ନୂଆଦିଲ୍ଲୀ: ମହିଳା ଦିନିକିଆ ବିଶ୍ୱକପ୍ ୨୦୨୫ର ଟାଇଟଲ୍ ମ୍ୟାଚ୍ ରବିବାର ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ନଭି ମୁମ୍ବାଇର ଡିୱାଇ ପାଟିଲ୍ ସ୍ପୋର୍ଟ୍ସ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ପାଇଁ କ୍ରୀଡ଼ାପ୍ରେମୀ ବେଶ ଉତ୍ସାହିତ । ସ୍ଥିତି ଏପରି ଯେ ଫାଇନାଲ୍ ମ୍ୟାଚ୍ ପାଇଁ ସମସ୍ତ ଟିକେଟ୍ କିଛି ମିନିଟ୍ ମଧ୍ୟରେ ବିକ୍ରି ହୋଇଗଲା। ଟିକେଟ୍ ଅଭାବରୁ ପ୍ରଶଂସକମାନେ ସୋସିଆଲ ମିଡିଆରେ ନିଜର ଅସନ୍ତୋଷ ପ୍ରକାଶ କରୁଛନ୍ତି । ଡିୱାଇ ପାଟିଲ୍ ସ୍ପୋର୍ଟ୍ସ ଷ୍ଟାଡିୟମ୍ ବାହାରେ ପ୍ରଶଂସକଙ୍କ ଭିଡ଼ ଦେଖିବାକୁ ମିଳିଛି ।
ମହିଳା ଦିନିକିଆ ବିଶ୍ୱକପ୍ ଫାଇନାଲ୍ ପାଇଁ ଟିକେଟ୍ ନଭେମ୍ବର ୧ ଶନିବାର ଅପରାହ୍ନରେ BookMyShowରେ ଲାଇଭ୍ ହୋଇଥିଲା ଏବଂ କିଛି ମିନିଟ୍ ମଧ୍ୟରେ ସବୁ ବିକ୍ରି ହୋଇଯାଇଥିଲା । ଟିକେଟ୍ ଆଶାରେ ଥିବା ପ୍ରଶଂସକମାନେ ନିରାଶ ହୋଇଥିଲେ । ରିପୋର୍ଟ ଅନୁସାରେ, ଅଫିସିଆଲ୍ ଟିକେଟିଂ ପାର୍ଟନର BookMyShowରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଟିକେଟ ବିକ୍ରି ଆରମ୍ଭ ହୋଇନଥିଲା, ଏବଂ ନଭେମ୍ବର ୧ରେ ହଠାତ୍ ସମସ୍ତ ଟିକେଟ୍ ବିକ୍ରି ହୋଇଯାଇଥିଲା । ଯାହା ପ୍ରଶଂସକଙ୍କ ମଧ୍ୟରେ ଆକ୍ରୋଶ ବଢାଇଛି ।
Dear @cricketworldcup your women’s World Cup final tickets are still showing “coming soon” on @bookmyshow while website like @viagogo is selling them on premium pricing????? Can we get the tickets at the normal pricing please. pic.twitter.com/Tfl8KK6wI2
— RR #LetsTalk (@rahulrakesh) October 31, 2025
ପୂର୍ବରୁ ଅକ୍ଟୋବର ୨୨ରେ, BookMyShow ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଥିଲା ଯେ ମହିଳା ବିଶ୍ୱକପ୍ ଫାଇନାଲ ପାଇଁ ଟିକେଟ ସନ୍ଧ୍ୟା ୬ଟାରେ ବିକ୍ରି ହେବ । ଏହି ସ୍ୱତନ୍ତ୍ର ପ୍ରି-ସେଲ୍ ଅକ୍ଟୋବର ୨୨ ରୁ ୨୪ ତାରିଖ ମଧ୍ୟରେ ହେବାର ଥିଲା। ସାଧାରଣ ବିକ୍ରୟ ଅକ୍ଟୋବର ୨୪ ତାରିଖ ସନ୍ଧ୍ୟା ୭ଟାରେ ଆରମ୍ଭ ହେବାର ଥିଲା । ଏହି ସମୟ ମଧ୍ୟରେ କିଛି ପ୍ରଶଂସକ ଟିକେଟ୍ ବୁକ୍ କରିବାରେ ସଫଳ ହୋଇଥିଲେ, କିନ୍ତୁ ପରେ ଯାହା ଘଟିଲା ତାକୁ ନେଇ BookMyShow, BCCI ଏବଂ ICC ପ୍ରତି ପ୍ରଶଂସକଙ୍କ ରାଗ ବଢିଛି ।
This is your POWERPLAY!🏏
Get your tickets for the ICC Women’s World Cup Final during the Exclusive Pre-Sale with Google Pay, starting today 6 PM onwards!
🗓 22 Oct 6 PM IST → 24 Oct 6 PM IST
🎟 General Sale: 24 Oct, 7 PM ISTWhen the world’s eyes are on the final, make sure… pic.twitter.com/S8tOBmgrKj
— BookMyShow (@bookmyshow) October 22, 2025
ଭାରତ ଏବଂ ଦକ୍ଷିଣ ଆଫ୍ରିକା ଫାଇନାଲରେ ପହଞ୍ଚିବା ପରଠାରୁ, ପ୍ଲାଟଫର୍ମରେ ଟିକେଟ୍ ବିକ୍ରି ଲାଇଭ୍ ହୋଇ ନଥିଲା । BookMyShow ମୋବାଇଲ୍ ଆପ୍ ଏବଂ ୱେବସାଇଟରେ ବୁକିଂ “ଶୀଘ୍ର ଆସୁଛି” ବୋଲି ଦର୍ଶାଯାଇଥିଲା । ଅକ୍ଟୋବର ୩୧ ପର୍ଯ୍ୟନ୍ତ ଏପରି ସ୍ଥିତି ଥିଲା । କିନ୍ତୁ ନଭେମ୍ବର ୧ରେ ଫାଇନାଲ୍ ମ୍ୟାଚ୍ ପାଇଁ ଟିକେଟ୍ ବୁକ୍ କରିବା ସମୟରେ BookMyShowରେ ସମସ୍ତ ଟିକଟ ବିକ୍ରି ହୋଇଯାଇଥିବା ଦର୍ଶାଯାଇଥିଲା ।
Yesterday the tickets for the Women’s World Cup final at DY Patil Stadium were being sold at a cost of ₹150-₹500.
Now look at this, what a shameless exploitation. Don’t call it demand, it is daylight robbery. pic.twitter.com/bIV5KRWMLk
— Sameer Allana (@HitmanCricket) October 31, 2025
ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ୨୦୨୫ ମହିଳା ଦିନିକିଆ ବିଶ୍ୱକପ୍ ଫାଇନାଲ୍ ପାଇଁ ଟିକେଟ୍ ଅକ୍ଟୋବର ୨୪ ତାରିଖରେ ବିକ୍ରି ହୋଇଯାଇଥିବା ଜଣାପଡ଼ିଛି । ଏହି ଦିନ ସାଧାରଣ ବିକ୍ରୟ ଆରମ୍ଭ ହୋଇଥିଲା । ସେହି ସମୟରେ ଭାରତର ଫାଇନାଲ୍ ଯିବା ଅନିଶ୍ଚିତ ଥିଲା । ଟିକେଟ୍ ପାଇ ନପାରି ନିରାଶ ପ୍ରଶଂସକମାନେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ BookMyShowକୁ ସମାଲୋଚନା କରିଛନ୍ତି ଏବଂ BCCIକୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ । ପ୍ରଶଂସକମାନେ ଏହା ମଧ୍ୟ କହିଛନ୍ତି ଯେ ଟିକେଟ୍ ମୂଲ୍ୟ ଯାହା ପୂର୍ବରୁ ୧୫୦-୫୦୦ ଟଙ୍କା ମଧ୍ୟରେ ଥିଲା, ତାହା ହଠାତ୍ ବଢିଯାଇଥିଲା ।




