ରାଜଧାନୀରେ ଜଣେ ଯୁବତୀଙ୍କୁ ମୃଦୁ ପାନୀୟରେ ନିଶା ଦେଇ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ସଙ୍ଗିତ ନିର୍ଦ୍ଦେଶକଙ୍କ ସହ ଭେଟାଇ ଦେବାକୁ କହି ଲଜକୁ ନେଇ ସହଯୋଗୀଙ୍କ ସହ ମିଶି ଏଭଳି କାଣ୍ଡ ଭିଆଇଛନ୍ତି।
Credit: OTV
ଗଣଦୁଷ୍କର୍ମ
ମୃଦୁ ପାନୀୟରେ ନିଶା ଦେଇ ଗଣଦୁଷ୍କର୍ମ। ଏଭଳି କିଛି ଚାଞ୍ଚଲ୍ୟକର ଅଭିଯୋଗ ରାଜଧାନୀରୁ ଆସିଛି। ଗାୟିକା କରାଇବାକୁ ସ୍ବପ୍ନ ଦେଖାଇ ପୀଡ଼ିତାଙ୍କୁ ନେଇ ଆସିଥିଲେ ଅଭିଯୁକ୍ତ ଚନ୍ଦନ । ତାଙ୍କୁ ସଙ୍ଗିତ ନିର୍ଦ୍ଦେଶକଙ୍କ ସହ ଭେଟାଇବାକୁ କହି ନେଇ ଯାଇଥିଲେ। ଗତ ୧୦ ତାରିଖ ଦିନ ଅପରାହ୍ନ ସମୟରେ ଲଜ୍ କୁ ନେଇ ସେଠି ମୃଦୁ ପାନୀୟ ସହ ନିଶା ଦେଇ ଯୁବତୀଙ୍କ ସହ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଏହାପରେ ଅଭିଯୁକ୍ତ ଚନ୍ଦନ ସମେତ ତାଙ୍କ ଦୁଇ ସହଯୋଗୀ ପ୍ରସନ୍ନ କୁମାର ଆଚାର୍ଯ୍ୟ ଏବଂ ରାଜେଶ ଦାସ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ଏତଲା ପରେ ତିନି ଜଣଙ୍କୁ ବାନ୍ଧିଛି ପୋଲିସ୍ । ପୁରା ମାମଲାରେ ତଦନ୍ତ ଚାଲିଥିବା ସହ ଏଥିରେ ଆଉ କିଏ ସଂପୃକ୍ତ ସେ ନେଇ ଖୋଳତାଡ଼ ଚାଲିଛି।





