ନୂଆଦିଲ୍ଲୀ – ତେଲେଙ୍ଗାନାର ମହବୁବନଗରର ୩୦ ବର୍ଷିୟ ସଫ୍ଟୱେୟର ଇଂଜିନିୟର ମହମ୍ମଦ ନିଜାମୁଦ୍ଦିନଙ୍କ କାଲିଫର୍ଣ୍ଣିଆରେ ହୋଇଛି ମୃତ୍ୟୁ। ଚଳିତ ମାସର ଆରମ୍ଭରେ କାଲିଫର୍ଣ୍ଣିଆରେ ପୁଲିସ୍ ଗୁଳି କରି ହତ୍ୟା କରିଥିବା ସୂଚନା ଆସିଥିଲା। ନିଜ ମୃତ୍ୟୁର କିଛି ସପ୍ତାହ ପୂର୍ବରୁ , ନିଜାମୁଦ୍ଦିନ ସାର୍ବଜନିକ ଭାବେ କାର୍ଯ୍ୟସ୍ଥଳୀ ଓ ଘରେ ଗୁରୁତର ନିର୍ଯାତନା ଓ ଜାତିଗତ ଭେଦଭାବର ଶିକାର ହୋଇଥିବା ଅଭିଯୋଗ କରି ଥିଲେ। ଏମିତି କି ଏହା ମଧ୍ୟ ଦାବି କରିଥିଲେ ଯେ, ତାଙ୍କର ଖାଦ୍ୟରେ ବିଷ ମିଶାଇ ଦିଆ ଯାଇଥିଲା।
ଲିଙ୍କ୍ଡଇନ୍ରେ ଏକ ପୋଷ୍ଟରେ , ନିଜାମୁଦ୍ଦିନ ନିଜକୁ ଜାତିଗତ ଘୃଣାର ଶିକାର ହେବା କହିଥିଲେ ଏବଂ ବର୍ଣ୍ଣବାଦୀ ଶ୍ୱେତ ଆମେରିକୀୟ ମାନସିକତାକୁ ବନ୍ଦ କରିବାକୁ ଆହ୍ୱାନ କରି ଥିଲେ। ସେ ଲେଖିଥିଲେ – ମୁଁ ଜାତିଗତ ଘୃଣା , ଜାତିଗତ ଭେଦଭାବ , ଜାତିଗତ ଉତ୍ପୀଡ଼ନ , ନିର୍ଯାତନା , ବେତନ ଠକେଇ , ଭୁଲ ଉପାୟରେ ଚାକିରିରୁ ବାହାର କରିବା ଏବଂ ନ୍ୟାୟ ପ୍ରତି ବାଧାର ଶିକାର ହୋଇଛି… ବାସ୍ ବହୁତ ହୋଇଗଲା । କର୍ପୋରେଟ୍ ଏକଛତ୍ରବାଦୀଙ୍କ ଅତ୍ୟାଚାର ବନ୍ଦ ହେବା ଉଚିତ୍।
ନିଜାମୁଦ୍ଦିନ କହିଛନ୍ତି ଯେ, ସେ ଆମେରିକା ସ୍ଥିତ ସଫ୍ଟୱେୟର ସେବା ଫର୍ମ EPAM ସିଷ୍ଟମସ ମାଧ୍ୟମରେ ଗୁଗଲରେ କାମ କରୁ ଥିଲେ। ସେ କମ୍ପାନୀ ଓ ନିଜର ସହ କର୍ମୀଙ୍କ ଉପରେ ଶତ୍ରୁତା ଓ କମ୍ ଦରମା ଦେବାର ଅଭିଯୋଗ ଲଗେଇ ଥିଲେ। ସେ ଅଭିଯୋଗ କରିଥିଲେ ଯେ କମ୍ପାନୀ ଦରମାରେ ମଧ୍ୟ ଠକେଇ କରିଛି…ସେ ସଂପୂର୍ଣ୍ଣ ରୂପେ ଭୁଲ୍ ଉପାୟରେ ମୋତେ ଚାକିରିରୁ କାଢି ଦେଲେ।
ନିଜାମୁଦ୍ଦିନ କହିଥିଲେ ଯେ, ଚାକିରି ଚାଲିଯିବା ପରେ ମଧ୍ୟ ଏକ ରେସିଷ୍ଟ ଡିକ୍ଟେଟିଭ୍ ଆଣ୍ଡ ଟିମ୍ ଦ୍ୱାରା ତାଙ୍କୁ ଧମକାଇବା ଜାରି ରହିଥିଲା ଏବଂ ଏହା ସେପର୍ଯ୍ୟନ୍ତ ବଢି ଚାଲିଲା ଯେପର୍ଯ୍ୟନ୍ତ ତାଙ୍କୁ ଚାକିରିରୁ ବାହାର କରାଯାଇ ନଥିଲା। ଆମେରିକା ସ୍ଥିତ ସଫ୍ଟୱେୟର ଇଂଜିନିୟର ସେବା ଫର୍ମ ଓ ଗୁଗଲ କ୍ଲାଉଡ୍ ପାର୍ଟନର ଇପିଏଏମ୍ ସିଷ୍ଟମ୍ସ ନିଜର ୱେବସାଇଟ୍ରେ ଉପଲବ୍ଧ ସୂଚନା ଅନୁସାରେ , ଏବେସୁଦ୍ଧା ଅଭିଯୋଗ ଉପରେ କୌଣସି ପ୍ରତିକ୍ରିୟା ଦେଇନାହିଁ।
ନିଜାମୁଦ୍ଦିନ ତାଙ୍କ ପୋଷ୍ଟରେ ତାଙ୍କର ସହକର୍ମୀ , ନିଯୁକ୍ତିକର୍ତ୍ତା, କ୍ଲାଏଣ୍ଟ , ଡିକ୍ଟେଟିଭ୍ ଓ ସେମାନଙ୍କର ସଂପ୍ରଦାୟକୁ ମୁଖ୍ୟ ଆକ୍ରମଣକାରୀ ଭାବେ ଦର୍ଶାଇଛନ୍ତି। ସେ ଚେତାବନୀ ଦେଇ କହିଛନ୍ତି , ଆଜି ଏହା ମୋ ସହ ହେଉଛି , ଏବଂ କାଲି ଏହା ଆଉ ସହ ମଧ୍ୟ ହୋଇପାରେ। ସେ ଦୁନିଆକୁ ନ୍ୟାୟ ପାଇଁ ଅନୁରୋଧ କରିଛନ୍ତି।
ଉଲ୍ଲେଖନୀୟ ଯେ, ନିଜାମୁଦ୍ଦିନ ଟେକ୍ କମ୍ପାନୀରେ କାମ କରିବା ପାଇଁ ସାନ୍ତା କ୍ଲାରା , କାଲିଫର୍ଣ୍ଣିଆ ଯିବା ପୂର୍ବରୁ ଫ୍ଲୋରିଡାର ଏକ କଲେଜରୁ କମ୍ପ୍ୟୁଟର ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ତାଙ୍କ ପରିବାର ତାଙ୍କୁ ଏକ ଶାନ୍ତ , ଧାର୍ମିକ ବ୍ୟକ୍ତି କହିଥିଲେ, ଯିଏକି ଭେଦଭାଗ , ବେତନ ଠକେଇ ଓ ଭୁଲ୍ ଉପାୟରେ ବହିଷ୍କାର ବିଷୟରେ ବାରମ୍ୱାର ଚିନ୍ତା କରୁଥିଲେ।
ତାଙ୍କର ପିତା ମହମ୍ମଦ ହସନୁଦ୍ଦିନ କହିଛନ୍ତି ଯେ, ତାଙ୍କୁ ନିଜ ପୁଅର ମୃତ୍ୟୁ ଖବର ଗୁରୁବାର ଦିନ ମିଳିଲା । ହେଲେ କୁହାଯାଉଛି ଯେ, ୩ ସେପ୍ଟେମ୍ୱରରେ ଜଣେ ରୁମମେଟଙ୍କ ସହ ଝଗଡ଼ା ପରେ ଗୁଳି କରାଯାଇ ଥିଲା। ସେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ନିଜ ପୁଅର ମୃତଦେହକୁ ଭାରତ ଫେରେଇ ଆଣିବାକୁ ସାହାଯ୍ୟ ନେଇ ଅପିଲ କରିଛନ୍ତି।




