ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା କାର୍, ଅଳ୍ପକେ ବର୍ତ୍ତିଗଲେ ଚାଳକ

ରାସ୍ତା-ମଝିରେ-ହୁତୁ-ହୁତୁ-ହୋଇ-ଜଳିଗଲା-କାର୍,-ଅଳ୍ପକେ-ବର୍ତ୍ତିଗଲେ-ଚାଳକ

ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା କାର୍, ଅଳ୍ପକେ ବର୍ତ୍ତିଗଲେ ଚାଳକ

Published By: Ruby – Prameya-News7 Bureau | November 21, 2025 07:06 PM

NEWS7

Car

ଟାଙ୍ଗୀ ୧୧: ରାସ୍ତା ମଝିରେ ଜଳିଗଲା ଇଭି କାର୍ । ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଥାନା ୧୬ନଂ ଜାତୀୟ ରାଜପଥର ଧୂଆଁଳ ଓଭରବ୍ରିଜ୍ ନିକଟରେ ହୁତୁ ହୁତୁ ହୋଇ ଜଳିଗଲା ଏକ ଇଲେକ୍ଟ୍ରିକ୍ କାର୍ । ଏଥିରେ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି ।

ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଇଲେକ୍ଟ୍ରିକ୍ କାର୍‌ର  ଚାଳକ ଦେଖିଲେ ଯେ, ହଠାତ ତାଙ୍କର ଗାଡ଼ିରୁ ଧୂଆଁ ବାହାରୁଛି ।  ସଙ୍ଗେ ସଙ୍ଗେ ଚାଳକ ଜଣକ ଗାଡିକୁ ରାସ୍ତା କଡରେ ଅଟକ ରଖି ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ । ଏହାର କିଛି ସମୟ ମଧ୍ୟରେ ହଠାତ ଉକ୍ତ ଗାଡିଟି ହୁତୁ ହୁତୁ ହୋଇ ଜଳିଯାଇଥିଲା । ପରେ ବାଲୁଗାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଁଆକୁ ଆୟତ୍ତ କରିଛି । ହେଲେ ସେତେବେଳକୁ ଗାଡିଟି ସମ୍ପୂର୍ଣ୍ଣ ଭାବେ ଜଳିପୋଡ଼ି ଯାଇଛି ।

Scroll to Top