ହିତାଧିକାରୀଙ୍କ ପାଇଁ ଖୁସି ଖବର, ଆଜିଠୁ ସୁଭଦ୍ରା ଯୋଜନାରେ ଆବେଦନ

ହିତାଧିକାରୀଙ୍କ-ପାଇଁ-ଖୁସି-ଖବର,-ଆଜିଠୁ-ସୁଭଦ୍ରା-ଯୋଜନାରେ-ଆବେଦନ

ହିତାଧିକାରୀଙ୍କ ପାଇଁ ଖୁସି ଖବର, ଆଜିଠୁ ସୁଭଦ୍ରା ଯୋଜନାରେ ଆବେଦନ

ଆଜିଠୁ ସୁଭଦ୍ରା ଯୋଜନା ନୂତନ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ । ସୁଭଦ୍ରାରେ ଯୋଡ଼ିହେବେ ନୂଆ ହିତାଧିକାରୀ। ଆଜିଠାରୁ ଏପ୍ରିଲ ୩୦ ଏକ ମାସ ଯାଏଁ ପଞ୍ଜିକରଣ ଅବଧି ରହିଛି ।

Published By: Kirti – Prameya-News7 Bureau | April 01, 2026 11:00 AM

NEWS7

subhadra

ଭୁବନେଶ୍ୱର ୦୧।୦୪ : ଆଜିଠୁ ସୁଭଦ୍ରା ଯୋଜନା ନୂତନ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ । ସୁଭଦ୍ରାରେ ଯୋଡ଼ିହେବେ ନୂଆ ହିତାଧିକାରୀ। ଆଜିଠାରୁ ଏପ୍ରିଲ ୩୦ ଏକ ମାସ ଯାଏଁ ପଞ୍ଜିକରଣ ଅବଧି ରହିଛି । ‘ସୁଭଦ୍ରା ପୋର୍ଟାଲ’ ମାଧ୍ୟମରେ ନୂତନ ଆବେଦନ ଗ୍ରହଣ କରାଯିବ।

Also Read:-ନୂଆବର୍ଷରେ ଏକାଥରକେ ଦୁଇଟି କିସ୍ତି ପାଇବେ ସୁଭଦ୍ରା ହିତାଧିକାରୀ : ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ

ମାନଦଣ୍ଡ ଅନୁଯାୟୀ, ଏପ୍ରିଲ ୧, ୨୦୨୬ ସୁଦ୍ଧା ୨୧ ବର୍ଷରୁ ୬୦ ବର୍ଷୀୟ ମହିଳା, ଯୁବତୀମାନେ ସୁଭଦ୍ରାରେ ପଞ୍ଜିକରଣ ପାଇଁ ଆବେଦନ କରିପାରିବେ। କିନ୍ତୁ ଯେଉଁ ମହିଳା ପୂର୍ବରୁ ସୁଭଦ୍ରା ଯୋଜନା ପାଇଁ ଆବେଦନ କରି ନାହାଁନ୍ତି, କେବଳ ସେମାନେ ହିଁ ଏହି ଅବଧି ମଧ୍ୟରେ ନୂତନ ଭାବେ ଆବେଦନ କରିପାରିବେ। ପୂର୍ବରୁ ଆବେଦନ କରିଥିବା ମହିଳାଙ୍କ ଆବେଦନ ଗ୍ରହଣ କରାଯିବନାହିଁ । ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ୨୦୨୬-୨୭ ଆର୍ଥି ଆର୍ଥିକ ବର୍ଷରୁ ଯୋଜନାର ଅବଧି ପର୍ଯ୍ୟନ୍ତ ବାର୍ଷିକ ଦୁଇଟି କିସ୍ତିରେ ମୋଟ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। ନୂତନ ଆବେଦନଗୁଡ଼ିକ ସାଧାରଣ ସେବା କେନ୍ଦ୍ର (ସିଏସସି) ଏବଂ ଆମ ସେବା କେନ୍ଦ୍ର (ଏଏସ୍କେ) ମାଧ୍ୟମରେ ସୁଭଦ୍ରା ପୋର୍ଟାଲ ଜରିଆରେ ପଞ୍ଜିକୃତ କରାଯିବ। ସମସ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ର (ଏଡବ୍ଲୁସି) ଏବଂ ସିଡିପିଓ କାର୍ଯ୍ୟାଳୟରେ ସମ୍ପୂର୍ଣ ନିଶୁଳ୍କ ଭାବେ ଆବେଦନ ପାଇଁ ଫର୍ମ ଦିଆଯିବ। 

Scroll to Top