କ୍ୟାବ୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼, ଏହି ମ୍ୟାଡ୍‌ମଙ୍କ ପାଇଁ ଅପହରଣ ପରେ କରିଥିଲେ ଆତ୍ମହତ୍ୟା

କ୍ୟାବ୍‌-ଡ୍ରାଇଭରଙ୍କ-ମୃତ୍ୟୁ-ଘଟଣାରେ-ନୂଆ-ମୋଡ଼,-ଏହି-ମ୍ୟାଡ୍‌ମଙ୍କ-ପାଇଁ-ଅପହରଣ-ପରେ-କରିଥିଲେ-ଆତ୍ମହତ୍ୟା

କ୍ୟାବ୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼, ଏହି ମ୍ୟାଡ୍‌ମଙ୍କ ପାଇଁ ଅପହରଣ ପରେ କରିଥିଲେ ଆତ୍ମହତ୍ୟା

Published By: Kirti – Prameya-News7 Bureau | October 08, 2025 01:51 PM

NEWS7

brek

ଭୁବନେଶ୍ୱର ୦୮।୧୦ : ଟ୍ୟାକ୍ସି ଡ୍ରାଇଭର ବିଦ୍ୟାଧର ମୃତ୍ୟୁ ଘଟଣାରେ ପୋଲିସକୁ ସଫଳତା । ମିଳିଲା ଜୋସ୍ନା ମ୍ୟାଡାମଙ୍କ ମିଳିଲା ଫଟୋ। ଦୀର୍ଘ ଦିନ ଧରି ପୋଲିସ କବ୍‌ଜାରୁ ଦୂରରେ ଥିବା ଜୋସ୍ନା ମ୍ୟାଡାମ୍‌ଙ୍କ ଫଟୋ ଶେଷରେ ପୋଲିସ ହାତରେ ଲାଗିଛି । ଯାହାକୁ ତନାଘନା ଜାରି ରଖିଛି କମିଶନରେଟ୍‌ ପୋଲିସ ।

​​​​​​​ଓପିଏସସି, ଏସଏସସି ହେଉ କି ଏମସିଏଲ ସବୁଠି ମିଳିବ ଚାକିରି। ସେହି ଚାକିରି ଦେବାପାଇଁ  ଗିରଫ ଜଣଙ୍କ ଠାରୁ ବିଦ୍ୟାଧର ନେଇଥିଲେ ଦେଢ଼ କୋଟି ଟଙ୍କା ଓ ଡକ୍ୟୁମେଣ୍ଟ। କିଛି ନମିଳିବାରୁ ଗତ ୧୫ ତାରିଖରେ ଟ୍ରେନ ଯୋଗେ ଅଭିଯୁକ୍ତମାନେ ଭୁବନେଶ୍ବର ଆସି ବିଦ୍ୟାଧରଙ୍କୁ ଟଙ୍କା ମାଗିଥିଲେ। ଜଣେ ମ୍ୟାଡମଙ୍କ ସହ କଥା ହୋଇଥିଲେ। ମାତ୍ର ମ୍ୟାଡମ ତାଙ୍କୁ ଗାଳି ଗୁଲଜ କରିବାପରେ ୧୬ ତାରିଖରେ ସେମାନେ ବିଦ୍ୟାଧରଙ୍କୁ ଅପହରଣ କରି ଯାଜପୁର ନେଇଥିଲେ। ଯାଜପୁରରେ ଥିବା ଏକ କୋଚିଂ ସେଣ୍ଟରରେ ଘରବନ୍ଦୀ କରି ରଖିଲେ। ୧୭ ତାରିଖରେ ବିଦ୍ୟାଧରଙ୍କ ପତ୍ନୀଙ୍କୁ ଫୋନ କରି ଠକେଇ ସମ୍ପର୍କରେ ସୂଚନା ଦେଲେ। ସେହିଦିନ ଅନ୍ୟ ୨ ଅଭିଯୁକ୍ତ ବିଦ୍ୟାଧରଙ୍କ ଘରକୁ ଯାଇ ଏକ ବ୍ୟାଗ ଆଣି ଯାଜପୁର ଫେରି ଆସିଥିଲେ। ଯେଉଁଥିରେ ବିଭିନ୍ନ ପ୍ରାର୍ଥୀଙ୍କର ଡକ୍ୟୁମେଣ୍ଟ ଥିଲା। ହେଲେ ସେହି ବ୍ୟାଗରେ ଗିରଫ ଅଭିଯୁକ୍ତମାନଙ୍କର କୌଣସି ଡକ୍ୟୁମେଣ୍ଟ ନଥିଲା। ୧୭ ଓ ୧୮ ତାରିଖରେ ଅଭିଯୁକ୍ତମାନେ ବିଦ୍ୟାଧରଙ୍କ ପତ୍ନୀଙ୍କୁ ଫୋନ କରି ଡକ୍ୟୁମେଣ୍ଟ ଓ ଟଙ୍କା ମାଗିଥିଲେ। ସବୁ କଥା ଶୁଣିବାପରେ ୧୯ ତାରିଖରେ ବିଦ୍ୟାଧର ସେହିଠାରେ ଫ୍ୟାନରେ ଝୁଲି ପଡିଲେ। ୨୦ ତାରିଖ ସକାଳେ ବିଦ୍ୟାଧରଙ୍କ ମୃତଦେହ ଚନ୍ଦକାରୁ ମିଳିଲା। ସେହି ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମ୍ୟାଡମ ଜୋସ୍ନା କୁଆଡେ ଗାଏବ ହୋଇଯାଇଥିଲେ । ପୋଲିସର ବିଭିନ୍ନ ଟିମ୍‌ ଜିଲ୍ଲାରେ ବାହାରେ ଥିବା ଅନେକ ସନ୍ଦିଗ୍ଧ ସ୍ଥାନମାନଙ୍କରେ ଚଢାଉ କରିଥିଲା । ତଥାପି ମ୍ୟାଡମ ୪୨୦ଙ୍କର କୌଣସି ପତ୍ତା ମିଳିନଥିଲା । ଆଉ ଏବେ ସେହି ଠକ ଜୋସ୍ନା ମ୍ୟାଡମଙ୍କ ଫଟୋ ସାମ୍ନାକୁ ଆସିଛି । ​​​​​

Scroll to Top