ଅଧିନାୟକ ପଦ ଯିବା ପରେ ଗର୍ଜିଲା ସୂର୍ଯ୍ୟଙ୍କ ବ୍ୟାଟ୍, ମୈଦାନରେ ବର୍ଷିଲା ଚୌକା-ଛକା

ଅଧିନାୟକ-ପଦ-ଯିବା-ପରେ-ଗର୍ଜିଲା-ସୂର୍ଯ୍ୟଙ୍କ-ବ୍ୟାଟ୍,-ମୈଦାନରେ-ବର୍ଷିଲା-ଚୌକା-ଛକା

ଅଧିନାୟକ ପଦ ଯିବା ପରେ ଗର୍ଜିଲା ସୂର୍ଯ୍ୟଙ୍କ ବ୍ୟାଟ୍, ମୈଦାନରେ ବର୍ଷିଲା ଚୌକା-ଛକା

ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ଯିବା ପରେ ଷ୍ଟାର୍ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ବ୍ୟାଟରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି। ମୈଦାନକୁ ଓହ୍ଲାଇବା ମାତ୍ରେ ସେ ନିଜ ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କୁ କଡ଼ା ଜବାବ ଦେଇଛନ୍ତି।

Published By: Deepak – Prameya-News7 Bureau | June 06, 2026 11:13 PM

NEWS7

Suryakumar Yadav Smashing Inning Against Shreyas Iyer's Team

ମୁମ୍ବାଇ: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ଯିବା ପରେ ଷ୍ଟାର୍ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ବ୍ୟାଟରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ମୈଦାନକୁ ଓହ୍ଲାଇବା ମାତ୍ରେ ସେ ନିଜ ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କୁ କଡ଼ା ଜବାବ ଦେଇଛନ୍ତି। ମୁମ୍ବାଇ ଟି-୨୦ ଲିଗ୍ ୨୦୨୬ର ୧୨ତମ ମ୍ୟାଚ ‘ଟ୍ରାୟମ୍ଫ ନାଇଟ୍ସ ମୁମ୍ବାଇ ନର୍ଥ ଇଷ୍ଟ’ (TKMNE) ପକ୍ଷରୁ ଖେଳୁଥିବା ସୂର୍ଯ୍ୟଙ୍କର ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଛି। ସେ ପଡ଼ିଆର ଚାରିଆଡ଼େ ଚୌକା ଓ ଛକାର ବର୍ଷା କରି ବିପକ୍ଷ ଦଳର ବୋଲରମାନଙ୍କୁ ନାକେଦମ କରିଦେଇଛନ୍ତି। ବିଶେଷ କଥା ହେଉଛି, ସୂର୍ଯ୍ୟ ଯେଉଁ ଦଳ ବିପକ୍ଷରେ ଏହି ଇନିଂସ ଖେଳିଛନ୍ତି, ତାର ଅଧିନାୟକ ହେଉଛନ୍ତି ଶ୍ରେୟସ ଅୟର, ଯିଏ ଆଜି ଭାରତର ନୂଆ ଟି-୨୦ ଅଧିନାୟକ ହୋଇଛନ୍ତି।

ଅଧିନାୟକ ପଦ ଯିବା ପରେ ଗର୍ଜିଲା ବ୍ୟାଟ୍

ଏହି ରୋମାଞ୍ଚକର ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କ ଦଳର ମୁକାବିଲା ଶ୍ରେୟସ ଅୟରଙ୍କ ଅଧିନାୟକତ୍ୱରେ ଖେଳୁଥିବା ‘ମୁମ୍ବାଇ ଫାଲକନ୍ସ’ ସହ ହୋଇଥିଲା। ତେବେ ସୂର୍ଯ୍ୟ ଏହି ମ୍ୟାଚରେ ଏକ ‘ଇମ୍ପାକ୍ଟ ପ୍ଲେୟାର’ ଭାବେ ବ୍ୟାଟିଂ କରିବାକୁ ଆସିଥିଲେ। କ୍ରିଜକୁ ଆସିବା ମାତ୍ରେ ସେ ପ୍ରମାଣ କରିଦେଇଥିଲେ ଯେ, ତାଙ୍କଠାରୁ ଅଧିନାୟକ ପଦ ସିନା ଛଡ଼ାଇ ନିଆଯାଇଛି, ହେଲେ ଟି-୨୦ କ୍ରିକେଟ୍ରେ ତାଙ୍କର ‘କିଙ୍ଗ୍’ ଅନ୍ଦାଜ ଆଜି ବି ବଜାୟ ରହିଛି।

Also Read: ଇତିହାସ ରଚିଲେ ବୈଭବ, ଭାଙ୍ଗିଲେ ୩୬ ବର୍ଷ ପୁରୁଣା ରେକର୍ଡ

ସୂର୍ଯ୍ୟକୁମାର ଯାଦବ ମାତ୍ର ୨୪ଟି ବଲରୁ ୨୦୦.୦୦ ଷ୍ଟ୍ରାଇକ୍ ରେଟରେ ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ୩ଟି ଚୌକା ଏବଂ ୪ଟି ଛକା ସାମିଲ ଥିଲା। ୱାଙ୍ଖେଡ଼େ ଷ୍ଟାଡିୟମରେ ଉପସ୍ଥିତ ଥିବା ହଜାର ହଜାର ଦର୍ଶକ ପୁଣିଥରେ ପୁରୁଣା ‘୩୬୦ ଡିଗ୍ରୀ ମିଷ୍ଟର ସ୍କାଇ’ଙ୍କ ଚମତ୍କାର ସଟ୍ ଦେଖିବାକୁ ପାଇଥିଲେ।

ବିଜୟୀ ଇନିଂସ ଖେଳି ଜବାବ ଦେଲେ ନୂଆ ଅଧିନାୟକ ଶ୍ରେୟସ ଆୟର

ସୂର୍ଯ୍ୟକୁମାର ଯାଦବଙ୍କ ଏହି ଆକ୍ରମଣାତ୍ମକ ପ୍ରଦର୍ଶନର ଜବାବରେ ନୂଆ ଭାରତୀୟ ଅଧିନାୟକ ଶ୍ରେୟସ ଆୟର ମଧ୍ୟ ପଛରେ ପଡ଼ିନଥିଲେ। ମ୍ୟାଚ୍ ଜିତିବା ପାଇଁ ୧୪୯ ରନର ଟାର୍ଗେଟକୁ ପିଛା କରୁଥିବା ବେଳେ ଶ୍ରେୟସ ଅଧିନାୟକତ୍ଵ ଅର୍ଦ୍ଧଶତକୀୟ ଇନିଂସ ଖେଳି ନିଜ ଦଳକୁ ଜିତାଇଛନ୍ତି। ଆୟର ମାତ୍ର ୩୬ଟି ବଲରୁ ୬୧ ରନ କରିଥିଲେ, ଯେଉଁଥିରେ ୫ଟି ଚୌକା ଏବଂ ୪ଟି ଛକା ସାମିଲ। ଶ୍ରେୟସଙ୍କ ଏହି ମ୍ୟାଚ ବିଜୟୀ ଇନିଂସ ବଳରେ ତାଙ୍କ ଦଳ ମୁମ୍ବାଇ ଫାଲକନ୍ସ ୫ ୱିକେଟରେ ଏହି ମ୍ୟାଚକୁ ନିଜ ନାମରେ କରି ନେଇଛି। ଅଧିନାୟକକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ଦୁଇ ଷ୍ଟାର୍ ଖେଳାଳିଙ୍କ ଏଭଳି ଦମଦାର ପ୍ରଦର୍ଶନ କ୍ରିକେଟ୍ ପ୍ରେମୀଙ୍କୁ ବେଶ୍ ଆନନ୍ଦ ଦେଇଛି।

Scroll to Top