Gudari Ranger under Vigilance Net: ଭିଜିଲାନ୍ସ ଜାଲରେ ଗୁଡାରି ରେଞ୍ଜର, ଟଙ୍କା ଧରି ଘରକୁ ଫେରୁଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଗଲେ

gudari-ranger-under-vigilance-net:-ଭିଜିଲାନ୍ସ-ଜାଲରେ-ଗୁଡାରି-ରେଞ୍ଜର,-ଟଙ୍କା-ଧରି-ଘରକୁ-ଫେରୁଥିବା-ବେଳେ-ଭିଜିଲାନ୍ସ-ହାବୁଡ଼ରେ-ପଡ଼ିଗଲେ

୨ ଲକ୍ଷ ୩୪ ହଜାର ଟଙ୍କା ସହ ଧରାପଡ଼ିଲେ ଗୁଡ଼ାରୀ ରେଞ୍ଜର । ଗୁଡ଼ାରୀ ରେଞ୍ଜର ସୁକୁମାର ଦୁଖୁଙ୍କୁ ମାଡ଼ିବସିଲା ଭିଜିଲାନ୍ସ ଟିମ୍ । ଇନ୍ଦ୍ରାବତୀ ବ୍ରିଜ୍ ନିକଟରେ ଧରାପଡ଼ିବା ପରେ ଘରେ ଚାଲିଛି ରେଡ୍ ।

Published By: Ruby – Prameya-News7 Bureau | April 12, 2026 06:20 PM

NEWS7

Vigilance Raid

ନବରଙ୍ଗପୁର ୧୨।୪: ଭିଜିଲାନ୍ସ ଜାଲରେ ଗୁଡାରି ରେଞ୍ଜର ସୁକୁମାର ଦୁଖୁ । ନବରଙ୍ଗପୁର ସହର ସ୍ଥିତ ନିଜ ବାସଭବନକୁ ବ୍ୟକ୍ତିଗତ ଗାଡ଼ିରେ ଆସୁଥିବା ବେଳେ ଇନ୍ଦ୍ରାବତୀ ବ୍ରିଜ୍ ନିକଟରେ ମାଡି ବସିଲା ଭିଜିଲାନ୍ସ । 

ରାୟଗଡା ଜିଲ୍ଲା ଗୁଡାରି ରେଞ୍ଜର ସୁକୁମାର ଦୁଖୁ ୨ ଲକ୍ଷ ୩୪ ହଜାର ୮୦୦ ଟଙ୍କା ଧରି ନିଜ ବ୍ୟକ୍ତିଗତ ଗାଡ଼ିରେ ନବରଙ୍ଗପୁର ଆସୁଥିବା ବେଳେ, ନବରଙ୍ଗପୁରର ଇନ୍ଦ୍ରାବତୀ ବ୍ରିଜ୍ ନିକଟରେ ମାଡି ବସିଲା ଭିଜିଲାନ୍ସ । ସାଙ୍ଗରେ ନେଇ ଗୁଡାରି ସରକାରୀ ବାସଭବନରେ ଅଧିକ ତଦନ୍ତ କରୁଛନ୍ତି । ଅନ୍ୟ ଗୋଟିଏ ଟିମ୍ ନବରଙ୍ଗପୁର ସେନାପତି ସାହିରେ ଥିବା ବାସଭବନରେ ଅଧିକ ତଦନ୍ତ କରୁଛନ୍ତି ।

​​​​​​​Also Read:- Suspected food poisoning: ହଷ୍ଟେଲରେ ଖାଦ୍ୟ ଖାଇଲେ, ଡାକ୍ତରଖାନାରେ ଭର୍ତ୍ତି ହେଲେ

Scroll to Top