ଭିଜିଲାନ୍ସ ଜାଲରେ ଓଏଏସ୍ ବାବୁ, ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ
Published By: Ruby – Prameya-News7 Bureau | October 08, 2025 01:58 PM
NEWS7
ଭଞ୍ଜନଗର ୮।୧୦: ଭିଜିଲାନ୍ସ ଜାଲରେ କାର୍ଯ୍ୟ ନିର୍ବାହୀ ଅଧିକାରୀ । ଏରିୟର କରାଇ ଦେବାକୁ ନେଉଥିଲେ ଲାଞ୍ଚ । ଧରାପଡିଗଲେ ଭିଜିଲାନ୍ସ ହାତରେ । ଧରାପଡିବା ପରେ ବାବୁଙ୍କ ଅନ୍ୟ ଠିକଣାରେ ଚାଲିଛି ରେଡ୍ ।
ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବେଲଗୁଣ୍ଠା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓଏଏସ୍ ବନମାଳୀ ଶତପଥୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଜଣେ କର୍ମଚାରୀଙ୍କ ରିଲିଜ ଅର୍ଡର ଓ ଏରିୟର କରାଇଦେବାକୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ବାଲିପଦର ଛକ ଠାରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଛି ।
ଟଙ୍କା ସହ ଓଏଏସ୍ ବାବୁ ଧରାପଡିବା ପରେ ତାଙ୍କ ଅଫିସ୍, କ୍ୱାର୍ଟର ଓ କବିସୂର୍ଯ୍ୟନଗର ଠାରେ ଥିବା ଦୁଇଟି ବାସଭବନରେ ରେଡ୍ ଚାଲିଛି l ଜଣେ ଡିଏସ୍ପି, ଜଣେ ଇନ୍ସପେକ୍ଟର ଓ ୨ ଜଣ ଜଣ ଏଏସ୍ଆଇ ମିଶି ୮ ଜଣିଆ ଟିମ୍ ତଦନ୍ତ ଜାରି ରଖିଛି ।




