ମୁମ୍ୱାଇ : ପରେଶ ରାୱଲ ବଲିଉଡ୍ର ଜଣେ ଦମଦାର ଓ ଅନୁଭବୀ ଅଭିନେତା ଏବଂ ଏବେସୁଦ୍ଧା ଅନେକ ଏମିତି ଚରିତ୍ର କରିଛନ୍ତି , ଯେଉଁଥି ପାଇଁ ସେ ଦର୍ଶକଙ୍କ ହୃଦୟରେ ରହିଛନ୍ତି। ଏବେ ପରେଶ ରାୱଲ ଗତ କିଛି ଦିନ ହେବ ଅଜୟ ଦେବଗନଙ୍କ ଅପକମିଂ ଫିଲ୍ମ ଦୃଶ୍ୟମ-୩କୁ ନେଇ ଚର୍ଚ୍ଚାରେ ରହିଛନ୍ତି।
ବଲିଉଡ୍ ହଙ୍ଗାମା ସହ କଥାବାର୍ତ୍ତା ବେଳେ ପରେଶ ରାୱଲଙ୍କୁ ପଚରା ଯାଇଥିଲା ଯେ, ଅଜୟ ଦେବଗନଙ୍କ ପ୍ରସିଦ୍ଧ ଫ୍ରାଞ୍ଚାଇଜ୍ର ଟିମ୍ କଣ ତାଙ୍କୁ ସଂପର୍କ କରିଥିଲେ, ଏହା ଉପରେ ଅଭିନେତା କହିଥିଲେ , ହଁ , ନିର୍ମାତାମାନେ ମୋତେ ସଂପର୍କ କରିଥିଲେ। କିନ୍ତୁ ମୁଁ ଭାବିଲି ଯେ, ଏହି ଭୂମିକା ମୋ ପାଇଁ ଉପଯୁକ୍ତ ନଥିଲା। ମଜା ଆସିଲା ନାହିଁ। କିନ୍ତୁ ସ୍କ୍ରିପ୍ଟ ବହୁତ ଭଲ। ମୁଁ ପ୍ରକୃତରେ ପ୍ରଭାବିତ ହେଲି। କିନ୍ତୁ ଏକ ଦମଦାର ସ୍କ୍ରିପ୍ଟରେ ମଧ୍ୟ , ଆପଣଙ୍କୁ ଏକ ଏମିତି ରୋଲ୍ ଆବଶ୍ୟକ ହୋଇଥାଏ , ଯାହାକୁ ନେଇ ଆପଣ ଉତ୍ସାହିତ ହେବେ। ନୁହେଁତ ମଜା ଆସିବ ନାହିଁ।
ଚଳିତ ବର୍ଷ ଜୁନ୍ରେ , ପରେଶ ରାୱଲ ସ୍ପଷ୍ଟ କରିଥିଲେ ଯେ, ସବୁ ମତଭେଦ ସମାଧାନ ହୋଇ ଯାଇଛି ଏବଂ ସେ ହେରାଫେରି-୩ରେ ପ୍ରତ୍ୟାବର୍ତ୍ତନ କରିବା ଓ ଅକ୍ଷୟ କୁମାର ଓ ସୁନିଲ ଶେଟ୍ଟୀଙ୍କ ସହ ପୁଣି ଥରେ କାମ କରିବା ପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ , ଯେଉଁଥିରେ ପ୍ରଶଂସକ ଖୁବ୍ ଉତ୍ସାହିତ ଅଛନ୍ତି।
ଉକ୍ତ ପ୍ରୋଜେକ୍ଟରୁ ତାଙ୍କର ହଟିବାରେ ଖୁବ୍ ବିବାଦ ହୋଇଥିଲା। କିନ୍ତୁ ଏହି ବିବାଦର କଣ ପ୍ରିୟଦର୍ଶନଙ୍କ ସହ ତାଙ୍କର ବ୍ୟକ୍ତିଗତ ଓ ବୃତ୍ତିଗତ ସଂପର୍କ ଉପରେ ପ୍ରଭବା ପଡ଼ିଲା ? ପରେଶ ରାୱଲ କହିଥିଲେ,- ବହୁତ କିଛି ହୋଇଛି , କିନ୍ତୁ ଏଥିରେ ପ୍ରିୟଦର୍ଶନଙ୍କ ସହ ମୋର ସଂପର୍କରେ କୌଣସି ଫାଟ ସୃଷ୍ଟି ହୋଇ ନାହିଁ । ଏମିତି ସଂପର୍କ ଖରାପ ହୁଏନି। ବାସ୍ତବ କଥା ହେଲା ଏହାଯେ, ଏଥିରେ ଆମର ସଂପର୍କ ଆହୁରି ମଜବୁତ ହୋଇଛି। ଏସବୁ ଭିତରେ ଏବେ ଆମେ ପରସ୍ପରକୁ ଆହୁରୁ ଭଲ ଭାବେ ଜାଣିଲୁ। ଆମର ସଂପର୍କ ଖୁବ୍ ସ୍ୱଚ୍ଛ। ପରେଶ ରାୱଲ ଏହି ସମୟରେ ରିଲିଜ ହୋଇଥିବା ହରର-କମେଡି ଫିଲ୍ମ ଥମ୍ମାର ସଫଳତାର ଆନନ୍ଦ ନେଉଛନ୍ତି। ପରେଶ ରାୱଲ ଏଥିରେ ଶ୍ରୀ ରାମ ବଜାଜ ଗୋୟଲର ଭୂମିକାରେ ନଜର ଆସିଛନ୍ତି , ଯିଏ କି ସର୍ବଦା କମେଡିରେ ଟ୍ରାଜେଡି ଖୋଜନ୍ତି। ଆଦିତ୍ୟ ସରପୋତଦାରଙ୍କ ଦ୍ୱାରା ନିର୍ଦ୍ଦେଶିତ , ଥମ୍ମା ମେଡାକ୍ ଫିଲ୍ମସର ଲୋକପ୍ରିୟ ହରର କମେଡି ୟୁନିଭର୍ସର ୫ମ କିସ୍ତି। ଫିଲ୍ମରେ ଆୟୁଷ୍ମାନ ଖୁରାନ, ରଶ୍ମିକା ମନ୍ଦାନା , ନୱାଜୁଦ୍ଦିନ ସିଦ୍ଦିକୀ ଓ ପରେଶ ରାୱଲ ମୁଖ୍ୟ ଭୂମିକାରେ ଅଛନ୍ତି ଏବଂ ଫିଲ୍ମ ହଲ୍ରେ ଧମାକା କରିଛନ୍ତି। ୟୁନିଭର୍ସରେ ସ୍ତ୍ରୀ , ସ୍ତ୍ରୀ-୨ , ଭେଡିଆ-୨ ଓ ମୁଞ୍ଜ୍ୟା ଭଳି ଫିଲ୍ମ ସାମିଲ ଅଛି।




