ପାୱାରଲେସ୍ ହେଲେ ବ୍ଲକ୍ ଚେୟାରମ୍ୟାନ, ୨୦ ଲକ୍ଷ ଯାଏଁ କାମରେ ଦରକାର ନାହିଁ ଅଧକ୍ଷଙ୍କ ସିଗ୍ନେଚର

ପାୱାରଲେସ୍-ହେଲେ-ବ୍ଲକ୍-ଚେୟାରମ୍ୟାନ,-୨୦-ଲକ୍ଷ-ଯାଏଁ-କାମରେ-ଦରକାର-ନାହିଁ-ଅଧକ୍ଷଙ୍କ-ସିଗ୍ନେଚର

ପାୱାରଲେସ୍ ହେଲେ ବ୍ଲକ୍ ଚେୟାରମ୍ୟାନ, ୨୦ ଲକ୍ଷ ଯାଏଁ କାମରେ ଦରକାର ନାହିଁ ଅଧକ୍ଷଙ୍କ ସିଗ୍ନେଚର

୨ ଲକ୍ଷରୁ କମ ଫାଇଲରେ ବିଡିଓ ଦସ୍ତଖତ ମାରୁଥିଲେ। ହେଲେ ଏଣିକି ଆଉ ୨୦ ଲକ୍ଷ କାମ ଯାଏଁ ଅଧ୍ୟକ୍ଷଙ୍କ କାଉଣ୍ଟର ସିଗ୍ନେଚର ଆବଶ୍ୟକ ନାହିଁ। ପୂରା କ୍ଷମତା ବିଡିଓଙ୍କ ହାତକୁ ଟେକି ଦିଆଯାଇଛି।

ବ୍ଲକରେ କମିଲା ଚେୟାରମ୍ୟାନଙ୍କ ଫାଇନାନ୍ସିଆଲ୍ ପାୱାର ।  ଏଣିକି ୨୦ ଲକ୍ଷ ଯାଏଁ କାମରେ ଦରକାର ନାହିଁ ଅଧ୍ୟକ୍ଷଙ୍କ ସିଗ୍ନେଚର । ବିଡିଓଙ୍କ ଦସ୍ତଖତରେ ହୋଇଯିବ କାମ । ବ୍ଲକରେ ଆର୍ଥିକ କ୍ଷମତାକୁ ନେଇ ଏମିତି କିଛି ନୂଆ ନିର୍ଦ୍ଦେଶନାମା ଜାରି କରିଛି ପଞ୍ଚାୟତିରାଜ ବିଭାଗ।ପୂର୍ବରୁ ୨ ଲକ୍ଷରୁ ୨୦ ଲକ୍ଷର ସରକାରୀ କାମରେ ବ୍ଲକ ଅଧ୍ୟକ୍ଷଙ୍କ କାଉଣ୍ଟର ସିଗ୍ନେଚର ଜରୁରୀ ଥିଲା।

୨ ଲକ୍ଷରୁ କମ ଫାଇଲରେ ବିଡିଓ ଦସ୍ତଖତ ମାରୁଥିଲେ। ହେଲେ ଏଣିକି ଆଉ ୨୦ ଲକ୍ଷ କାମ ଯାଏଁ ଅଧ୍ୟକ୍ଷଙ୍କ କାଉଣ୍ଟର ସିଗ୍ନେଚର ଆବଶ୍ୟକ ନାହିଁ। ପୂରା କ୍ଷମତା ବିଡିଓଙ୍କ ହାତକୁ ଟେକି ଦିଆଯାଇଛି। ୨୦ ଲକ୍ଷରୁ ୫୦ ଲକ୍ଷ ଯାଏଁ କାମରେ ଅଧ୍ୟକ୍ଷଙ୍କ ଦସ୍ତଖତ ଜରୁରୀ। ତେବେ ବ୍ଲକରେ ପାଖାପାଖି ୯୦ ପ୍ରତିଶତ କାମ ୨୦ ଲକ୍ଷ ଟଙ୍କାରୁ କମ୍ ରହିଥାଏ। ଯାହାକୁ ବିରୋଧ କରିଛନ୍ତି ବ୍ଲକ୍ ଅଧ୍ୟକ୍ଷମାନେ ।

Also Read

ଏପଟେ ପଞ୍ଚାୟତିରାଜର ଏମିତି ନିର୍ଦ୍ଦେଶନାମାକୁ ନେଇ ତେଜିଛି ରାଜନୀତି। ସରକାରଙ୍କ ଉପରେ ଅଭିଯୋଗ ଆଣି ବିଜେଡି କହିଛି, ରାଜ୍ୟରେ ଏବେ ୯୦ ଭାଗ ବ୍ଲକ ଅଧ୍ୟକ୍ଷ ବିଜେଡି ସମର୍ଥିତ ହୋଇଥିବାରୁ ପଞ୍ଚାୟତ ଚୋରି କରିବାକୁ ଏହି ନିଷ୍ପତ୍ତି। ଏମିତି କରି ଗଣତାନ୍ତ୍ରିକ ପଦ୍ଧତିକୁ ମାରିଦେବାକୁ ସରକାର ଚେଷ୍ଟା କରୁଛନ୍ତି। ଶାସକ ବିଜେପି ପାଖରେ ବ୍ଲକ କମ୍ ଥିବାରୁ ଜାଣିଶୁଣି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ପ୍ରତିକ୍ରିୟା ରଖିଛି କଂଗ୍ରେସ। ଜବାବରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେଉଁମାନେ କ୍ଷମତା ଲୋଭରେ ଅଛନ୍ତି, ସେମାନେ କ୍ଷମତା କଟିବା କଥା କହୁଛନ୍ତି, କିନ୍ତୁ ଆବଶ୍ୟକତା ଦୃଷ୍ଟିରୁ ସମୟ ସମୟରେ ସଂଶୋଧନ ହୋଇଥାଏ, ତାହା ହୋଇଛି।

 ଯଦିଓ ଅଧିକାଂଶ ବ୍ଲକ ଏବେ ବିଜେଡି ଦଖଲରେ ରହିଛି, କିନ୍ତୁ ନିର୍ବାଚନରେ ଅପ୍ରତ୍ୟାଶିତ ପଟ୍ଟ ପରିବର୍ତ୍ତନ ପରେ ରାଜ୍ୟ ରାଜନୀତିରେ ଦେଖାଦେଇଛି ଏକ ଅଲଗା ଟ୍ରେଣ୍ଡ। ବିଜେପି ମୁହାଁ ହେଉଛନ୍ତି ଜନ ପ୍ରତିନିଧି। ଆଉ ଏହି ନିଷ୍ପତ୍ତି ପରେ ଏହି ଟ୍ରେଣ୍ଡ କେଉଁ ମୋଡ ନେଉଛି ତାଉପରେ ନଜର।.

ଓଟିଭି ହ୍ଵାଟ୍ସଅପ

Scroll to Top