ସୋଆ ଗ୍ରୀନ କ୍ଲବ୍ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ଗଛ ଲଗାଇବାକୁ ବାର୍ତ୍ତା ଦେଲେ ସୋଆ ନିର୍ଦ୍ଦେଶିକା

ସୋଆ-ଗ୍ରୀନ-କ୍ଲବ୍-ପକ୍ଷରୁ-ବୃକ୍ଷ-ରୋପଣ-କାର୍ଯ୍ୟକ୍ରମ,-ଗଛ-ଲଗାଇବାକୁ-ବାର୍ତ୍ତା-ଦେଲେ-ସୋଆ-ନିର୍ଦ୍ଦେଶିକା

ଭୁବନେଶ୍ବର: ସୋଆ ଷ୍ଟାଡିୟମରେ ପାଳି ହୋଇଛି ବୃକ୍ଷ ରୋପଣ କାର୍ଯ୍ୟକ୍ରମ। ସୋଆ ଗ୍ରୀନ କ୍ଳବ୍ ଦ୍ଵାରା ଆୟୋଜିତ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସୋଆ ଡିମଡ ଟୁ ବି ୟୁନିଭର୍ସିଟିର ଭାଇସ ପ୍ରେସିଡେଣ୍ଟ ଶାଶ୍ଵତୀ ଦାସ ବୃକ୍ଷ ରୋପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଆରମ୍ଭ ହୋଇଥିବା କ୍ୟାମ୍ପେନ୍ ‘ଏକ୍‌ ପେଡ୍‌ ମା କେ ନାମ୍’ରେ ଅନୁପ୍ରାଣିତ ହୋଇ ଗଛ ଲଗାଇଛନ୍ତି ଶ୍ରୀମତି ଦାସ।

ଏହି ଅବସରରେ ସେ କହିଛନ୍ତି ବର୍ତ୍ତମାନ ଗ୍ଲୋବାଲ ୱାର୍ମିଂ ଏକ ବଡ଼ ଆହ୍ବାନ ଭାବେ ଠିଆ ହୋଇଛି। ତେଣୁ ସମସ୍ତଙ୍କୁ ଗଛ ନିହାତି ଲଗାଇବା ଦରକାର। ଗ୍ଲୋବାଲ ୱାର୍ମିଂକୁ ପ୍ରତିହତ କରିବା ପାଇଁ ଘରେ ବାହାରେ ସମସ୍ତେ ଗଛ ଲଗାନ୍ତୁ ବୋଲି ସୋଆ ନିର୍ଦ୍ଦେଶିକା ଶାଶ୍ଵତୀ ଦାସ କହିଛନ୍ତି। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସୋଆର ଡି ମାନେ ଯୋଗ ଦେଇ ଗଛ ଲଗାଇଛନ୍ତି। ଛାତ୍ରଛାତ୍ରୀମାନେ ମଧ୍ୟ ‘ଏକ ପେଡ୍‌ ମା କେ ନାମ୍’ ନାରା ଦେବା ସହ ଗଛ ଲଗାଇଥିଲେ।

Scroll to Top