତେବେ ଏହି ଫର୍ମାଟରେ ପରୀକ୍ଷା କରାଇବେ କି ନାହିଁ ଏହା ସ୍କୁଲ ଗୁଡ଼ିକର ଇଚ୍ଛାଧୀନ ରହିବ ।

ଏଣିକି ବହି ଖାତା ଦେଖି ପରୀକ୍ଷା ଦେବେ ପିଲା । ଏକଜାମ୍ ହଲ ଭିତରକୁ ନେଇପାରିବେ ବହି ଓ କ୍ଲାସ୍ ନୋଟ୍ । ସ୍କୁଲରେ ଲାଗୁ ହେବ ଓପନ ବୁକ୍ ଆସେସମେଣ୍ଟ । ଏ ନେଇ ଆସିଥିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି  କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ-CBSE । ଚଳିତ ବର୍ଷରୁ ଆରମ୍ଭ ହେବ ପାଇଲଟ୍ ପ୍ରୋଜେକ୍ଟ। ସିବିଏସ୍ଇ ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ଠାରୁ ନବମ ଶ୍ରେଣୀ ପାଇଁ ଓପନ୍ ବୁକ୍ ଆସେସମେଣ୍ଟ୍ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଏହି ବ୍ୟବସ୍ଥା ଅନୁସାରେ, ପରୀକ୍ଷାର୍ଥୀମାନେ ହଲ୍ ଭିତରକୁ ଟେକ୍ସଟ ବୁକ୍, କ୍ଲାସ୍ ନୋଟ୍ସ ନେଇପାରିବେ।ପରୀକ୍ଷା ପ୍ରଶ୍ନର ଉତ୍ତର ଲେଖିବା ବେଳେ ସେସବୁର ସାହାଯ୍ୟ ନେଇପାରିବେ। ଭାଷା, ଗଣିତ, ବିଜ୍ଞାନ ଓ ସାମାଜିକ ବିଜ୍ଞାନ ଆଦି ମୁଖ୍ୟ ବିଷୟରେ ଏହି ବ୍ୟବସ୍ଥା ଲାଗୁ ହେବ। ପରୀକ୍ଷାମୂଳକ ଭାବେ ଏହାକୁ ଲାଗୁ ପାଇଁ ଗତ ଜୁନ୍ ରେ ଅନୁମତି ଦେଇଥିଲା ସିବିଏସ୍ଇ ଗଭର୍ଣ୍ଣିଂ ବଡି।

ଯାହାଫଳରେ ଏହାର କାର୍ଯ୍ୟକାରିତା ଏବଂ ସ୍କୁଲରେ ଗ୍ରହଣୀୟତା ଜଣାପଡ଼ିବ। ନ୍ୟାସନାଲ କରିକୁଲମ୍ ଫ୍ରେମୱର୍କ ଫର୍ ସ୍କୁଲ ଏଜୁକେସନ୍ ୨୦୨୩ ଏବଂ ଜାତୀୟ ଶିକ୍ଷା ନୀତି ୨୦୨୦ ଧାରାରେ,  ଘୋଷା ପାଠରୁ ପିଲାଙ୍କ ଧ୍ୟାନ ହଟାଇ ବିଶ୍ଳେଷଣାତ୍ମକ ଏବଂ ଯୋଗ୍ୟତା ଭିତ୍ତିକ ଶିକ୍ଷା ଉପରେ କେନ୍ଦ୍ରୀଭୂତ କରିବାକୁ ଏହି ନିଷ୍ପତ୍ତି ହୋଇଛି। ତେବେ ଏହି ଫର୍ମାଟରେ ପରୀକ୍ଷା କରାଇବେ କି ନାହିଁ ଏହା ସ୍କୁଲ ଗୁଡ଼ିକର ଇଚ୍ଛାଧୀନ ରହିବ। ତେବେ ଏଥିପାଇଁ ସିବିଏସ୍ଇ ପକ୍ଷରୁ ମାର୍ଗଦର୍ଶିକା ପ୍ରଦାନ କରାଯିବ।…

Also Read

 ସିବିଏସ୍ଇର ଏହି ନିଷ୍ପତ୍ତି ପଛରେ ଉଦ୍ଦେଶ୍ୟ ହେଉଛି, ଡିଜିଟାଲ୍ ପ୍ଲାଟ୍ ଫର୍ମରୁ ପିଲାଙ୍କ ଧ୍ୟାନ ହଟାଇ ପାଠ୍ୟପୁସ୍ତକ ପ୍ରତି ଆଗ୍ରହ ସୃଷ୍ଟି କରିବା। କାରଣ ବର୍ତ୍ତମାନ ପିଲାମାନେ ଗୁଗୁଲ ଓ ୟୁଟ୍ୟୁବ୍ ଭଳି ପ୍ଲାଟ୍ ଫର୍ମରୁ ଶିକ୍ଷା ଆହରଣ କରୁଛନ୍ତି। ପାଠ୍ୟ ପୁସ୍ତକ ସହ ପିଲାଙ୍କୁ ଅଭ୍ୟସ୍ତ କରାଇ ଆସନ୍ତା ବର୍ଷ ଦେବାକୁ ଥିବା ଦଶମ ବୋର୍ଡ ପରୀକ୍ଷା ଲାଗି ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି ସିବିଏସ୍ଇ। ଏଥିପାଇଁ ଶିକ୍ଷକ ମାନଙ୍କୁ ଖୁବ ଶୀଘ୍ର ଟ୍ରେନିଂ ମଧ୍ୟ ଦିଆଯିବ।…

 ପ୍ରତି ଶିକ୍ଷାବର୍ଷରେ ୩ଟି ପେନ୍-ପେପର୍ ଟେଷ୍ଟ୍ ର ଏହା ଅଂଶବିଶେଷ ରହିବ। ଏହା ପୂର୍ବରୁ ୨୦୧୪ ଓ ୨୦୨୩ରେ ମଧ୍ୟ ବିଭିନ୍ନ ଶ୍ରେଣୀ ପାଇଁ ଓପନ୍ ବୁକ୍ ଆସେସମେଣ୍ଟ ବ୍ୟବସ୍ଥା ପରୀକ୍ଷାମୂଳକ ଭାବେ ଲାଗୁ କରିଥିଲା ସିବିଏସଇ। ଓପନ ବୁକ୍ ଟେଷ୍ଟ କେବଳ ଇଣ୍ଟରନାଲ୍ ପରୀକ୍ଷାରେ କରାଯିବ।

ଓଟିଭି ହ୍ଵାଟ୍ସଅପ

Scroll to Top