L

l

୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ଗତି କରି ଘନୀଭୂତ ହେବ। ୨୪ ତାରିଖ ବେଳକୁ ଏହା ଅବପାତର ରୂପ ନେଇପାରେ।

author-image

LOW-PRESSURE

LOW-PRESSURE Photograph: (OTV)

୨୪ ଘଣ୍ଟାରେ ଲଘୁଚାପ । ଆଜି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସହିତ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତିକରି ତାହା ଘନୀଭୂତ ହେବ। ୨୪ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତର ରୂପ ନେବାର ସମ୍ଭାବନା ରହିଛି । 
ପରବର୍ତ୍ତୀ ୪୮ ଘଣ୍ଟାରେ ଦିଗ ବଜାୟ ରଖିବା ସହ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନୀଭୂତ ସମ୍ଭାବନା ରହିଛି। ସକ୍ରିୟ ଘୂର୍ଣ୍ଣିବଳୟଟି ଆଜି ସୁଦ୍ଧା ଲଘୁଚାପର ରୂପ ନେଇପାରେ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ତାହା ପରବର୍ତ୍ତୀ ସମୟରେ ବାତ୍ୟାରେ ପରିଣତ ହୋଇପାରେ। ଲଘୁଚାପ ସୃଷ୍ଟି ହେବା ପରେ ଅଧିକ ସ୍ପଷ୍ଟତା ଆସିପାରେ ବୋଲି କହିଛି ପାଣିପାଗ ବିଭାଗ ।
ସେପଟେ ରାଜ୍ୟରେ ଆହୁରି ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ତାପମାତ୍ରାରେ ଆଉ ଦୁଇରୁ ୩ଡିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ରହିଛି । ଆସନ୍ତା ସପ୍ତାହରେ ପାଗ ବଦଳି ପାରେ ଓ ଉପକୁଳ ଜିଲ୍ଲାମାନଙ୍କରେ ମେଘୁଆ ପାଗ ସହିତ ବର୍ଷା ସମ୍ଭାବନା ରହିଛି ।


•    ୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା
•    ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ଗତିକରି ଘନୀଭୂତ ହେବ 
•    ୨୪ ତାରିଖ ବେଳକୁ ନେଇପାରେ ଅବପାତର ରୂପ
•    ରାଜ୍ୟରେ ଆହୁରି ୫ ଦିନ ଯାଏଁ ଶୁଖିଲା ପାଗ

Scroll to Top