Subhadra Beneficiaries:କେମିତି ପାଇବେ ସୁଭଦ୍ରା ପେନସନ୍ ? ଫାଇଦା ନେବେ ୯୩ ହଜାର ହିତାଧିକାରୀ

subhadra-beneficiaries:କେମିତି-ପାଇବେ-ସୁଭଦ୍ରା-ପେନସନ୍-?-ଫାଇଦା-ନେବେ-୯୩-ହଜାର-ହିତାଧିକାରୀ

ବୟସ ୬୦ ପାଇଁ ସୁଭଦ୍ରାରୁ ବାଦ ପଡ଼ିଥିବା ୯୩ ହଜାର ହିତାଧିକାରୀଙ୍କୁ ଏହି ପେନସନ୍ ଯୋଜନାରେ ସାମିଲ କରାଯିବ। ମଧୁବାବୁ ପେନସନ ଯୋଜନା କିମ୍ବା ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ହିତାଧିକାରୀ ସାମିଲ ହେବେ। ଏଥିପାଇଁ ମହିଳା ଓ ଶିଶୁ ବିକାଶ ବିଭାଗକୁ ଚିଠି ଲେଖିଛି ସାମାଜିକ ନିରାପତ୍ତା ଓ ନ୍ୟାୟ ବିଭାଗ। ହିତାଧିକାରୀ ୬୦ ବର୍ଷ ପରେ ଏନେଇ ଆବେଦନ କରିବାକୁ ପଡ଼ିବ ।

Manasranjan Mohanty

  • Published: Friday, 19 September 2025
  • Last updated: 19 September 2025, 07:31 AM IST

Subhadra BeneficiariesCredit: OTV

Subhadra Beneficiaries

୬୦ ବର୍ଷ ପରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ୍। ଯେଉଁମାନେ ୬୦ ଅତିକ୍ରମ କରିଥିବା ହେତୁ ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଛନ୍ତି। ସେମାନଙ୍କୁ ଖୁସି କରିବାକୁ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର। କାରଣ ଏବେ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ମିଳିବାକୁ ଯାଉଛି ସୁଭଦ୍ରା ପେନସନ୍। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ବୟସ ୬୦ ପାଇଁ ସୁଭଦ୍ରାରୁ ବାଦ ପଡ଼ିଥିବା ୯୩ ହଜାର ହିତାଧିକାରୀଙ୍କୁ ଏହି ପେନସନ୍ ଯୋଜନାରେ ସାମିଲ କରାଯିବ। ମଧୁବାବୁ ପେନସନ ଯୋଜନା କିମ୍ବା ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ହିତାଧିକାରୀ ସାମିଲ ହେବେ। ଏଥିପାଇଁ ମହିଳା ଓ ଶିଶୁ ବିକାଶ ବିଭାଗକୁ ଚିଠି ଲେଖିଛି ସାମାଜିକ ନିରାପତ୍ତା ଓ ନ୍ୟାୟ ବିଭାଗ। ହିତାଧିକାରୀ ୬୦ ବର୍ଷ ପରେ ଏନେଇ ଆବେଦନ କରିବାକୁ ପଡ଼ିବ ।

ତେବେ ବାଦ ପଡ଼ିଥିବା ୯୩ ହଜାର ହିତାଧିକାରୀଙ୍କୁ ସୁଭଦ୍ରା ଭତ୍ତା ପାଇଁ ଆଉ କୌଣସି ଦସ୍ତାବିଜ କି ପ୍ରମାଣପତ୍ର ଦେବାକୁ ପଡ଼ିବନି। କେବଳ ଆବେଦନ କରିବାକୁ ପଡ଼ିବ। ସାମାଜିକ ନିରାପତ୍ତା ଓ ନ୍ୟାୟ ବିଭାଗ ହିତାଧିକାରୀଙ୍କୁ ଭତ୍ତା ଦେବ। ନଚେତ୍ ପେନସନ୍ ପାଇବା ଯାଏଁ ସେମାନେ ସୁଭଦ୍ରା ଟଙ୍କା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

Also Read

ତେବେ ସୁଭଦ୍ରା ଯୋଜନାର ପୂର୍ବତନ ହିତାଧିକାରୀ ସିଧାସଳଖ ପେନସନ ଯୋଜନାରେ ଆସିବେ ନାହିଁ। ଏଥିପାଇଁ ସେମାନଙ୍କୁ ୬୦ ବର୍ଷ ପରେ ଆବେଦନ କରିବାକୁ ପଡ଼ିବ। ପ୍ରଥମେ ଅଧିକ ବୟସ୍କ/ଦୁର୍ବଳ ଓ ଅପେକ୍ଷା ତାଲିକାରେ ଥିବା ଲୋକଙ୍କୁ ପ୍ରାଥମିକତା ମିଳିବ ।

ଓଟିଭି ବିଜ୍ଞାପନ

Scroll to Top