କାର୍ରୁ ବିପୁଳ କଫ୍ ସିରପ୍ ଜବତ, ନିଛାଟିଆ ରାସ୍ତାରେ ଫେରାର ହେବାକୁ କରୁଥିଲା ଉଦ୍ୟମ
Published By: Chikun – Prameya-News7 Bureau | June 06, 2026 11:09 PM
NEWS7
ବଲାଙ୍ଗୀର: ଫିଲ୍ମଷ୍ଟାଇଲରେ ହେଉଥିଲା କଫ ସିରପ୍ ଚାଲାଣ। ହେଲେ ଖବର ପାଇ ଧରିଲା ପୋଲିସ। ଶନିବାର ବଲାଙ୍ଗିର ସ୍ମାର୍ଟ ପାର୍କ ନିକଟ ବାଇପାସ ରାସ୍ତାରୁ ଏକ କାରରୁ ବିପୁଳ ପରିମାଣର କଫ ସିରପ୍ ଜବତ କରିଛି ଟାଉନ ଥାନା ପୋଲିସ। ଘଟଣାରେ ୫ ଜଣକୁ ଗିରଫ କରିଛି ପୋଲିସ।
ସୂଚନା ଅନୁସାରେ, ସମ୍ବଲପୁର ଗାଡ଼ି ନମ୍ବର ଥିବା ଏକ କାର୍ ରାତି ଅନ୍ଧାର ଓ ନିଛାଟିଆ ରାସ୍ତା ଦେଇ ଫେରାର ମାରିବାକୁ ଚେଷ୍ଟା କରୁଥିଲା। ହେଲେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଗାଡ଼ିକୁ ଅଟକାଇଥିଲା। ରେଡ୍ ବେଳେ କାରରୁ ବିପୁଳ ପରିମାଣରୁ କଫ୍ ସିରପ୍ ମିଳିଥିଲା। ଏମିତିରେ କାରଟିକୁ ଅଟକ ରଖି କଫ୍ ସିରପ୍ ଜବତ କରିବା ସହ ଘଟଣାରେ ୫ ଜଣକୁ ଗିରଫ କରିଛି ପୋଲିସ।
Also Read: କଳିଝଗଡ଼ା ଉଜାଡ଼ିଦେଲା ସଂସାର : ବାପା ଟ୍ରେନ୍ ଲାଇନ୍ରେ ଜୀବନ ହାରିଲେ, ଆତ୍ମହତ୍ୟା କଲା ପୁଅ
ତେବେ ବିପୁଳ କଫସିରପ୍ ରହିଥିବା ବେଳେ କେଉଁଠୁ କେଉଁଠାକୁ ଚାଲାଣ ହେଉଥିଲା ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବଲାଙ୍ଗିର ଏସଡିପିଓ ସରୋଜ କୁମାର ଉପାଧ୍ୟାୟ।




