ସ୍କୁଲରେ ଛାତ୍ରଙ୍କ ସହ ଏମିତି କଲେ ପ୍ରଧାନଶିକ୍ଷକ, ଯନ୍ତ୍ରଣାରେ ହେଲେ ଛଟପଟ
ସ୍କୁଲରେ ଛାତ୍ରଙ୍କୁ ଏମିତି ଦଣ୍ଡ । ପ୍ୟାଣ୍ଟ ଭିତରେ ବିଛୁଆତି ପୁରାଇ ଦେଇଥିବା ଅଭିଯୋଗ । ଯନ୍ତ୍ରଣାରେ ଛଟପଟ ହେଲେ ଛାତ୍ର । ପ୍ରଧାନ ଶିକ୍ଷକଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ ।
Published By: Ruby – Prameya-News7 Bureau | April 19, 2026 01:02 PM
NEWS7
ଯାଜପୁର ୧୯।୪: ସୀମା ଟପିଲା ପ୍ରଧାନଶିକ୍ଷକଙ୍କ ଅତ୍ୟାଚାର ! ଛାତ୍ରଙ୍କ ପ୍ୟାଣ୍ଟ ଭିତରେ ବିଛୁଆତି ପୁରାଇ ଦେଇଥିବା ଅଭିଯୋଗ । ଯନ୍ତ୍ରଣାରେ ଛଟପଟ ହୋଇଥିଲେ ଛାତ୍ର । ଅଭିଭାବକ ମାନେ ଏହା ଜାଣିବା ପରେ ସ୍କୁଲରେ ହୋହଲ୍ଲା କରିଥିଲେ । ସ୍କୁଲକୁ ଆସି ପ୍ରଧାନ ଶିକ୍ଷକଙ୍କୁ ପଚାରିବା ସହ ହୋହଲ୍ଲା କରିଥିଲେ ଅଭିଭାବକ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଳିଆପାଣି କ୍ଲଷ୍ଟରର ସାରୁଆବିଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ସୂଚନାଯୋଗ୍ୟ ଯେ, ସାରୁଆବିଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାସୁଦେବ ଦେହୁରୀଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ । ଛାତ୍ରଙ୍କ ପ୍ୟାଣ୍ଟ ଭିତରେ ବିଛୁଆତି ପୁରାଇ ଦେଇଥିବା ଅଭିଯୋଗ । ଯାହାକୁ ନେଇ ଅଭିଭାବକ ମାନଙ୍କ ଦ୍ୱାରା କାଳିଆପାଣି ଥାନାରେ ପ୍ରଧାନ ଶିକ୍ଷକଙ୍କ ନାଁରେ ଲିଖିତ ଅଭିଯୋଗ ହୋଇଥିଲା । ଯେଉଁଥିରେ ସ୍ଥାନୀୟ ସରପଞ୍ଚ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା ଓ କର୍ମକର୍ତ୍ତା ମାନେ ହସ୍ତକ୍ଷେପ କରିଥିଲେ । ତେବେ ଶିକ୍ଷକ ନିଜ ଦୋଷ ସ୍ୱୀକାର କରି ଏଭଳି ଘଟଣାର ପୁନରାବୃତ୍ତି ନକରିବାକୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ମାମଲାର ଆପୋଷ ସାମାଧାନ ହୋଇଥିବା ସୂଚନା ମିଳିଛି ।
Also Read:- Ganjam kidnapping murder: ପ୍ରଥମେ ଅପହରଣ, ପରେ ଜଙ୍ଗଲରୁ ମିଳିଲା ମୃତଦେହ ; ରହିଛି କାହାର ସଂପୃକ୍ତି ?
ତେବେ ଏଭଳି ଘଟଣାକୁ ସର୍ବସାଧାରଣରେ ନିନ୍ଦା କରାଯିବା ସହ ଶିକ୍ଷକଙ୍କ ନାମରେ ଶୃଙ୍ଖଳାଗତ ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।




