ଅପରେସନ ସିନ୍ଦୂରକୁ ନେଇ ଆର୍ମି ଚିଫଙ୍କ ବଡ଼ ବୟାନ, କହିଲେ-୧୦୦ କିଲୋମିଟର ଭିତରକୁ ପଶି କରିଥିଲୁ କାର୍ଯ୍ୟାନୁଷ୍ଠାନ

ଅପରେସନ-ସିନ୍ଦୂରକୁ-ନେଇ-ଆର୍ମି-ଚିଫଙ୍କ-ବଡ଼-ବୟାନ,-କହିଲେ-୧୦୦-କିଲୋମିଟର-ଭିତରକୁ-ପଶି-କରିଥିଲୁ-କାର୍ଯ୍ୟାନୁଷ୍ଠାନ

ରିଭା ୧।୧୧: ଆର୍ମି ଚିଫ୍ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି ଯେ ଅପରେସନ ସିନ୍ଦୂର କାଳରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଖୋଲା ଛାଡ ଦେଇଥିଲେ। ଏଣୁ ଭାରତୀୟ ସେନା ପାକିସ୍ତାନ ସୀମାର ୧୦୦ କିଲୋମିଟର ଭିତରକୁ ପଶି କାର୍ଯ୍ୟାନୁଷ୍ଠାନ କରିଥିଲେ। ମଧ୍ୟପ୍ରଦେଶ ରିଭାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଜେନେରାଲ ଦ୍ୱିବେଦୀ କହିଛନ୍ତି ଯେ ଶତ୍ରୁ ଉପରେ ବିଜୟ ହାସଲ ସହିତ ସାର୍ବଭୌମତା, ଅଖଣ୍ଡତା ଓ ପୁନଃ ଶାନ୍ତି ସ୍ଥାପନା  ଥିଲା ଅପରେସନ ସିନ୍ଦୂରର ମୁଖ୍ୟ ଉଦ୍ଦେଶ୍ୟ।

ଟିଆରଏସ କଲେଜରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି ଆତ୍ମ ବିଶ୍ୱାସ ଓ ଶାନ୍ତି ବହୁତ ଜରୁରି। ଅପରେସନ ସିନ୍ଦୂରରେ ୩ ସେନାଙ୍କୁ ମିଳିତ କାମ କରିବାର ଥିଲା। ଏଣୁ ସେନା ମୁଖ୍ୟ ମାନେ ଶାନ୍ତ ଥିଲେ। ଆମର ଶାନ୍ତି ଦେଶରେ ଲୋକଙ୍କୁ ସେମାନେ ସୁରକ୍ଷିତ ହାତରେ ଥିବା ବିଶ୍ୱାସ ଦେଇଥିଲା। ଆର୍ମି ଚିଫ୍ ସାହସର ଗୁରୁତ୍ୱ ସମ୍ପର୍କରେ କହିବାକୁ ଯାଇ ଯୁଦ୍ଧରେ ବହୁତ ରିସ୍କ ଥାଏ ଏଣୁ ରିସ୍କ କମ କରିବାକୁ ଆମେ ପ୍ରତି ଆକ୍ରମଣର ଜବାବୀ କାର୍ଯ୍ୟାନୁଷ୍ଠାନ କରିଥିଲୁ ଓ ସୀମା ପାର କରି ୧୦୦ କିଲୋମିଟର ଭିତର ପର୍ଯ୍ୟନ୍ତ ଯାଇଥିଲୁ। ଇତିହାସରେ ପୂର୍ବରୁ କେବେ ଏପରି ହୋଇ ନଥିଲା।

ସ୍ଥଳ ସେନାମୁଖ୍ୟ କହିଛନ୍ତି ଯେ ଜେନେରେସନ ‘ଜେଡ୍’ ଆସିଗଲାଣି ଓ ଆଜିକାଲି ଏ ବିଷୟରେ କଥା ହେବା ଫ୍ୟାସନରେ ପରିଣତ ହୋଇଛି। ତେବେ ସବୁଠୁ ବଡ଼ କଥା ଯାହା ଭାରତରେ ଜେନେରେସନ ଜେଡଙ୍କ ସଂଖ୍ୟା ବିଶ୍ୱରେ ସର୍ବାଧିକ। ଏପରିକି ଭାରତୀୟ ସେନା ମଧ୍ୟ ଏବେ ଜେନେରେସନ ଜେଡ୍ ଆଗରେ ଛୋଟ ପଡି ଯାଉଛି। କାରଣ ଆମେ ଦ୍ୱିତୀୟ ସର୍ବ ବୃହତ୍ତ, ଏଣୁ ଜେନେରେସନ ଜେଡ୍ ପ୍ରଥମ ସ୍ଥାନରେ ରହିଛି। ଏହାର ଅର୍ଥ ହେଉଛି ଏହି ଜେନେରେସନ ଜେଡ୍ ଡିଜିଟାଲ ରୂପେ ପାରଙ୍ଗମ ଓ ସାମାଜିକ ରୂପେ ସଚେତନ। ଭବିଷ୍ୟତରେ ଜେନେରେସନ ଜେଡ୍ ଭାରତକୁ ଆଗକୁ ବଢେଇବ ଓ ବହୁତ ଆଗକୁ ନେଇଯିବ ବୋଲି କହିଛନ୍ତି ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ।  

#WATCH | Rewa, Madhya Pradesh | Addressing an event at TRS College, Chief of the Army Staff, General Upendra Dwivedi says, “…Other than gaining the victory over the enemy, Operation Sindoor was to re-establish sovereignty, integrity and peace… It was the Prime Minister who… pic.twitter.com/LhvW9PxR22

— ANI (@ANI) November 1, 2025

Scroll to Top