କୁକୁର କାମୁଡ଼ାରେ ଜୀବନ ଗଲେ ୫ ଲକ୍ଷ କ୍ଷତିପୂରଣ, ଗୁରୁତର ପୀଡ଼ିତଙ୍କୁ ମିଳିବ ୫ ହଜାର

କୁକୁର-କାମୁଡ଼ାରେ-ଜୀବନ-ଗଲେ-୫-ଲକ୍ଷ-କ୍ଷତିପୂରଣ,-ଗୁରୁତର-ପୀଡ଼ିତଙ୍କୁ-ମିଳିବ-୫-ହଜାର

ନୂଆଦିଲ୍ଲୀ: ବୁଲା କୁକୁରଙ୍କ ଆତଙ୍କ ଭାରତରେ ଏକ ଚିନ୍ତାର ବିଷୟ ହୋଇ ରହିଛି । ବୁଲା କୁକୁରଙ୍କ କାମୁଡ଼ାରେ ମୃତ୍ୟୁ ଓ ଜଳାତଙ୍କ ରୋଗ ଲୋକଙ୍କ ମଧ୍ୟରେ ଭୟ ବଢାଇଛି । ସୁପ୍ରିମକୋର୍ଟରେ ବି ବୁଲା କୁକୁରଙ୍କ ବଢୁଥିବା ସଂଖ୍ୟା ଓ ସେମାନଙ୍କୁ ସାର୍ବଜନୀନ ସ୍ଥାନରୁ ହଟାଯିବା ଉପରେ ଅନେକ ଥର ଶୁଣାଣି ହୋଇସାରିଛି । ଏହାରି ଭିତରେ କର୍ଣ୍ଣାଟକ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ବୁଲା କୁକୁର କାମୁଡ଼ାରେ ମୃତ୍ୟୁ ଓ ଆହତ ଘନିତ ଘଟଣାରେ ସରକାର କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି ।

କର୍ଣ୍ଣାଟକ ସରକାର ଘୋଷଣା କରିଛନ୍ତି ଯେ ବୁଲା କୁକୁରଙ୍କ କାମୁଡ଼ାରେ ପ୍ରାଣ ଗଲେ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ମିଳିବ । ସେହିପରି ଗୁରୁତର ଆହତଙ୍କୁ ୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ । ୩୫୦୦ ଟଙ୍କା ପୀଡ଼ିତଙ୍କୁ ସିଧାସଳଖ ପ୍ରଦାନ କରାଯିବ, ବଳକା ୧୫୦୦ ଟଙ୍କା ପୀଡ଼ିତଙ୍କ ଚିକିତ୍ସା ପାଇଁ ସୁବର୍ଣ୍ଣ ଆରୋଗ୍ୟ ସୁରକ୍ଷା ଟ୍ରଷ୍ଟକୁ ଦିଆଯିବ ।

Karnataka government announces Rs 5 Lakhs compensation to the kin of those who died due to dog bites.

For punctures on the skin by stray dog/s, deep black bruising with punctures and laceration by a stray dog/s, multiple bite attack by stray dog/s, total amount to be paid is Rs… pic.twitter.com/ORigOIlRYB

— ANI (@ANI) November 19, 2025

ସେପଟେ ତାମିଲନାଡୁରେ ବୁଲା କୁକୁରଙ୍କ କାମୁଡ଼ା ମାମଲାର ବର୍ଦ୍ଧିତ ସଂଖ୍ୟା ଉପରେ ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ୱରମ ଆଲୋକପାତ କରିଛନ୍ତି । ଏକ ଖବରକାଗଜ ରିପୋର୍ଟକୁ ଉଦୃତ କରି ସେ ଲେଖିଛନ୍ତି, ତାମିଲନାଡୁରେ ଚଳିତ ବର୍ଷ ଏବେ ସୁଦ୍ଧା କୁକୁର କାମୁଡ଼ିବାର ୫,୨୫,୦୦୦ ମାମଲା ରେକର୍ଡ ହୋଇଛି । ଏହା ସହିତ ଜଳାତଙ୍କରେ ୨୮ ଜଣଙ୍କ ମୃତ୍ୟୁ ହୋଇଛି ।

According to a newspaper report, Tamil Nadu recorded 5,25,000 cases of dog bites this year (so far) and 28 deaths due to rabies

Dog lovers’ concerns are valid but they should also consider the alarming data

Being a dog lover is not antagonistic to support sequestering stray…

— P. Chidambaram (@PChidambaram_IN) November 18, 2025

ବୁଲା କୁକୁରଙ୍କ ବର୍ଦ୍ଧିତ ସମସ୍ୟାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସ୍କୁଲ, କଲେଜ, ହସ୍ପିଟାଲ, ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ବସ୍ ଷ୍ଟାଣ୍ଡ ଏବଂ ରେଳ ଷ୍ଟେସନ ଭଳି ସମସ୍ତ ସାର୍ବଜନୀନ ସ୍ଥାନରୁ ତୁରନ୍ତ ହଟାଇବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଏହି ସ୍ଥାନଗୁଡ଼ିକରୁ ଧରାଯାଇଥିବା କୁକୁରମାନଙ୍କୁ ବନ୍ଧ୍ୟାକରଣ ଏବଂ ଟୀକାକରଣ ପରେ ପୁଣି ସେହି ସ୍ଥାନକୁ ଛଡ଼ାଯିବ ନାହିଁ । କୁକୁରମାନଙ୍କୁ ନିର୍ଦ୍ଦିଷ୍ଟ ଆଶ୍ରୟସ୍ଥଳକୁ ପଠାଇବା ପାଇଁ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ଦାୟୀ ରହିବେ ।

Scroll to Top