Mother turns killer:୩ବର୍ଷର ଝିଅକୁ ହ୍ରଦକୁ ଫିଙ୍ଗିଲା ଜନ୍ମକଲା ମାଆ, ପ୍ରେମ ପାଇଁ ମାଆ ସାଜିଲା ପିଶାଚୀ

mother-turns-killer:୩ବର୍ଷର-ଝିଅକୁ-ହ୍ରଦକୁ-ଫିଙ୍ଗିଲା-ଜନ୍ମକଲା-ମାଆ,-ପ୍ରେମ-ପାଇଁ-ମାଆ-ସାଜିଲା-ପିଶାଚୀ

ଲିଭ ଇନ୍ ରହିଲା ପିଶାଚୀ ସାଜିଲା। ବୟଫ୍ରେଣ୍ଡ୍ ପାଇଁ ଛୁଆକୁ ହତ୍ୟାକଲା। ୩ବର୍ଷର ଝିଅକୁ ହ୍ରଦକୁ ଫିଙ୍ଗିଲା ଜନ୍ମକଲା ମାଆ ।

Manasranjan Mohanty

  • Published: Friday, 19 September 2025
  • Last updated: 19 September 2025, 07:25 AM IST

Mother turns killerCredit: OTV

Mother turns killer

ପ୍ରେମ ପାଇଁ ମାଆ ସାଜିଲା ପିଶାଚୀ। ତିନି ବର୍ଷର ଝିଅକୁ ହ୍ରଦକୁ ଫିଙ୍ଗି ମାରିଦେଲା। ରାଜସ୍ଥାନ ଆଜମେର୍ ଅଞ୍ଚଳରେ ଘଟିଛି ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ। ପ୍ରଥମ ବିବାହରୁ ଜନ୍ମିତ ଶିଶୁକନ୍ୟାକୁ ନେଇ ଲିଭଇନ୍ ପାର୍ଟନର୍ ତାତ୍ସଲ୍ୟ କରିବାରୁ ଝିଅକୁ ହ୍ରଦକୁ ଫିଙ୍ଗି ହତ୍ୟା କରିଛି ମାଆ।

ସୂଚନା ଅନୁସାରେ, ଆଜମେରରେ ରହୁଥିବା ଅଞ୍ଜଳି ମଙ୍ଗଳବାର ରାତିରେ ତାଙ୍କ ତିନିବର୍ଷର ଝିଅ କେଉଁଆଡ଼େ ଚାଲିଯାଇଥିବା ଅଭିଯୋଗ କରିଥିଲେ । ରାସ୍ତାରେ ଯାଉଥିବାବେଳେ ଝିଅଟି ନିଖୋଜ ହୋଇଯାଇଥିବା କହିଥିଲେ । ପୋଲିସ ସାରାରାତି ଖୋଜାଖୋଜି କରିବା ପରେ ମଧ୍ୟ ଝିଅଟିର ପତ୍ତା ମିଳିନଥିଲା । ପରେ ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ଧରାପଡ଼ିଯାଇଥିଲା ଅଞ୍ଜଳିର ନାଟକ ।

ଝିଅକୁ କୋଳରେ ଧରି ହ୍ରଦ ଅଞ୍ଚଳରେ ବୁଲୁଥିଲେ ମହିଳା ଜଣଙ୍କ । ପରେ ରାତି ପ୍ରାୟ ସାଢେ ଗୋଟାଏରେ ସେ ଏକାକୀ ମୋବାଇଲରେ ବ୍ୟସ୍ତ ଥିବା ସିସିଟିଭି ଫୁଟେଜରେ ରେକର୍ଡ ହୋଇଥିଲା। ପୋଲିସର ସନ୍ଦେହ ହେବାରୁ ସକାଳେ ହ୍ରଦରେ ଖୋଜାଖୋଜି ପରେ ଶିଶୁଟିର ମୃତଦେହ ଉଦ୍ଧାର ହୋଇଥିଲା । ପଚରାଉଚରା ପରେ ସବୁ ସତ ମାନିଯାଇଥିଲେ ଅଞ୍ଜଳି ।

Also Read

ଝିଅଟିକୁ ହ୍ରଦରେ ଫିଙ୍ଗି ଦେଇଥିବା ସେ ସ୍ବୀକାର କରିଥିଲେ । ଅଞ୍ଜଳି ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ଆଜମେରରେ ପ୍ରେମିକ ସହିତ ଲିଭଇନରେ ରହୁଥିଲେ । ଉଭୟ ଏକ ହୋଟେଲରେ ରିସେପନିଷ୍ଟ ଭାବେ କାମ କରୁଥିଲେ । ପ୍ରଥମ ସ୍ବାମୀଙ୍କଠୁ ଜନ୍ମଲାଭ କରିଥିବା ଝିଅଟିକୁ ନେଇ ପ୍ରେମିକ ସବୁବେଳେ ସମାଲୋଚନା କରିଆସୁଥିଲେ । ଏଣୁ ଶେଷରେ ଝିଅଟିକୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇ ହ୍ରଦକୁ ଫିଙ୍ଗିଦେଇଥିଲା ମାଆ। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ କରୁଛି ।

ଓଟିଭି ବିଜ୍ଞାପନ

Scroll to Top