Video: ଦୀର୍ଘ ୫୦ ଘଣ୍ଟା ଡ୍ୟୁଟି କରି ଘରକୁ ଫେରିଲେ ‘ପ୍ଲାଷ୍ଟିକ୍ ସର୍ଜନ’ ବୋହୂ, ଏମିତି ସ୍ବାଗତ କଲେ ଶାଶୂ

video:-ଦୀର୍ଘ-୫୦-ଘଣ୍ଟା-ଡ୍ୟୁଟି-କରି-ଘରକୁ-ଫେରିଲେ-‘ପ୍ଲାଷ୍ଟିକ୍-ସର୍ଜନ’-ବୋହୂ,-ଏମିତି-ସ୍ବାଗତ-କଲେ-ଶାଶୂ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେଉଛି । ଏଥିରେ ଜଣେ ବୟସ୍କ ମହିଳା ତାଙ୍କ ବୋହୂଙ୍କୁ ଆଳତୀ କରି ଘରକୁ ପଛୋଟି ଆଣୁଥିବା ଦେଖିବାକୁ ମିଳିଛି । ଏହି ସମୟରେ ଶାଶୂ ଏବଂ ବୋହୂଙ୍କ ବାର୍ତ୍ତାଳପ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ପ୍ରକୃତରେ ବୋହୂ ଜଣେ ପ୍ଲାଷ୍ଟିକ ସର୍ଜନ । ସେ ନିଜ କାମରେ ଏତେ ବ୍ୟସ୍ତ ରହୁଛନ୍ତି ଯେ, ଘରକୁ ସମୟ ଦେଇପାରୁ ନାହାନ୍ତି । ଲଗାତାର ୩-୪ ଦିନ କାମରେ ବ୍ୟସ୍ତ ରହୁଛନ୍ତି । ଯେତେବେଳେ ସେ ପ୍ରାୟ ୫୦ ଘଣ୍ଟାର ଡ୍ୟୁଟି ସାରି ଘରକୁ ଫେରିଛନ୍ତି, ତାଙ୍କ ଶାଶୂ ତାଙ୍କୁ ଆଳତୀ କରୁଥିବା ଦେଖିବାକୁ ମିଳିଛି ।

ପ୍ଲାଷ୍ଟିକ୍ ସର୍ଜନ ସୌମ୍ୟା ଗୁପ୍ତା ୫୦ ଘଣ୍ଟାର ଲମ୍ବା ଡ୍ୟୁଟି ପରେ ଘରକୁ ଫେରିଛନ୍ତି । ପହଞ୍ଚିବା ପରେ, ତାଙ୍କ ଶାଶୂ ତାଙ୍କୁ ପାରମ୍ପରିକ ରୀତିରେ ସ୍ୱାଗତ କରିଛନ୍ତି ଏବଂ ଆଳତୀ କରିଛନ୍ତି। ଏହା ପରେ, ସୌମ୍ୟା ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି । ଭିଡିଓରେ ପ୍ରଥମେ ତାଙ୍କ ଶାଶୂଙ୍କ କଣ୍ଠ ଶବ୍ଦ ଶୁଣିବାକୁ ମିଳୁଛି । ସେ କହୁଛନ୍ତି, ‘ମୁଁ ବହୁତ ଭାଗ୍ୟବାନ ଯେ, ଆପଣ ଆମ ଘରକୁ ଆସିଛନ୍ତି।’

ଶାଶୂ-ବୋହୂଙ୍କ ବାର୍ତ୍ତାଳପ

ଭିଡିଓରେ ବୋହୂଙ୍କ ପ୍ରତି ଥିବା ଶାଶୂଙ୍କ ସ୍ନେହ-ପ୍ରେମ ଝଲସି ଉଠୁଛି । ଏହା ସହ ବୋହୂ ଘରକୁ ସମୟ ଦେଇପାରୁନି ବୋଲି, ଶାଶୂ ମଜାଳିଆ ଢ଼ଙ୍ଗରେ ଆକଟ କରୁଥିବା ମଧ୍ୟ ବାରି ହେଉଛି । ସୌମ୍ୟା ତାଙ୍କ ପାଦ ଛୁଇଁ କହୁଛନ୍ତି, ‘ଭଗବାନ ମୋତେ ସଦବୁଦ୍ଧି ଦିଅନ୍ତୁ ଏବଂ ଘରେ ଅଧିକ ସମୟ ବିତାଇବା ପାଇଁ ସୁଯୋଗ ଦିଅନ୍ତୁ।’ ତାଙ୍କ ଶାଶୂ ମଜାରେ ଉତ୍ତର ଦେଉଛନ୍ତି, ‘ତୁମେ କେବେ ଏପରି ବୋହୂ ଦେଖିଛ… ଯିଏ ପ୍ରତି ଚାରି ଦିନରେ ଘରକୁ ଆସେ ?’ ଶାଶୂ-ବୋହୂଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି।

Also Read: Badshah Weds Isha: ଛାଡପତ୍ରର ୬ ବର୍ଷ ପରେ ଦ୍ଵିତୀୟ ବିବାହ କଲେ ରାପର ବାଦଶାହ ! ଶାଶୂ ସେୟାର କଲେ ୱେଡିଂ ଫଟୋ

ସୋସିଆଲ ମିଡିଆରେ ମିଶ୍ରିତ ପ୍ରତିକ୍ରିୟା

ଏହି ଭିଡିଓଟି ଇନଷ୍ଟାଗ୍ରାମରେ ୪.୫ ନିୟୁତରୁ ଅଧିକ ଭିଉ ଏବଂ ହଜାର ହଜାର ଲାଇକ୍ ପାଇଛି। ଅନେକ ଲୋକ ଏହାକୁ ହୃଦୟସ୍ପର୍ଶୀ ବୋଲି କହିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ତୁମେ ଦୁହେଁ ବହୁତ ଭାଗ୍ୟବାନ।’ ତଥାପି, କିଛି ଲୋକ ଶାଶୂଙ୍କ ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି । କଠିନ ପରିଶ୍ରମ କରିବା ପରେ ମଧ୍ୟ ସୌମ୍ୟାଙ୍କୁ ତାଙ୍କ ଶାଶୂ ତାତ୍ସଲ୍ୟ କରିବା ଅନୁଚିତ ଥିଲା ବୋଲି କିଛି ସୋସିଆଲ ମିଡିଆ ୟୁଜର ମତ ଦେଇଛନ୍ତି ।

Scroll to Top