Doctor:କାହିଁକି AIIMSରୁ ଚାକିରି ଛାଡୁଛନ୍ତି ଏତେ ସଂଖ୍ୟକ ଡାକ୍ତର, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

doctor:କାହିଁକି-aiimsରୁ-ଚାକିରି-ଛାଡୁଛନ୍ତି-ଏତେ-ସଂଖ୍ୟକ-ଡାକ୍ତର,-କାରଣ-ଜାଣିଲେ-ଆଶ୍ଚର୍ଯ୍ୟ-ହେବେ

ଦେଶର ଆଗଧାଡିର ସ୍ୱାସ୍ଥ୍ୟସେବା ଯୋଗାଉଥିବା AIIMSରୁ ଯଦି ଏତେ ସଂଖ୍ୟକ ଡାକ୍ତର ଚାକିରି ଛାଡ଼ିବେ ତେବେ ସାଧାରଣ ଜନତା କାହା ଉପରେ ଭରଷା କରିବେ? ଏହା ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଦେଶର ସବୁଠାରୁ ବଡ ସରକାରୀ ମେଡିକାଲ୍ AIIMS ଏବେ ସଂକଟରେ। ଏଠାରେ ଡାକ୍ତରମାନେ ଚାକିରି ଛାଡ଼ିବା ଏବେ ସବୁଠୁ ବଡ଼ ଚିନ୍ତାର ବିଷୟ ପାଲଟିଛି। ଏହାକୁ ନେଇ ସଂସଦରେ ପ୍ରକାଶ ପାଇଥିବା ଏକ ତଥ୍ୟ ସାରା ଦେଶକୁ ବିଚଳିତ କରିଦେଇଛି। ତଥ୍ୟ ମୁତାବକ, ୨୦୨୨ରୁ ୨୪ ମଧ୍ୟରେ ଦେଶର ବିଭିନ୍ନ AIIMSରୁ ୪୨୯ ଜଣ ଡାକ୍ତର ଇସ୍ତଫା ଦେଇସାରିଲେଣି। ସବୁଠୁ ପ୍ରତିଷ୍ଠିତ ଦିଲ୍ଲୀ AIIMS ରୁ ସର୍ବାଧିକ ଡାକ୍ତର ଚାକିରି ଛାଡ଼ିଥିବା ଜଣାପଡ଼ିଛି। ଏହାପରେ ରହିଛନ୍ତି ଋଷିକେଶ ଓ ରାୟପୁର AIIMS।

ଦେଶରେ ଥିବା ୨୦ଟି AIIMSରୁ କେବଳ ଦିଲ୍ଲୀରୁ ୫୨ଜଣ ଡାକ୍ତର ଚାକିରି ଛାଡ଼ିଛନ୍ତି। ଏହା ଦେଶର ସବୁଠୁ ପ୍ରତିଷ୍ଠିତ ଦିଲ୍ଲୀ AIIMS ହୋଇଥିବାବେଳେ ସେଠାରୁ ଏତେ ସଂଖ୍ୟକ ଡାକ୍ତର ଚାକିରି ଛାଡ଼ିବା ପୂରା ଦେଶର ସ୍ୱାସ୍ଥ୍ୟବସ୍ଥା ପ୍ରତି ଚିନ୍ତା ସୃଷ୍ଟି କରିଛି। ଏହାପରେ ଋଷିକେଶ AIIMSରୁ ୩୮ ଜଣ ଏବଂ ରାୟପୁର AIIMS ରୁ ୩୫, ବିଲାସପୁରରୁ ୩୨, ମଙ୍ଗଲଗିରି AIIMS ରୁ ୩୦ ଜଣ ଡାକ୍ତର ଇସ୍ତଫା ଦେଇଛନ୍ତି।

ଦେଶର ଆଗଧାଡିର ସ୍ୱାସ୍ଥ୍ୟସେବା ଯୋଗାଉଥିବା AIIMSରୁ ଯଦି ଏତେ ସଂଖ୍ୟକ ଡାକ୍ତର ଚାକିରି ଛାଡ଼ିବେ ତେବେ ସାଧାରଣ ଜନତା କାହା ଉପରେ ଭରଷା କରିବେ? ଏହା ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Also Read

ତେବେ ଏହି ଇସ୍ତଫା ଖବର ଏପରି ଏକ ସମୟରେ ଆସିଛି ଯେତେବେଳେ ଅଧିକାଂଶ AIIMSରେ ଫାକଲ୍ଟି ଏବଂ ଡାକ୍ତରଙ୍କ ଅଭାବ ରହିଛି। ତଥ୍ୟ ଅନୁସାରେ ସବୁ AIIMSରେ ପ୍ରତି ତିନିଟି ଫାକଲ୍ଟୀ ପଦବୀରୁ ଗୋଟିଏ ଖାଲି ପଡିଛି। ଖାଲି ସେତିକି ନୁହେଁ ନର୍ସ, OT ଟେକ୍ନିସିଆନ୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କର୍ମଚାରୀଙ୍କ ସମେତ ଅନେକ ଅଣ-ଅଧ୍ୟାପକ ପଦବୀ ମଧ୍ୟ ଖାଲି ପଡ଼ିଛି। ଏହି ଅଭାବ କାରଣରୁ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ଠିକ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ଜଣେ ରୋଗୀକୁ କୌଣସି ଗୁରୁତ୍ୱପୂର୍ଣ୍ଣ ସର୍ଜରିରୀ କରିବାକୁ ପାଖାପାଖି ବର୍ଷେ ଅପେକ୍ଷା କରିବାକୁ ପଡ଼ୁଛି।

ଡାକ୍ତରଙ୍କ କହିବା ଅନୁସାରେ, AIIMSରୁ ଠାରୁ ଘରୋଇ ସେକ୍ଟରରେ ଭଲ ଦରମା ସହ ଅନ୍ୟାନ୍ୟ ସୁବିଧାସୁଯୋଗ ଥିବାରୁ ଅନୁଭବୀ ଡାକ୍ତର AIIMS ରେ ରହିବାକୁ ଚାହୁନାହାନ୍ତି। ଏଠାରୁ ଚାକିରି ଛାଡ଼ି ଘରୋଇ ସେକ୍ଟରରେ କାମ କରିବାକୁ ପସନ୍ଦ କରୁଛନ୍ତି।

ଓଟିଭି ହ୍ଵାଟ୍ସଅପ

Scroll to Top