ଏସିଆ କପ କାଉଣ୍ଟଡାଉନ୍, BCCIର ୧୪ ବର୍ଷୀୟ କ୍ରିକେଟରଙ୍କୁ ଡକରା, ବେଙ୍ଗାଲୁରୁରେ ସ୍ପେଶାଲ ଟ୍ରେନିଂ

ଏସିଆ-କପ-କାଉଣ୍ଟଡାଉନ୍,-bcciର-୧୪-ବର୍ଷୀୟ-କ୍ରିକେଟରଙ୍କୁ-ଡକରା,-ବେଙ୍ଗାଲୁରୁରେ-ସ୍ପେଶାଲ-ଟ୍ରେନିଂ

ନୂଆଦିଲ୍ଲୀ ୧୩/୦୮: ଏସିଆ କପ କାଉଣ୍ଟଡାଉନ୍ । ଆଉ କିଛି ଦିନର ଅପେକ୍ଷା । କାହାକୁ ମିଳିବ ଚାନ୍ସ, କିଏ ପଡିବେ ବାଦ୍ । ଅନେକ ଦାବିଦାର, ତଗଡା କମ୍ପିଟିସେନ । ପୁରୁଖା ନୁହେଁ ଫୋକସରେ ୟଙ୍ଗ ବ୍ରିଗେଡ୍ । ସ୍ୱାର୍ଡ ଘୋଷଣା ହୋଇନି ତଥାପି ରେସ୍‌ରେ ଏକାଧିକ । ଏଥର କିନ୍ତୁ ଟୁର୍ଣ୍ଣାମେଣ୍ଟରେ ନଜର ଆସିବେ ୟୁଥ୍ ଜଲଓ୍ୱା । ବିଶେଷ କରି ଦମ୍ ଦେଖାଇବେ ୧୪ ବର୍ଷୀୟ କ୍ରିକେଟର । BCCIର ଡକରା, ବେଙ୍ଗାଲୁରୁରେ ଟ୍ରେନିଂ। ଖାସ୍ କରି ଟିମ୍ ଇଣ୍ଡିଆରେ ଏଣ୍ଟ୍ରି ପାଇଁ ମିଳିବ ସ୍ୱତନ୍ତ୍ର ତାଲିମ । 

୧୪ ବର୍ଷୀୟ ବିହାରୀ କ୍ରିକେଟର । ପରିଚୟ ବାସ୍ ଏତିକି ଦରକାର । ମୁହଁକୁ ଆସିଯାଏ ଆପେ ଆପେ ନା ବୈଭବ ସୂର୍ଯ୍ୟବଂଶୀ । ଆଇପିଏଲ୍‌ରେ ଦେଖିବାକୁ ମିଳିଥିଲା ସୁପର ସୋ । ବ୍ୟାଟ୍‌ରୁ ଗର୍ଜିଥିଲା ଧୁଆଁଦାର ଛକ୍କା । ଡେବ୍ୟୁ ମ୍ୟାଚ୍‌ରେ ରନ୍ କମ୍ ଥିଲା ସତ, କିନ୍ତୁ ଫାଷ୍ଟ ବଲ୍ରୁ ଛକ୍କା । ଆଉ ଦ୍ୱିତୀୟ ମ୍ୟାଚ୍‌ର୍ ଫାଷ୍ଟେଷ୍ଟ ସେଞ୍ଚୁରୀ ସହ ଯୋଡିଥିଲେ ଅଲୋଡା ରେକର୍ଡ । ରାତାରାତି ଷ୍ଟାର ବନିଯାଇଥିଲେ ରୟାଲ୍ସର ଏହି ତାରକା । ଫିଟିଯାଇଥିଲା ଭବିଷ୍ୟତର ରାସ୍ତା । ବିଶେଷ କରି ବିସିସିଆଇ ହିଟ୍‌ ଲିଷ୍ଟରେ ରହିଗଲେ । ଏବେ ଏହି ତାରକା ଟିମ୍‌ ଇଣ୍ଡିଆର ଫ୍ୟୁଚର କ୍ରିକେଟର ହେବା ଅପେକ୍ଷାରେ । ଆଉ ତାଙ୍କୁ ଗଢି ତୋଳିବାକୁ ଅଣ୍ଟା ଭିଡିଛି ବିସିସିଆଇ । ଏସିଆ କପ୍ ପୂର୍ବରୁ ଚାଲିଛି ସ୍ପେଶାଲ ଟ୍ରେନିଂ।

ବୈଭବଙ୍କ ଟ୍ରେନିଂ କେବଳ ଏସିଆ କପ୍‌ରେ ସୀମିତ ରହିବନି । ସେ ଆଗକୁ ସମ୍ଭାଳିପାରନ୍ତି ଟିମ୍‌ର ବ୍ୟାଟିଂ ଭାର । ଧୀରେ ଧୀରେ ସରିଲାଣି ପୁରୁଖାଙ୍କ ଜମାନା । ଆଉ ଯିଏ ରହିଲେ ସେମାନେ ଅବସର ନେବା ଅପେକ୍ଷାରେ । ବୋର୍ଡ ବି ଯୁବ ଖେଳାଳିଙ୍କୁ ସ୍କୋପ ଦେବାକୁ ଚାହୁଁଛି ବୋଲି ଖୁଲାସା କରିଛନ୍ତି ବୈଭବଙ୍କ ପିଲାଦିନର କୋଚ୍ ମାଇକେଲ୍ । ସେ ଏବେ ଭାରତ ପାଇଁ ଏହି ଲିଗ୍‌ରେ ଶତକ ହାସଲ କରିଥିବା ସବୁଠାରୁ ଦ୍ରୁତତମ ବ୍ୟାଟସମ୍ୟାନ। ଆଇପିଏଲ୍‌ ପରେ ଇଂଲଣ୍ଡ ଗସ୍ତରେ ବି ଚମତ୍କାର ପ୍ରଦର୍ଶନ କରିଥିଲେ ସୂର୍ଯ୍ୟବଂଶୀ। ଇଂଲଣ୍ଡରୁ ଫେରିବା ପରେ, ତାଙ୍କୁ ରାଜସ୍ଥାନ ରୟାଲ୍ସ ଏକ ସ୍ୱତନ୍ତ୍ର ଅଭ୍ୟାସ ଅଧିବେଶନ ପାଇଁ ବି ଡାକିଥିଲା ।  

ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ଗସ୍ତ କରିବ ଅଣ୍ଡର-୧୯ ଟିମ୍ ଇଣ୍ଡିଆ । ଯେଉଁଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ଟି ODI ମ୍ୟାଚ୍ ଓ ୨ଟି ୟୁଥ୍ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଅଷ୍ଟ୍ରେଲିଆ ଗସ୍ତ ପାଇଁ ବୈଭବଙ୍କୁ ୧୯ ବର୍ଷରୁ କମ୍ ଦଳରେ ମଧ୍ୟ ମନୋନୀତ କରାଯାଇଛି। ଏହି ମ୍ୟାଚ୍ ବଳରେ ବୈଭବଙ୍କ ଆଗକୁ ଯିବାର ରାସ୍ତା ଫିଟବ ବୋଲି ଚର୍ଚ୍ଚା ।

Scroll to Top