ଭାରତକୁ ବିରୋଧ ରାହୁଲଙ୍କୁ ପ୍ରଶଂସା। ରାହୁଲ ଗାନ୍ଧୀଙ୍କୁ ପ୍ରଶଂସାରେ ପୋତିଲେ ଆଫ୍ରିଦି। ପାକିସ୍ତାନ ସହ ଆଲୋଚନା ଚାହାଁନ୍ତି କଂଗ୍ରେସ ସାଂସଦ ।
Credit: OTV
Afridi Praises Rahul Gandhi
ଏସିଆ କପରେ ଭାରତ-ପାକିସ୍ତାନ ହ୍ୟାଣ୍ଡସେକ ବିବାଦକୁ ନେଇ ପୁଣି ବିଷ ଓଗାଳିଛନ୍ତି ପାକିସ୍ତାନୀ କ୍ରିକେଟର୍ ସାହିଦ ଆଫ୍ରିଦି। ଭାରତ ବିରୋଧୀ ମନ୍ତବ୍ୟ ଦେଇଛନ୍ତି ହେଲେ ଆଶ୍ଚର୍ଯ୍ୟଜନକ ଭାବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ପ୍ରବଳ ପ୍ରଶଂସା କରିଛନ୍ତି। ଯାହାକୁ ନେଇ ଏବେ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା।
ଭାରତର ଜଣେ କଠୋର ସମାଲୋଚକ, ଆଫ୍ରିଦି ଏକ ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲରେ କହିଛନ୍ତି, ଯେ ବିଜେପି ସରକାର ଥିଲେ ଭାରତ କାଳେ ପରବର୍ତ୍ତୀ ଇସ୍ରାଇଲରେ ପରିବର୍ତ୍ତନ ହୋଇଯିବ। ହେଲେ ଏପଟେ ଆଫ୍ରିଦି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ସାଂସଦ ପାକିସ୍ତାନ ସହିତ ଆଲୋଚନା ଚାହାଁନ୍ତି। ରାହୁଲ ଗାନ୍ଧୀଙ୍କ ଚିନ୍ତାଧାରା ସକାରାତ୍ମକ। ସେ ସମସ୍ତଙ୍କ ସହିତ, ସମଗ୍ର ବିଶ୍ୱ ସହିତ, ଆଲୋଚନା ମାଧ୍ୟମରେ କାମ କରିବାକୁ ଚାହାଁନ୍ତି। ତେବେ ଆଫ୍ରିଦିଙ୍କ ଏହି ମନ୍ତବ୍ୟ ପରେ ରାଜନୀତି ସରଗରମ ହୋଇଛି। ବିଜେପି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଛି ଯେ, ରାହୁଲ ପାକିସ୍ତାନର ପ୍ରିୟ, ପଡ଼ୋଶୀ ଶତ୍ରୁ ଦେଶର ଲୋକମାନେ ତାଙ୍କୁ ସେମାନଙ୍କର ନେତା ବୋଲି ମାନିନେଇଛନ୍ତି ।
Also Read
ଏଥି ସହିତ ଆଫ୍ରିଦି ଏସିଆ କପରେ ଭାରତ ପାକିସ୍ତାନ ହ୍ୟାଣ୍ଡସେକ୍ ବିବାଦକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ପାକିସ୍ତାନୀ ଖେଳାଙ୍କ ସହ ହାତ ନମିଳାଇବା ପାଇଁ ଉପରୁ ନିର୍ଦ୍ଦେଶ ଆସିଥିଲା ବୋଲି ସେ ଅଭିଯୋଗ କରିଥିଲେ ଯେ ଭାରତ କୌଣସି କ୍ରୀଡାପ୍ରେମୀ ମନୋଭାବ ଦେଖାଇ ନାହିଁ। ମ୍ୟାଚ୍ ପୂର୍ବରୁ ସୋସିଆଲ ମିଡିଆରେ ବୟକଟ ଅଭିଯାନ ଚାଲିଥିଲା। ତେଣୁ ଏହି ଚାପ ପାଇଁ ଏପରି ଡାର୍ଟି ପଲିଟିକ୍ସ ହୋଇଛି ବୋଲି ସେ କହିଛନ୍ତି ।





