ଖୁବଶୀଘ୍ର ପିଏମ୍ ଆଣୁଛନ୍ତି ଦୀପାବଳି ତୋଫା। ଗରିବ ମଧ୍ୟବିତ୍ତଙ୍କ ମନ ବୁଝିବେ ନରେନ୍ଦ୍ର ମୋଦି। ଜିଏସଟିରେ ହେବ ବଡ଼ ପରିବର୍ତ୍ତନ। ହ୍ରାସ ପାଇବ ଦରଦାମ, ଦୂର ହେବ ମହଙ୍ଗା ମାଡ଼। ଆଜି ଲାଲକିଲ୍ଲାରୁ ଦେଶବାସୀଙ୍କ ପାଇଁ ଏଭଳି କିଛି ସିଧାସଳଖ ଇସାରା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୮ ବର୍ଷ ତଳେ ବହୁ ପୁରାତନ ପରୋକ୍ଷ ଟିକସ ବ୍ୟବସ୍ଥାରେ ବଡ ପରିବର୍ତ୍ତନ ଆଣି ସରକାର ଯେଉଁ ଜିଏସଟି ଲାଗୁ କରିଥିଲେ, ଏବେ ତାର ନବକଳେବର ହେବା ସମୟ ଆସି ଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
Published By: Chinmayee Sahoo
Last updated: 16 August 2025, 10:42 AM IST




