ଆଶ୍ରମକୁ ସେବା କରିବାକୁ ଡାକି ମହିଳା ଅନ୍ତେବାସୀଙ୍କୁ ଦୁଷ୍କର୍ମ ଅଭିଯାଗ, ବନ୍ଧା ହେଲେ ରଙ୍ଗିଲା ବାବା। କାମାକ୍ଷାନଗର ଥାନା ମଠକରଗୋଳା ଆଶ୍ରମ ପରିସରରେ ଘଟିଥିବା ଏ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ପୀଡ଼ିତାଙ୍କ ଏତଲା ଆଧାରରେ କାମାକ୍ଷାନଗର ପୋଲିସ ଅଭିଯୁକ୍ତ ବାବା ମଦନ ଦାସଙ୍କୁ ଗିରଫ କରି ଜେଲ୍ ପଠାଇଥିବାବେଳେ ସାଇଣ୍ଟିଫିକ୍ ଟିମ୍ ସହ ଆଶ୍ରମ ପରିସରକୁ ଯାଇ ବି କରିଛି ଛାନଭିନ୍। ତେବେ ବାବା କହୁଛନ୍ତି ସବୁ ଷଡ଼ଯନ୍ତ୍ର।
Credit: OTV
fake baba
ଆଶ୍ରମ ଭିତରେ ପାପକର୍ମ । ଦିଅଁ ସେବା କରିବାକୁ ଡାକି ମହିଳା ଅନ୍ତେବାସୀଙ୍କୁ ଦୁଷ୍କର୍ମ । ସାଂଘାତିକ ଅଭିଯୋଗ ଆସିଛି ଢେଙ୍କାନାଳ କାମାକ୍ଷାନଗର ଥାନା ମଠକରଗୋଳାରୁ । ପୀଡ଼ିତାଙ୍କ ଅଭିଯୋଗକ୍ରମେ ଅଭିଯୁକ୍ତ ବାବାଙ୍କୁ ବାନ୍ଧି ଜେଲ୍ ପଠାଇଛି ପୋଲିସ୍।ଗେରୁଆ ବସ୍ତ୍ରଧାରୀ ରଙ୍ଗିଲା ବାବା- ମଧୁମଙ୍ଗଳ ଦାଶ ଓରଫ ମଦନ ମୋହନ ପରିଡ଼ା। ଭୁବନ ଅଞ୍ଚଳର ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ- ୧୫ ଦିନ ତଳେ ସେ ମଠକରଗୋଳା ଆଶ୍ରମରେ ଠାକୁରଙ୍କ ସେବା କରିବାକୁ ଆସିଥିଲେ। ହେଲେ ବାବା ମଦନ ମୋହନ ତାଙ୍କୁ ସେଠି କାମନଦେଇ ବରଂ ଶ୍ରୀ ଗୋବିନ୍ଦ ନାମକ ଏହି ଭୋଜନାଳୟରେ ପରିବା କଟା ଓ ରନ୍ଧା ବଢ଼ା କାମରେ ଲଗାଇଥିଲେ। ତେବେ ଗତ ୪ ତାରିଖ ଦିନ ରାତିରେ ସେ ଆଶ୍ରମରେ ମୋବାଇଲ୍ ଦେଖି ଶୋଇ ଯାଇଥିବାବେଳେ ବାବା ହଠାତ୍ ତାଙ୍କ କୋଠରୀକୁ ଆସି ଅପକର୍ମ କରିଛନ୍ତି। ଏଥିପାଇଁ ଦୋଷୀକୁ କଡ଼ା ଦଣ୍ଡ ଦିଆଯାଉ ଓ ତାଙ୍କୁ ନ୍ୟାୟ ମିଳୁ।…
ଏପଟେ ପୀଡ଼ିତାଙ୍କ ଅଭିଯୋଗକ୍ରମେ କାମାକ୍ଷାନଗର ପୋଲିସ ରଙ୍ଗିଲା ବାବାଙ୍କୁ ଥାନାକୁ ଆଣିଥିଲା। ଏଣେ ପୀଡିତାଙ୍କୁ ଧରି ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ସହ ପ୍ରମାଣ ସଂଗ୍ରହ କରିଥିଲା। ମଠକରଗୋଳା ଆଶ୍ରମ ପରିସରରେ ଥିବା ବାବାଙ୍କ ପ୍ରବଚନ ଗୃହ, ଶୋଇବା ଘର ଓ ଭୋଜନାଳୟ ସବୁଠିକୁ ଯାଇ ତଥ୍ୟ ହାସଲ କରିବା ପରେ ଅଭିଯୁକ୍ତ ମଦନ ପରିଡ଼ାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।…
Also Read
ସେପଟେ ସ୍ଥାନୀୟ ସରପଞ୍ଚ କହିଛନ୍ତି ଘଟଣା ସମ୍ପର୍କରେ ପୀଡ଼ିତା ପ୍ରଥମେ ତାଙ୍କ ପାଖକୁ ଅଭିଯୋଗ ନେଇ ଆସିଥିଲେ। ବାବାଙ୍କୁ ଏ ସମ୍ପର୍କରେ ପଚରାଯିବାରେ ସେ ମଧ୍ୟ ନିଜ ଭୁଲ୍ ସ୍ବୀକାର କରିଥିଲେ, ହେଲେ ବଦଳରେ ପୀଡ଼ିତା ତାଙ୍କଠାରୁ ୫ଲକ୍ଷ କ୍ଷତିପୂରଣ ମାଗିଥିଲେ। କିନ୍ତୁ ବାବା ଏତେଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିବାରୁ ପୀଡ଼ିତାଙ୍କୁ ଆଇନର ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଥିଲା। ତେଣେ ସ୍ଥାନୀୟ ଲୋକଙ୍କ କହିଛନ୍ତି ଦୀର୍ଘ ୧୫ ବର୍ଷ ହେଲା ବାବା ଆଶ୍ରମ କରି ରହୁଛନ୍ତି, ପୂର୍ବରୁ ତାଙ୍କ ନାଁରେ କୌଣସି ଅଭିଯୋଗ ନଥିଲା। ତେଣେ ଗିରଫ ପୂର୍ବରୁ ବାବା ମଦନ ପରିଡ଼ା ନିଜ ପ୍ରତିକ୍ରିୟାରେ ପୀଡ଼ିତା ଆଣିଥିବା ଅଭିଯୋଗକୁ ମିଥ୍ୟ ବୋଲି ଦର୍ଶାଇବା ସହ ଆଗରୁ ଏକ ଗଣ୍ଡଗୋଳ ଘଟଣାରେ କିଛି ଲୋକ ତାଙ୍କ ବିରୋଧରେ ରାଗ ରଖି ଏପରି ଷଡ଼ଯନ୍ତ୍ର ରଚିଥିବା କହିଛନ୍ତି।…
ଅଭିଯୁକ୍ତ ବାବା ମଦନ ମୋହନ ଦାଶଙ୍କ ଗିରଫଦାରୀ ସହ ତାଙ୍କ ଆଶ୍ରମକୁ ସିଲ୍ କରିଛି ପୋଲିସ୍





