World Homeopathy Day: ବିଶ୍ଵ ହୋମିଓପ୍ୟାଥି ଦିବସ, ସୋରିଆସିସରୁ କେମିତି ସୁସ୍ଥ ହେବେ ? ନିରାକରଣ କହିଲେ ଡା. ନିରଞ୍ଜନ ମହାନ୍ତି

world-homeopathy-day:-ବିଶ୍ଵ-ହୋମିଓପ୍ୟାଥି-ଦିବସ,-ସୋରିଆସିସରୁ-କେମିତି-ସୁସ୍ଥ-ହେବେ-?-ନିରାକରଣ-କହିଲେ-ଡା.-ନିରଞ୍ଜନ-ମହାନ୍ତି

ନୂଆଦିଲ୍ଲୀ: ବିଶ୍ୱ ହୋମିଓପ୍ୟାଥି ଦିବସ ଅବସରରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ହୋଇଛି ସ୍ଵତନ୍ତ୍ର କାର୍ଯ୍ୟକ୍ରମ। ଏହି ରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ ପ୍ରଖ୍ୟାତ ହୋମିଓପ୍ୟାଥିକ୍ ଚିକିତ୍ସକ ଓ ଗବେଷକ ଡା. ନିରଞ୍ଜନ ମହାନ୍ତି ସୋରିଆସିସ୍ ରୋଗର ପରିଚାଳନା ବିଷୟରେ ଏକ ସାରଗର୍ଭକ ଭାଷଣ ପ୍ରଦାନ କରିଛନ୍ତି।

ବିଶିଷ୍ଟ ଅତିଥି, ବରିଷ୍ଠ ଡାକ୍ତର, ଗବେଷକ ଓ ବିଦ୍ୱାନମାନଙ୍କ ଉପସ୍ଥିତିରେ ଡା. ମହାନ୍ତି କହିଛନ୍ତି ଯେ ବିଶ୍ୱରେ ସୋରିଆସିସ୍ ରୋଗୀଙ୍କ ସଂଖ୍ୟା କ୍ରମାଗତ ବଢିଚାଲିଛି। ଏହି ଚର୍ମରୋଗର ଚିକିତ୍ସାରେ ହୋମିଓପ୍ୟାଥି ଏକ ସୁରକ୍ଷିତ, ସାମଗ୍ରିକ ଏବଂ ପ୍ରଭାବଶାଳୀ ପଦ୍ଧତି ବୋଲି ସେ ମତ ଦେଇଥିଲେ।

Also Read: ବିଜ୍ଞାନ ଜଗତରେ ଚମତ୍କାର, ପ୍ରଥମ ଥର ପାଇଁ କ୍ୟାମେରାରେ କଏଦ ହେଲା ଆଲୋକ ଭିତରେ ଥିବା ‘ଅନ୍ଧାର’

ନିଜର ଦୀର୍ଘ କ୍ଲିନିକାଲ୍ ଅଭିଜ୍ଞତା ଆଧାରରେ ଡା. ମହାନ୍ତି ନୂତନ ଚିକିତ୍ସା ପ୍ରୋଟୋକଲ୍ ଏବଂ କ୍ରନିକ୍ ତଥା ଜଟିଳ ମାମଲାର ସଫଳ ପରିଚାଳନା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ସେ କହିଲେ, ହୋମିଓପ୍ୟାଥିରେ ରୋଗୀ ଅନୁଯାୟୀ ବ୍ୟକ୍ତିଗତ ଚିକିତ୍ସା ଏବଂ ବୈଜ୍ଞାନିକ ମାନ୍ୟତା ଅତ୍ୟନ୍ତ ଜରୁରୀ। ପାରମ୍ପରିକ ସିଦ୍ଧାନ୍ତକୁ ଆଧୁନିକ ଗବେଷଣା ସହିତ ଯୋଡିଲେ ଫଳାଫଳ ଅଧିକ ଭଲ ମିଳେ।

ଡା. ମହାନ୍ତିଙ୍କ ଭାଷଣର ଗଭୀରତା, ସ୍ପଷ୍ଟତା ଓ ବ୍ୟବହାରିକ ଉପଯୋଗିତା ପାଇଁ ଉପସ୍ଥିତ ଶ୍ରୋତାମାନେ ତାଙ୍କୁ ପ୍ରଶଂସା କରିଥିଲେ। ଜାତୀୟ ସ୍ତରରେ ହୋମିଓପ୍ୟାଥିକୁ ପ୍ରୋତ୍ସାହିତ କରିବା ଦିଗରେ ଏହି କାର୍ଯ୍ୟକ୍ରମ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଆୟୋଜକମାନେ କହିଛନ୍ତି।

Also Read: ଶୁଭିବ ବିକଟାଳ ରଡି ! ପ୍ରଥମ ଥର ପାଇଁ ଏଲିଅନ୍ ପ୍ରଜାତି ସହିତ ମଣିଷର ହେବ ଜୋରଦାର ସଂଘର୍ଷ

Scroll to Top