PM Narendra Modi: ଆମେରିକା ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି, ଟ୍ରମ୍ପଙ୍କୁ ଭେଟିବେ!

pm-narendra-modi:-ଆମେରିକା-ଗସ୍ତ-କରିପାରନ୍ତି-ପ୍ରଧାନମନ୍ତ୍ରୀ-ମୋଦି,-ଟ୍ରମ୍ପଙ୍କୁ-ଭେଟିବେ!

ମିଳିତ ଜାତିସଂଘ ସାଧାରଣ ପରିଷଦର ଅଧିବେଶନରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଯାଇପାରନ୍ତି। ଏହି ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ କରିବାର ସମ୍ଭାବନା ରହିଛି।

ଟାରିଫ୍ ବିବାଦ ମଧ୍ୟରେ ଟ୍ରମ୍ପଙ୍କୁ ଭେଟିପାରନ୍ତି ପିଏମ୍ ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA) ଅଧିବେଶନରେ ଯୋଗ ଦେବା ପାଇଁ ଆମେରିକା ଗସ୍ତ କରିବାର ସମ୍ଭାବନା ଅଛି। ସେପ୍ଟେମ୍ବର ୨୩ରୁ ୨୭ ତାରିଖ ଯାଏଁ ନ୍ୟୁୟର୍କରେ ବସିବ ମିଳିତ ଜାତିସଂଘର ଗୁରୁତ୍ବପୂର୍ଣ୍ଣ ବୈଠକ। ଏଥିରେ ପ୍ରଧାନମନ୍ତ୍ରୀ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ଏହି ଅଧିବେଶନରେ ବିଶ୍ବ ନେତାମାନେ ଯୋଗ ଦେବେ। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରଧାନମନ୍ତ୍ରୀ ଭେଟି ପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ସୂତ୍ର ଅନୁସାରେ, ଟ୍ରମ୍ପଙ୍କ ବ୍ୟତୀତ, ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସକିଙ୍କ ସମେତ ବିଭିନ୍ନ ରାଷ୍ଟ୍ର ମୁଖ୍ୟଙ୍କ ସହ ଉଚ୍ଚସ୍ତରୀୟ ବୈଠକ ମଧ୍ୟ କରିବେ। ପ୍ରଧାନମନ୍ତ୍ରୀ ମୋଦି ଚଳିତ ବର୍ଷ ଫେବୃଆରୀରେ ଶେଷ ଥର ପାଇଁ ହ୍ବାଇଟ୍ ହାଉସରେ ଟ୍ରମ୍ପଙ୍କ ସହ ବୈଠକ କରିଥିଲେ।

ସୂତ୍ର ଅନୁସାରେ ଟ୍ରମ୍ପ ମଧ୍ୟ ମୋଦିଙ୍କୁ ଭେଟିବାକୁ ଆଗ୍ରହୀ। ଗତ ଜୁନ୍ ମାସରେ ପ୍ରଧାନମନ୍ତ୍ରୀ G7 ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ କାନାଡାରେ ଥିବା ସମୟରେ ଟ୍ରମ୍ପ ମୋଦିଙ୍କୁ ୱାଶିଂଟନ୍ ଯିବାକୁ ନିମନ୍ତ୍ରଣ କରିଥିଲେ। କିନ୍ତୁ ଟ୍ରମ୍ପଙ୍କ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେ ମୋଦି। ସେ ସମୟରେ ଟ୍ରମ୍ପ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କ ସହ ଏକ ବୈଠକ କରିଥିଲେ।

Also Read

ଭାରତ ଉପରେ ଟ୍ରମ୍ପ ଟାରିଫକୁ ୫୦ ପ୍ରତିଶତକୁ ବଢ଼ାଇଛନ୍ତି। ଟାରିଫ ବିବାଦ ଭିତରେ ପିଏମ୍ ମୋଦି ଓ ଟ୍ରମ୍ପଙ୍କ ସମ୍ଭାବ୍ୟ ସାକ୍ଷାତ ଆଲୋଚନା ବେଶ ଗୁରୁତ୍ବ ବହନ କରୁଛି। ନ୍ୟୁୟର୍କରେ ଜାତିସଂଘର ଉଚ୍ଚସ୍ତରୀୟ ବୈଠକ ବେଳେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ରାଷ୍ଟ୍ର ମୁଖ୍ୟଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଅକ୍ଟୋବରରେ ହେବାକୁ ଥିବା QUAD ଶିଖର ସମ୍ମିଳନୀ ପାଇଁ ଟ୍ରମ୍ପଙ୍କୁ ଭାରତ ଆସିବାକୁ ବ୍ୟକ୍ତିଗତ ଭାବରେ ନିମନ୍ତ୍ରଣ କରିବେ। ଅଷ୍ଟ୍ରେଲିଆ ଏବଂ ଜାପାନ QUADର ଅନ୍ୟ ସଦସ୍ୟ।

ଅଧିକ ପଢନ୍ତୁ: ଓଡ଼ିଶାରେ ପ୍ରତିଷ୍ଠା ହେବ ୨ଟି ସେମିକଣ୍ଡକ୍ଟର ମ୍ୟାନୁଫାକ୍ଚରିଂ ୟୁନିଟ୍

ଓଟିଭି ହ୍ଵାଟ୍ସଅପ

Scroll to Top