Employees Risk:ଡରାଉଛି ଅଫିସ, କେତେବେଳେ ବି ମୁଣ୍ଡ ଫାଟିପାରେ…

employees-risk:ଡରାଉଛି-ଅଫିସ,-କେତେବେଳେ-ବି-ମୁଣ୍ଡ-ଫାଟିପାରେ…

କର୍ମଚାରୀଙ୍କୁ ଡରାଉଛି ସରକାରୀ ଅଫିସ। ଛାତରୁ କେଉଁଠି ପ୍ଲାଷ୍ଟର ଗଳି ଲୁହା ଛଡ ଦେଖାଗଲାଣି। ତ କେଉଁଠାରୁ ଝରୁଚି ପାଣି। ପ୍ଲାଷ୍ଟର ଖସି ଅଫିସର ଉତୁରି ଯାଇଥିବା ଇଜ୍ଜତଙ୍କୁ ଢାଙ୍କିଦେବା ପାଇଁ ଏଠି ଜରି ପାଲର ଆଶ୍ରା ନିଆଯାଇଛି। ସତେ ଯେମିତି ଏ ଅଫିସ ଚିଲେଇ ଚିଲେଇ କହୁଛି ଏଠୁ ଚାଲିଯାଅ। ନହେଲେ ଅବସ୍ଥା ଖରାପ ହୋଇଯିବ ।

କର୍ମଚାରୀଙ୍କୁ ଡରାଉଛି ସରକାରୀ ଅଫିସ। ଜୀବନକୁ ପାଣି ଛଡ଼ାଇ କାମ କରୁଛନ୍ତି କର୍ମଚାରୀ। ଛାତରୁ କେଉଁଠି ପ୍ଲାଷ୍ଟର ଗଳି ଲୁହା ଛଡ ଦେଖାଗଲାଣି। ତ କେଉଁଠାରୁ ଝରୁଚି ପାଣି। ପ୍ଲାଷ୍ଟର ଖସି ଅଫିସର ଉତୁରି ଯାଇଥିବା ଇଜ୍ଜତଙ୍କୁ ଢାଙ୍କିଦେବା ପାଇଁ ଏଠି ଜରି ପାଲର ଆଶ୍ରା ନିଆଯାଇଛି। ସତେ ଯେମିତି ଏ ଅଫିସ ଚିଲେଇ ଚିଲେଇ କହୁଛି ଏଠୁ ଚାଲିଯାଅ। ନହେଲେ ଅବସ୍ଥା ଖରାପ ହୋଇଯିବ।

ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି  ବଣାଇରେ ଥିବା କୋପରଟିଭ ବ୍ୟାଙ୍କରେ। ଜୀବନକୁ ବାଜିରେ ଲଗାଇ ଏଠି ବିପଦ ସଂକୁଳ ଅବସ୍ଥାରେ କାମ କରୁଛନ୍ତି କର୍ମଚାରୀ। ଯେଉଁ ଚାଷୀମାନେ ଏଠାକୁ ଟଙ୍କା ଉଠାଇବାକୁ ଆସନ୍ତି ତାଙ୍କ ମନରେ ସବୁବେଳେ ସବୁବେଳେ ଭୟ ଭରିହୋଇ ଥାଏ। କାରଣ କେତେବେଳେ କେଉଁ ଅଘଟନ ଯେ ଘଟିଯିବ କହି ହେବନି ।

ଖୋଦ ଅଧିକାରୀଙ୍କ ଚ୍ୟାମ୍ବରର ପ୍ଳାଷ୍ଟର ଛଡ଼ା ଛାତରେ ଛୁଲିଛି ଫ୍ୟାନ। କେତେବେଳେ ପଡ଼ିଯିବ କହି ହେଉନି। ଏମିତି ହିଁ ବିପଦସଂକୁଳ ଅବସ୍ଥାରେ କାମ କରୁଛନ୍ତି ମହିଳା କର୍ମଚାରୀ। କାମ କରୁଥିବା ବେଳେ ପ୍ଳାଷ୍ଟର ଖସି କର୍ମଚାରୀ ଗୁରୁତର ହୋଇଥିବା ମଧ୍ୟ ଅଭିଯୋଗ ଆସୁଛି।

Also Read

ଭିଡିଓ ଦେଖିବା ପାଇଁ କ୍ଲିକ କରନ୍ତୁ

ସେପଟେ ଅଫିସ ଭିତରେ ଖୋଲାମେଲାରେ ଝୁଲିଛି ଇଲଟ୍ରି ତାର। ବର୍ଷକୁ ଏଠାରେ ପ୍ରାୟ 90କୋଟି ଟଙ୍କାର କାରବାର ହୁଏ ହେଲେ ଏଯାଏଁ ଦରମରା ସ୍ଥିତିରେ ଚାଲିଥିବା ଏହି ବ୍ୟାଙ୍କର ସ୍ଥିତି ସୁଧିରିବାର ନାଁ ନେଉନି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି। ତେବେ ଏନେଇ ସମବାୟ ସମତିର ସଭାପତି କହିଛନ୍ତି ଏକ କୋଟି ଟଙ୍କା ସାଂକ୍ସନ ହୋଇଛି ଆସିଲେ କାମ ହେବ।

ଦେଖିବାକୁ ବାକି ରହିଲା କେବେ ସୁଧୁରିବ ଅଫିସର ସ୍ଥିତି। ଆଉ କେବେ ଭୟ ମୁକ୍ତ ହୋଇ ଶାନ୍ତିରେ କାମ କରିବେ କର୍ମଚାରୀ ତାହା ଦେଖିବାକୁ ବାକି ରହିଲା ।

Scroll to Top