Internet Cable: ଗଭୀର ସମୁଦ୍ରରେ ଛିଣ୍ଡିଲା ଇଣ୍ଟରନେଟ୍ କେବୁଲ୍ , ଭାରତରେ ଆଉ ଚାଲିବନି ଇଣ୍ଟରନେଟ୍ ସେବା !

internet-cable:-ଗଭୀର-ସମୁଦ୍ରରେ-ଛିଣ୍ଡିଲା-ଇଣ୍ଟରନେଟ୍-କେବୁଲ୍-,-ଭାରତରେ-ଆଉ-ଚାଲିବନି-ଇଣ୍ଟରନେଟ୍-ସେବା-!

ଗଭୀର ସମୁଦ୍ରରେ ଛିଣ୍ଡିଲା ଇଣ୍ଟରନେଟ୍ କେବୁଲ୍। ଭାରତରେ ଆଉ ଚାଲିବନି ଇଣ୍ଟରନେଟ୍ ସେବା ! ସଜାଡ଼ିବାକୁ ଲାଗିବ ମାସ ମାସର ସମୟ ।

Manasranjan Mohanty

  • Published: Sunday, 14 September 2025
  • Last updated: 14 September 2025, 01:22 PM IST

Internet Cable SnappedCredit: OTV

Internet Cable Snapped

ସାରା ବିଶ୍ୱକୁ ହଇଚଇ କଲାଭଳି ଏକ ଖବର ସାମ୍ନାକୁ ଆସିଛି। ରେଡ୍ ସିରେ ପାଣି ତଳେ ବିଛାଯାଇଥିବା ଅପ୍ଟିକ୍ ଫାଇବର୍ କେବୁଲ୍ ଛିଣ୍ଡି ଯାଇଛି। ଯାହା ଯୋଗୁଁ ଏସିଆର ଅନେକ ଦେଶରେ ଇଣ୍ଟରନେଟ୍ ଗତି ମନ୍ଥର ହୋଇଯାଇଛି। ଏହି କ୍ଷତିଗ୍ରସ୍ତ କେବୁଲ୍‌ଗୁଡ଼ିକରେ SEACOM, AAE-1 ଏବଂ EIG ଭଳି ବଡ଼ ସିଷ୍ଟମ୍ ଅନ୍ତର୍ଭୁକ୍ତ। ତେଣୁ ଏହା ଛିଣ୍ଡିଯିବା ଯୋଗୁଁ ମହାଦେଶଗୁଡ଼ିକ ମଧ୍ୟରେ ଡାଟା ସ୍ଥାନାନ୍ତର ବାଧାପ୍ରାପ୍ତ ହୋଇଛି। ପ୍ରତିଦିନ ଲକ୍ଷ ଲକ୍ଷ ଗିଗାବାଇଟ୍ ଡାଟା ଏହି କେବୁଲ୍ ଦେଇ ଗତି କରେ, ତେଣୁ ଏବେ ଏହା ନହୋପାରିବହା ଯୋଗୁଁ ଅନେକ ଦେଶରେ ଇଣ୍ଟରନେଟ୍ ପ୍ରଭାବିତ ହୋଇଛି। ଇଣ୍ଟରନେଟ୍ ମନିଟରିଂ କମ୍ପାନୀ ନେଟବ୍ଲକ୍ସ କହିଛି ଯେ କେବୁଲ କ୍ଷତି ଯୋଗୁଁ, ଅନେକ ଦେଶରେ ଇଣ୍ଟରନେଟ୍ ଗତି ବହୁତ ଧୀର ହୋଇଯାଇଛି। ଏଥିରେ ଭାରତ ଏବଂ ପାକିସ୍ତାନ ମଧ୍ୟ ଅନ୍ତର୍ଭୁକ୍ତ।

ରିପୋର୍ଟ ଅନୁଯାୟୀ, ଏକ ବାଣିଜ୍ୟିକ ଜାହାଜ ଏହାର ଲଙ୍ଗରକୁ ଟାଣି ନେବା ଦ୍ୱାରା ସମୁଦ୍ର ତଳେ ଥିବା ୪ଟି ଇଣ୍ଟରନେଟ୍ କେବୁଲ କଟି ଯାଇଥିବାରୁ ଏହି ବିଭ୍ରାଟ ଘଟିଛି। କିଛି ରିପୋର୍ଟ ଅନୁସାର ୟେମେନର ହୁଥି ବିଦ୍ରୋହୀମାନେ ଇଣ୍ଟରନେଟ୍ କେବୁଲଗୁଡ଼ିକୁ କ୍ଷତି ପହଞ୍ଚାଇଥାଇ ପାରନ୍ତି। ହେଲେ ଏହା ପଛରେ ଥିବା କାରଣ ସ୍ପଷ୍ଟ ହୋଇନାହି ।

Also Read

ବିଶେଷଜ୍ଞମାନେ କହୁଛନ୍ତି ଯେ କ୍ଷତିଗ୍ରସ୍ତ କେବୁଲଗୁଡ଼ିକୁ ମରାମତି କରିବାକୁ କିଛି ସପ୍ତାହ ଲାଗିପାରେ। ବିଶ୍ୱରେ କେବଳ ତିନି-ଚାରୋଟି କମ୍ପାନୀ ଏପରି ଗଭୀର ସମୁଦ୍ର କେବୁଲଗୁଡ଼ିକୁ ମରାମତି କରିଥାନ୍ତି। କ୍ଷୟକ୍ଷତି ହୋଇଥିବା କେବୁଲଗୁଡ଼ିକ ସମୁଦ୍ର ତଳ ଗଭୀରରେ ପଡ଼ି ରହିଥାଏ, ଯାହାର ମରାମତି ପାଇଁ ଉଚ୍ଚ ପ୍ରଯୁକ୍ତିବିଦ୍ୟାର ଆବଶ୍ୟକ। ବିଶେଷ ଫାଇବର ଡାଇଭର ମାନେ ସମୁଦ୍ରର ଗଭୀରତାକୁ ଯାଇ ସଠିକ୍ କଟ୍ ଚିହ୍ନଟ କରି ଏହାକୁ ସଜାଡ଼ିପାରିବେ। ତେଣୁ ଏହା ସହଜ କାର୍ଯ୍ୟ ନୁହେଁ ଏବଂ ଏଥିପାଇଁ ମାସ ମାସର ସମୟ ମଧ୍ୟ ଲାଗିପାରେ। ଅପଟିକାଲ ଫାଇବର ଛିଣ୍ଡିବାର କାରଣ ମୁଖ୍ୟତଃ ଜାହାଜ ଲଙ୍ଗରିଂ, ପ୍ରାକୃତିକ ବିପର୍ଯ୍ୟୟ କିମ୍ବା କୁଚର୍କି ଗୋଷ୍ଠୀ କାର୍ଯ୍ୟକଳାପ ଯୋଗୁଁ ହୋଇତାଏ। କ୍ଷତିର ସଠିକ୍ କାରଣ ଏବଂ ସ୍ଥାନ ଚିହ୍ନଟ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଉ ପୁନରୁଦ୍ଧାର ତ ଆହୁରି ସମୟସାପେକ୍ଷ।

ଓଟିଭି ବିଜ୍ଞାପନ

Scroll to Top