ଆସିଲା ପ୍ରଶାସନର ବଡ଼ ନିଷ୍ପତ୍ତି, ସକାଳ ୬ ଟା ୩୦ ରୁ ଆରମ୍ଭ ହେବ ସ୍କୁଲ

ଆସିଲା-ପ୍ରଶାସନର-ବଡ଼-ନିଷ୍ପତ୍ତି,-ସକାଳ-୬-ଟା-୩୦-ରୁ-ଆରମ୍ଭ-ହେବ-ସ୍କୁଲ

ନୟାଗଡ଼ ୧୯।୦୪ : ଜିଲ୍ଲାପାଳଙ୍କ ବଡ଼ ନିଷ୍ପତ୍ତି । ସୋମବାରଠାରୁ ଜିଲ୍ଲାର ସମସ୍ତ ସ୍କୁଲ ସକାଳୁଆ କରିବାକୁ ନିଷ୍ପତ୍ତି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ଏନେଇ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି  ।

ଖବର ଅନୁଯାୟୀ, ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଯାହାକୁ ଦୃଷ୍ଟିରେ ୧୨ ଜିଲ୍ଲାର ଜିଲ୍ଲାପାଳ ନିଜ ନିଜ ଅଞ୍ଚଳରେ ଥିବା ସ୍କୁଲ ଏବଂ ଅଙ୍ଗନବାଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏପିରିକି କିଛି ଜିଲ୍ଲାପାଳ କେବଳ ସ୍କୁଲ ହିଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହିକ୍ରମରେ ନୟାଗଡ଼ ଜିଲ୍ଲା ମଧୁମିତ ରଥ ବି ବଡ଼ ନିଷ୍ପତ୍ତି ନେଇଛନ୍ତି । ଜିଲ୍ଲାପାଳଙ୍କ ନିଷ୍ପତ୍ତି ଅନୁସାରେ, ସୋମବାର ମାନେ ୨୦ ତାରିଖ ଠାରୁ ଜିଲ୍ଲାର ସମସ୍ତ ସ୍କୁଲ ସକାଳୁଆ ହେବାକୁ ନିଷ୍ପତ୍ତି ନେଇଛନ୍ତି । ସକାଳ ୬ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାଫଳରେ କି ପିଲାମାନେ ଗ୍ରୀଷ୍ମ ପ୍ରକୋପରୁ ବଞ୍ଚିତ ରହିବେ ।

Also Read:-ମୁଁ ହାରିଗଲି ଆଜ୍ଞା.. ମୋ ଜିଲ୍ଲା ମହୋତ୍ସବରେ ମୋତେ ଅପମାନିତ କରାଗଲା…

ସେହିପରି ସ୍କୁଲ ଖୋଲିବ ସମୟରେ ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲରେ ପାନୀୟ ଜଳର ବ୍ୟବସ୍ଥା ଏବଂ ପିଲାମାନେ କିପରି ଖରା ଠାରୁ ଦୂରେଇ ରହିବେ । ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Scroll to Top