D

d

ବଡମ୍ବା ଥାନା ନୂଆ କେଶାବେରଣୀ ଗାଁରେ ଅଭାବନୀୟ ଘଟଣା। ବୋହୂକୁ କିରୋସିନି ପକାଇ ଜାଳିଦେଲେ ଶାଶୂଘର ଲୋକେ। ସଂକଟାପନ୍ନ ଅବସ୍ଥାରେ କଟକ ଏସସିବିରେ ଚିକିତ୍ସିତ ବୋହୂ ଚିନ୍ମୟୀ।

author-image

Domestic Violence

Domestic Violence Photograph: (OTV)

ବୋହୂକୁ କିରୋସିନି ଢାଳି ଶାଶୂଘର ଲୋକଙ୍କ ହତ୍ୟା ଉଦ୍ୟମ ଅଭିଯୋଗ। ଅଭିଯୋଗ ଆସିଛି ବଡମ୍ବା ଥାନା ନୂଆ କେଶାବେରଣୀ ଗାଁରୁ। ସ୍ବାମୀ, ଶାଶୂ, ଶ୍ବଶୁର ଓ ନଣନ୍ଦ ମିଶି ଝିଅକୁ ଜାଳିଦେଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ପୀଡ଼ିତା ମହିଳା ମା’। 
ଅଭିଯୋଗ ଅନୁସାରେ, ସ୍ବାମୀ ନୀଳମଣି ବେହେରା ପତ୍ନୀ ଚିନ୍ମୟୀଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦେଇ ଆସୁଥିଲେ। କିଛି ଦିନ ତଳେ ଚିନ୍ମୟୀ ବାପଘରକୁ ଆସିଥିବା ବେଳେ ରାସନ ଚାଉଳ ମିଳୁଥିବା କହି ଚିନ୍ମୟୀଙ୍କୁ ଡାକିଥିଲେ ଶାଶୂଘର ଲୋକେ। ସେଠାରେ ଏକ ଘରେ ମିଳିମିଶି ବୋହୂକୁ ଜାଳିଦେଇଥିବା ଅଭିଯୋଗ ହୋଇଛି। 
ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବଡ଼ମ୍ବା ମେଡିକାଲ ଓ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି। ଚିନ୍ମୟୀଙ୍କ ଶରୀରର ୭୦ ପ୍ରତିଶତ ପୋଡ଼ିଯାଇଥିବା ଡାକ୍ତର କହିଛନ୍ତି। ଅଭିଯୁକ୍ତ ଶାଶୂଘର ଲୋକେ ଫେରାର ଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି। ତେବେ ଏନେଇ ଚିନ୍ମୟୀଙ୍କ ସ୍ବାମୀ କିମ୍ବା ତାଙ୍କ ଶାଶୁଘର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହି।


•    ବୋହୂକୁ କିରୋସିନି ପକାଇ ଜାଳିଦେଲେ ଶାଶୂଘର ଲୋକେ
•    ବଡମ୍ବା ଥାନା ନୂଆ କେଶାବେରଣୀ ଗାଁରେ ଅଭାବନୀୟ ଘଟଣା
•    ସ୍ବାମୀ, ଶାଶୂ, ନଣନ୍ଦ ଓ ଶ୍ବଶୁର ମିଶି ଜାଳି ଦେଇଥିବା ଅଭିଯୋଗ
•    ସଂକଟାପନ୍ନ ଅବସ୍ଥାରେ କଟକ ଏସସିବିରେ ବୋହୂ ଚିନ୍ମୟୀ
•    ଚିନ୍ମୟୀଙ୍କ ଶରୀରର ୭୦ ପ୍ରତିଶତ ପୋଡ଼ିଯାଇଛି
•    ଅଭିଯୁକ୍ତ ଶାଶୂଘର ଲୋକେ ଫେରାର, ପୋଲିସର ତଦନ୍ତ

Scroll to Top