ଆମେରିକା ଯାଉ ନାହାନ୍ତି ଭାରତୀୟ ! ଅଗଷ୍ଟରେ ୧୫% ଖସିଲା ଯାତ୍ରୀଙ୍କ ସଂଖ୍ୟା

ଆମେରିକା-ଯାଉ-ନାହାନ୍ତି-ଭାରତୀୟ-!-ଅଗଷ୍ଟରେ-୧୫%-ଖସିଲା-ଯାତ୍ରୀଙ୍କ-ସଂଖ୍ୟା

ନୂଆଦିଲ୍ଲୀ: ନାନା କଟକଣା ଓ ଭାରତ ବିରୋଧୀ ମନୋଭାବ ଯୋଗୁ ଆମେରିକା ଯାଉଥିବା ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଛି। ଜୁଲାଇ ଅପେକ୍ଷା ଅଗଷ୍ଟ ମାସରେ ଏହି ସଂଖ୍ୟା ୧୫ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି। ଜାତୀୟ ଯାତ୍ରା ଏବଂ ପର୍ଯ୍ୟଟନ କାର୍ଯ୍ୟାଳୟ (NTTO)ରୁ ଏହି ସୂଚନା ମିଳିଛି। ଗତ ୩ ମାସ ହେବ ଲଗାତର ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଏହା ପୂର୍ବରୁ ଜୁନ ମାସରେ ୮ ପ୍ରତିଶତ ଓ ଜୁଲାଇରେ ୬ ପ୍ରତିଶତ ହ୍ରାସ ପାଇଥିଲା।
ଋଷ ଠାରୁ ତେଲ କିଣିବାକୁ ନେଇ ଆମେରିକା ଭାରତ ଉପରେ ଟାରିଫ ଲଗାଇବା ସହିତ ଆମେରିକା ନେତାମାନେ ଅନେକ ସମୟରେ ଭାରତ ବିରୋଧୀ ମନ୍ତବ୍ୟ ଦେଉଛନ୍ତି। ଭାରତକୁ ଧୋକା ଦେଇ ପାକିସ୍ତାନ ସହିତ ସମ୍ପର୍କ ଗଢ଼ୁଛନ୍ତି ଟ୍ରମ୍ପ। ଏହା ବାଦ୍ ଆମେରିକାର ଭାରତୀୟଙ୍କ ଉପରେ ହେଉଥିବା ଆକ୍ରମଣ ବି ପର୍ଯ୍ୟଟନ ହ୍ରାସର ଏକ କାରଣ। ତେବେ ଭାରତୀୟ ପର୍ଯ୍ୟଟଙ୍କ ହ୍ରାସରେ ଆମେରିକା ଅର୍ଥନୀତିକୁ ମଧ୍ୟ ଆଘାତ ପହଞ୍ଚିପାରେ। ଏହି ଗ୍ରୀଷ୍ମ ଋତୁରେ ଆମେରିକା ପର୍ଯ୍ୟଟନ ସ୍ଥଳକୁ ୩୪୦ ମିଲିଅନ ଡଲାରର କ୍ଷତି ହେବ ବୋଲି ଆକଳନ କରାଯାଇଛି।

ଏଥର ଗ୍ରୀଷ୍ମ ଋତୁରେ ଭାରତୀୟ ପର୍ଯ୍ୟଟକମାନେ ଗତ ବର୍ଷ ତୁଳନାରେ ପ୍ରାୟ ୧% କମ୍ ଆମେରିକା ଯାତ୍ରା କରିଥିଲେ। ହେଲେ ୨୦୨୪ ର ସମାନ ସମୟରେ କିନ୍ତୁ ଆମେରିକାରେ ଭାରତୀୟ ପର୍ଯ୍ୟଟକଙ୍କ ଦୃଢ଼ ଅଭିବୃଦ୍ଧି ଦେଖିବାକୁ ମିଳିଥିଲା। ଜୁନରେ ୩୫%, ଜୁଲାଇରେ ୨୬% ଏବଂ ଅଗଷ୍ଟରେ ୯% ଗସ୍ତ ବୃଦ୍ଧି ପାଇଥିଲା।
ଭାରତୀୟ ପର୍ଯ୍ୟଟକମାନେ ସେମାନଙ୍କ ଅଧିକ ଖର୍ଚ୍ଚ ପାଇଁ ବିଶେଷ ଭାବରେ ସାରା ବିଶ୍ୱରେ ଜଣାଶୁଣା। ୨୦୨୪ ମସିହାରେ, ପ୍ରତ୍ୟେକ ପର୍ଯ୍ୟଟକ ପ୍ରତି ଯାତ୍ରା ପାଇଁ ହାରାହାରି ୫,୨୦୦ ଡଲାର ଖର୍ଚ୍ଚ କରିଥିଲେଯାହା ବିଶ୍ୱ ହାରାହାରି $୧,୮୦୨ର ପ୍ରାୟ ତିନି ଗୁଣ। କାନାଡା, ମେକ୍ସିକୋ ଏବଂ ଯୁକ୍ତରାଜ୍ୟ ପରେ ଚତୁର୍ଥ ଦେଶ ଭାବେ ଆମେରିକାକୁ ଅଧିକ ଭାରତୀୟ ଯାତ୍ରୀ ଯାଆନ୍ତି। ହେଲେ ଏଥର ଆମେରିକା ପର୍ଯ୍ୟଟନକୁ ବଡ଼ ଆଘାତ ଲାଗିପାରେ।

Scroll to Top