୧୬ ପୃଷ୍ଠାର ଡାଏଲଗ କହିବାକୁ ଅମିତାଭ କରିଦେଇ ଥିଲେ ମନା ,ପରେ କାଦର ଖାନ କହିଥିଲେ ଏହି ହୃଦୟସ୍ପର୍ଶୀ କଥା

୧୬-ପୃଷ୍ଠାର-ଡାଏଲଗ-କହିବାକୁ-ଅମିତାଭ-କରିଦେଇ-ଥିଲେ-ମନା-,ପରେ-କାଦର-ଖାନ-କହିଥିଲେ-ଏହି-ହୃଦୟସ୍ପର୍ଶୀ-କଥା

ମୁମ୍ୱାଇ : ବଲିଉଡ ଅଭିନେତା ଅମିତାଭ ବଚ୍ଚନ ନିଜର ଆକର୍ଷଣୀୟ ଅଭିନୟ ସହ ଜବରଦସ୍ତ ଡାଏଲଗ ଡେଲିଭରୀ ପାଇଁ ମଧ୍ୟ ପ୍ରସିଦ୍ଧ। ନିଜର ଦମଦାର ଭଏସ୍‌ରେ ସେ ଯେବେ ଡାଏଲଗ କୁହନ୍ତି ତ ଫିଲ୍ମରେ ବସିଥିବା ଅଡିୟାନ୍ସ ତାଳି ବଜାଇବାରେ ନିଜକୁ ରୋକି ପାରନ୍ତି ନାହିଁ। କିନ୍ତୁ ଆପଣ କଣ ଜାଣନ୍ତି ଗୋଟେ ସମୟ ଏମିତି ଥିଲା ଯେବେ ଅମିତାଭ କାଦର ଖାନଙ୍କ ପାଇଁ ଡାଏଲଗ କହିବାକୁ ମନା କରିଦେଇ ଥିଲେ ? ଏହି କଥା ୧୯୭୮ ମସିହାରେ ଆସିଥିବା ଫିଲ୍ମ ‘ମୁକଦ୍ଦର କି ସିକନ୍ଦର’ର ସୁଟିଂ ବେଳର। ଏହି ଫିଲ୍ମର ଡାଏଲଗ କାଦର ଖାନ ଲେଖି ଥିଲେ।

କାଦର ଖାନ ଆକ୍ଟିଂ ସହ ନିଜର ଲେଖନୀ ପାଇଁ ପ୍ରଶଂସା ସାଉଁଣ୍ଟୁ ଥିଲେ। ସେ ଅମିତାଭଙ୍କ ଅଭିନୀତ ଅନେକ ଫିଲ୍ମର ଡାଏଲଗ ଲେଖି ଥିଲେ। କାଦର ଖାନଙ୍କ ଦ୍ୱାରା ଲେଖିତ ଡାଏଲଗ କହି ଅମିତାଭଙ୍କ ସମେତ ଅନେକ ଆକ୍ଟର୍ସଙ୍କୁ ସ୍କ୍ରିନ୍‌ରେ ଅଡିୟାନ୍ସଙ୍କ ଠାରୁ ଖୁବ୍‌ ରିଆକ୍ସନ ମିଳୁଥିଲା। କିନ୍ତୁ ଫିଲ୍ମ ‘ମୁକଦ୍ଦର କି ସିକନ୍ଦର’ର ସୁଟିଂ ବେଳେ ଯେବେ ଅମିତାଭ ଦେଖିଲେ ଯେ, କେବଳ ତାଙ୍କ ପାଇଁ କାଦର ଖାନ ୧୬ ପୃଷ୍ଠାର ଲମ୍ୱା ଡାଏଲଗ୍‌ ଲେଖିଛନ୍ତି ,ତ ସେ ଆଶ୍ଚର୍ଯ୍ୟ ହୋଇଗଲେ। ସେ ୧୬ ପୃଷ୍ଠାର ଡାଏଲଗକୁ ପ୍ରଦର୍ଶନ କରିବାକୁ ମନା କରିଦେଲେ। ସେ ଏହି ଡାଏଲଗକୁ ଛୋଟ କରିବାକୁ କହିଲେ। ଡାଇରେକ୍ଟର ପ୍ରକାଶ ମେହରା ମଧ୍ୟ ଅମିତାଭଙ୍କ ଏହି କଥାରେ ସହମତ ଥିଲେ।

ଯେତେବେଳେ ଏହି କଥା କାଦର ଖାନଙ୍କ ଯାଏ ପହଞ୍ଚିଲା , ତ ସେ ଅମିତାଭ ଓ ସେଟ୍‌ରେ ସମସ୍ତଙ୍କ ସାମ୍ନାରେ ସେ ୧୬ ପୃଷ୍ଠାର ଡାଏଲଗ ନଦେଖି କହି ଦେଲେ। କାଦରଙ୍କୁ ଏମିତି କରିବାର ଦେଖି ଅମିତାଭ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ତାଙ୍କୁ କୋଳେଇ ନେଲେ। ସେତେବେଳେ କାଦର ଖାନ କହିଲେ କି ୧୬ ପୃଷ୍ଠାର ଲେଖା ଏହା କେବଳ ଡାଏଲଗ ନୁହେଁ , ଏହା ତାଙ୍କ ଜୀବନର ସତ୍ୟ , ଯାହା ସେ ଦେଖିଛନ୍ତି। ଏହା ଅନୁଭବ କରିବ ତ ଏହି ଡାଏଲଗ୍‌ ଲମ୍ୱା ଲାଗିବ ନାହିଁ। ପରେ ଅମିତାଭ ପରଫର୍ମ କଲେ , ସମସ୍ତେ କରତାଳି ଦେଇ କମ୍ପାଇ ଥିଲେ। ଶେଷରେ ଫିଲ୍ମ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା।

Scroll to Top