ମଦନିଶା କରିଥିଲା ଜୀବନ ଅତିଷ୍ଠ, ଲଣ୍ଡା ହୋଇ ଶପଥ ନେଲେ ଆଉ ଛୁଇଁବେନି
Published By: Chikun – Prameya-News7 Bureau | June 06, 2026 10:51 PM
NEWS7
ଆନନ୍ଦପୁର: ମଦ ପିଇବାରୁ ହେଉଥିଲା ଅନେକ ସ୍ବ୍ୟାସ୍ଥ୍ୟଗତ ଅସୁବିଧା। କାହାର କିଡନୀ ଖରାପ ତ’ କାହାର ଲିଭର ଖରାପ ହେଉଥିଲା। ପୁଣି ମଦ ନିଶା ଯୋଗୁ ପରିବାରରେ ଲାଗିରହୁଥିଲା ଅଶାନ୍ତି। ଏପରିକି ଗାଁରେ ମଧ୍ୟ ହେଉଥିଲା ଗଣ୍ଡଗୋଳ। ଏମିତିରେ ଅତିଷ୍ଠ ହୋଇ ଶେଷରେ ଗାଁର କିଛି ଯୁବକ ନେଲେ ମଦ ଛାଡ଼ିବାକୁ ନିଷ୍ପତ୍ତି। ହେଲେ ମଦ ଛାଡ଼ିବାର ଯେଉଁ ଅଭିନବ ପ୍ରୟାସ କରିଛନ୍ତି ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା।
ଘଟଣା ହେଉଛି ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ଦରଡ଼ିପାଳ ପଞ୍ଚାୟତ ଜଳସୁଆଁ ଗାଁର। ଏଠାରେ ପ୍ରାୟ ୧୫ ଜଣ ଯୁବକ ମଦନିଶାରେ ଅତିଷ୍ଠ ହୋଇ ମଦ ଛାଡ଼ିଛନ୍ତି। ହେଲେ ଏକ ଅଭିନବ ଢଙ୍ଗରେ ସମସ୍ତେ ମଦ ଛାଡ଼ିବାକୁ ନେଇଛନ୍ତି ଶପଥ। ସନ୍ଧ୍ୟାରେ ସମସ୍ତେ ସମୂହ ଭାବରେ ଲଣ୍ଡା ହୋଇଥିଲେ । ଏହା ପରେ ଜଳେଶ୍ବର ମହାଦେବଙ୍କ ମନ୍ଦିରରେ ପହଞ୍ଚିଥିଲେ। ସେଠରେ ମନ୍ଦିର ପୁରୋହିତ ସେମାନଙ୍କ ମଦ ଛାଡ଼ିବାକୁ ଶପଥ କରାଇଥିଲେ।
Also Read: El Niño ପ୍ରଭାବ ଦେଶ ଉପରେ କମ୍ ପଡିପାରେ, ଏହା ସମ୍ପୂର୍ଣ୍ଣ ରୂପେ IOD ଉପରେ ନିର୍ଭରଶୀଳ
ଆଉ ଗାଁର ଏହି ୧୫ ଜଣଙ୍କ ମଦବିରୋଧୀ ପ୍ରୟାସ ପୂରା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଖାଲି ସେତିକି ନୁହେଁ ଗାଁରେ ମଦ୍ୟପାନକୁ ବିରୋଧ କରିବା ସହ ଯୁବପିଢୀଙ୍କୁ ମଦ ବିରୋଧରେ ସଚେତନ କରିବେ ବୋଲି ସେମାନେ ଶପଥ ନେଇଛନ୍ତି।




