ବଲିଉଡ୍‌କୁ ପୁଣି ଧକ୍କା: ପଙ୍କଜ ଓ ଅଶରାନୀଙ୍କ ପରେ ଏବେ ସତୀଶ ଶାହଙ୍କ ପରଲୋକ

ବଲିଉଡ୍‌କୁ-ପୁଣି-ଧକ୍କା:-ପଙ୍କଜ-ଓ-ଅଶରାନୀଙ୍କ-ପରେ-ଏବେ-ସତୀଶ-ଶାହଙ୍କ-ପରଲୋକ

ମୁମ୍ବାଇ: ୨୦୨୫ ବର୍ଷ ଶେଷ ହେବାକୁ ଯାଉଥିବା ବେଳେ ଭାରତୀୟ କଳା ଜଗତରେ ଗୋଟିଏ ପରେ ଗୋଟିଏ ତାରକା ବିଦାୟ ନେଉଛନ୍ତି। ନିକଟରେ ବଲିଉଡ୍‌ ଅଭିନେତା ପଙ୍କଜ ଧୀର ଓ ଅଶରାନୀଙ୍କ ବିୟୋଗ ହୋଇଥିବା ବେଳେ ଶନିବାର ଆଉ ଜଣେ ଭେଟେରାନ ଶତୀଶ ଶାହଙ୍କ ପରଲୋକ ହୋଇଛି। ଅକ୍ଟୋବର ୨୫(ଶନିବାର) ଅପରାହ୍ନ ୨.୩୦ ସମୟରେ ମୁମ୍ବାଇ ହିନ୍ଦୁଜା ହସ୍‌ପିଟାଲ୍‌ରେ ଚିକିତ୍ସିତ ଅବସ୍ଥାରେ ସତୀଶ ଶାହଙ୍କ ବିୟୋଗ ହୋଇଥିବା ତାଙ୍କ ମ୍ୟାନେଜର ସୂଚନା ଦେଇଛନ୍ତି।   

ଏହି ୭୪ ବର୍ଷୀୟ ଅଭିନେତା କିଡନୀ ସମ୍ବନ୍ଧୀୟ ରୋଗ ଯୋଗୁ କିଛିଦିନ ହେବ ଅସୁସ୍ଥ ହୋଇପଡିଥିଲେ। ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା। ନିକଟରେ ତାଙ୍କର ଏକ କିଡନୀ ପ୍ରତିରୋପଣ ମଧ୍ୟ ହୋଇଥିଲା। ତାଙ୍କ ମ୍ୟାନେଜର ମିଡିଆକୁ ଦେଇଥିବା ସୂଚନା ଅନୁସାରେ, ଅଭିନେତାଙ୍କ ମରଶରୀର ବର୍ତ୍ତମାନ ହସ୍ପିଟାଲରେ ରହିଛି। ରବିବାର ତାଙ୍କର ଅନ୍ତିମ ସଂସ୍କାର କରାଯିବ।

​​​​​​​ସାରାଭାଇ ବନାମ ସାରାଭାଇ‘, ‘ଜାନେ ଭି ଦୋ ୟାରୋଏବଂ ମୈଁ ହୁଁ ନାଭଳି ଅନେକ ଫିଲ୍ମରେ ଅଭିନୟ କରି ସେ ସାରା ଦେଶରେ ଲୋକପ୍ରିୟତା ସାଉଁଟି ଥିଲେ। ୪ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କ କ୍ୟାରିଅରରେ, ସତୀଶ ଶାହ ଚଳଚ୍ଚିତ୍ର ଏବଂ ଟେଲିଭିଜନରେ ତାଙ୍କର ଜବରଦସ୍ତ ଅଭିନୟରେ ସେ ଏକ ଘରେ ଘରେ ପରିଚିତ ହୋଇପାରିଥିଲେ। ୧୯୮୩ ମସିହାରେ ମୁକ୍ତିଲାଭ କରିଥିବା ଜାନେ ଭି ଦୋ ୟାରୋ ଚଳଚ୍ଚିତ୍ରରେ ସେ ଏକାଧିକ ଚରିତ୍ରରେ ନିଖୁଣ ଅଭୀନୟ କରି ଚର୍ଚ୍ଚାରେ ରହିଥିଲେ।

ସେ ଅଭିନୟ କରିଥିବା ଚଳଚ୍ଚିତ୍ର ମଧ୍ୟରେ  ହମ୍ ସାଥ୍-ସାଥ୍ ହେଁ‘, ‘ମେନ୍ ହୁଁ ନା‘, ‘କଲ୍ ହୋ ନା ହୋ‘, ‘କଭି ହାନ୍ କଭି ନା‘, ‘ଦିଲୱାଲେ ଦୁହ୍ଲନିଆଁ ଲେ ଜାୟେଙ୍ଗେଏବଂ ଓମ୍ ଶାନ୍ତି ଓମ୍ଓ କହୋନା ପ୍ୟାର ହେ ଭଳି ଲୋକପ୍ରିୟ ହିଟ୍ ସିନେମା ରହିଛି।

Scroll to Top