S

s

୧୮ ତାରିଖରେ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କଲେ । ୪୮ ଘଣ୍ଟା ପୂରିନି ଗାଁରେ ପହଞ୍ଚିଲା ବିଦ୍ୟୁତ ଖୁଣ୍ଟ । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ସୁବର୍ଣ୍ଣପୁର ଗାଁ। ଯେଉଁ ଗାଁର ଅନ୍ଧାରୀ ଭାଗ୍ୟକୁ ନେଇ ଓଟିଭିରେ ଖବର ପ୍ରସାରଣ ପରେ ଜିଲ୍ଲାପାଳ ସମ୍ମିଳନୀରେ ଉଦବେଗ ପ୍ରକାଶ କରିଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ ।

author-image

OTV-IMPACT

OTV-IMPACT Photograph: (OTV)

୧୮ ତାରିଖରେ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କଲେ । ୪୮ ଘଣ୍ଟା ପୂରିନି ଗାଁରେ ପହଞ୍ଚିଲା ବିଦ୍ୟୁତ ଖୁଣ୍ଟ । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ସୁବର୍ଣ୍ଣପୁର ଗାଁ। ଯେଉଁ ଗାଁର ଅନ୍ଧାରୀ ଭାଗ୍ୟକୁ ନେଇ ଓଟିଭିରେ ଖବର ପ୍ରସାରଣ ପରେ ଜିଲ୍ଲାପାଳ ସମ୍ମିଳନୀରେ ଉଦବେଗ ପ୍ରକାଶ କରିଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସ୍ବାଧୀନତାର ୭୮ ବର୍ଷ ପରେ ବି ଆଲୁଅ ନଥିବାରୁ ବେଶ୍ ଚିନ୍ତା ପ୍ରକଟ କରିଥିଲେ। ତୁରନ୍ତ ବିଦ୍ୟୁତ ସଂଯୋଗ ଯୋଗାଇ ଦେବାକୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଗାଁରେ ପହଞ୍ଚିଯାଇଛି ବିଦ୍ୟୁତ ଖୁଣ୍ଟ। ଖୁସି ଖେଳିଯାଇଛି ସୁବର୍ଣ୍ଣପୁରର ଘରେ ଘରେ। କାରଣ ଦଶନ୍ଧି ଦଶନ୍ଧି ଧରି ଯାହା ସ୍ବପ୍ନ ଥିଲା ତାହା ସତ ହେବାକୁ ଯାଉଛି। ସ୍ଥାନୀୟ ବିଡିଓଙ୍କ ସହିତ ଅନ୍ୟବରିଷ୍ଠ ଅଧିକାରୀ ନିଜେ ସ୍ଥିତି ଅନୁଧ୍ୟାନ କରିବା ପରେ ବିଦ୍ୟୁତ ଖୁଣ୍ଟ ପୋତା କାମ ଆରମ୍ଭ ହୋଇଛି । ଏବେ ଖାଲି ଅପେକ୍ଷା ଆଲୁଅକୁ…

ସୁବର୍ଣ୍ଣପୁର। ନାଁରେ ସିନା ସୁନାର ମହକ, ହେଲେ ଭାଗ୍ୟ ପୋଡ଼ା ଅଙ୍ଗାରଠୁ କମ୍ ନୁହେଁ । ଦେଶ ସ୍ବାଧୀନତାକୁ ୭୮ ବର୍ଷ ବିତିଯାଇଥିଲେ ବି ବିଜୁଳି ଆଲୁଅ ଏଠି ସାତ ସପନ। କେତେ ପିଢି ଚାଲିଗଲେଣି ହେଲେ କିଟିକିଟି ଅନ୍ଧାର ଏମାନଙ୍କ ସଙ୍ଗ ଛାଡ଼ୁନି । ସଞ୍ଜ ହେଲେ ପଡ଼ିଯାଉଛି ତାଟିକବାଟ । ପାଠ ପଢିବାକୁ ମହମବତୀ କି ଲଣ୍ଠନ ଭରସା । ବର୍ଷ ବର୍ଷ ଧରି ଏଭଳି ବିନା ବିଜୁଳିରେ ଚଳିଆସୁଛନ୍ତି ୨୫ ଆଦିବାସୀ ପରିବାରର ୧୩୦ରୁ ଅଧିକ ଲୋକେ।  ବିଦ୍ୟୁତ ସମସ୍ୟାକୁ ନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନଙ୍କୁ ଜଣାଇଥିଲେ ମଧ୍ୟ ସୁଫଳ ମିଳୁନଥିଲା। ଏନେଇ ଓଟିଭିରେ ଖବର ପ୍ରସାରଣ ପରେ ଉଦବେଗ ପ୍ରକାଶ କରିବା ସହ ତୁରନ୍ତ ବିଜୁଳି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ସିଏମ ମୋହନ ମାଝୀ । ଯାହାର ଫଳସ୍ବରୂପ ଆଜି ଗାଁ ବିଜୁଳି ଆଲୁଅ ଦେଖିବାକୁ ଯାଉଛି ।

ଡିବିରିର ମିଞ୍ଜିମିଞ୍ଜି ଆଲୁଅ ଛାଡ଼ି ଏବେ ବିଜୁଳି ଆଲୁଅରେ ବସିବେ ସୁବର୍ଣ୍ଣପୁରବାସୀ। ଆଗକୁ ରାସ୍ତାଘାଟ,ସ୍ୱାସ୍ଥ୍ୟ , ଶିକ୍ଷା ସମସ୍ୟାର ସମାଧାନ ପାଇଁ ବି ଆଶା ରଖିଛନ୍ତି ।… 

Scroll to Top