ସମ୍ଭାବ୍ୟ ବାତ୍ୟା ପାଇଁ ଗଞ୍ଜାମରେ ୨୫ରୁ ୩୦ ଛୁଟି ବାତିଲ, ମୁଖ୍ୟାଳୟ ନଛାଡ଼ିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ
Published By: Ruby – Prameya-News7 Bureau | October 25, 2025 04:44 PM
NEWS7
ବ୍ରହ୍ମପୁର ୨୫।୧୦: ଗଞ୍ଜାମରେ ଛୁଟି ବାତିଲ । ସମ୍ଭାବ୍ୟ ବାତ୍ୟା ପାଇଁ ଗଞ୍ଜାମରେ ୨୫ରୁ ୩୦ ଛୁଟି ବାତିଲ କରାଯାଇଛି । ମୁଖ୍ୟାଳୟ ଛାଡ଼ି କେହି ନ ଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ଭାରତୀୟ ପାଣିପାଗ ବିଭାଗ, ଭୁବନେଶ୍ବର ଦ୍ୱାରା କରାଯାଇଥିବା ପାଣିପାଗ ପୂର୍ବାନୁମାନ ଅନୁଯାୟୀ, ଗଞ୍ଜାମ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଯାହା ଫଳରେ ୨୫ରୁ ୩୦ ତାରିଖ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଏହାକୁ ଦୃଷ୍ଟିରେ ରଖି ଏବଂ ଜରୁରିକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ଜିଲ୍ଲାର ଅଧିକାରୀମାନେ ୨୫ ରୁ ୩୦ ତାରିଖ ପର୍ଯ୍ୟନ୍ତ ମୁଖ୍ୟାଳୟ ନ ଛାଡିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମା ଜାରି ରହିଛି ।




