ଭିଡ଼ର ଫାଇଦା ନେଇ କରୁଥିଲେ ବାଇକ ଚୋରି, ଦୁଇ ଭାଇଙ୍କୁ ବାନ୍ଧିଲା ପୋଲିସ

ଭିଡ଼ର-ଫାଇଦା-ନେଇ-କରୁଥିଲେ-ବାଇକ-ଚୋରି,-ଦୁଇ-ଭାଇଙ୍କୁ-ବାନ୍ଧିଲା-ପୋଲିସ

ଭିଡ଼ର ଫାଇଦା ନେଇ କରୁଥିଲେ ବାଇକ ଚୋରି, ଦୁଇ ଭାଇଙ୍କୁ ବାନ୍ଧିଲା ପୋଲିସ

Published By: Chikun – Prameya-News7 Bureau | March 24, 2026 08:29 PM

NEWS7

Bhadrak City police

ଭଦ୍ରକ: ଭିଡ଼ର ସୁଯୋଗ ନେଇ ଦୁଇ ଭାଇ ମାତିଥିଲେ ବାଇକ୍ ଚୋରିରେ। ଚୋରା ବାଇକକୁ ବିକ୍ରି କରୁଥିଲେ ମାତ୍ର ୨ରୁ ୪ ହଜାର ଟଙ୍କାରେ। ହେଲେ ଏବେ ପୋଲିସ ପଞ୍ଝାରେ। ମଙ୍ଗଳବାର ଭଦ୍ରକ ସହାରାଞ୍ଚଳ ପୋଲିସ ବାଇକ ଚୋରିରେ ସଂପୃକ୍ତ ଥିବା ଦୁଇ ଭାଇଙ୍କୁ ବାନ୍ଧିଛି।

ଭଦ୍ରକ ସିଟି ଡିଏସପିଙ୍କ ସୂଚନା ଅନୁଯାୟୀ, ଭଦ୍ରକ ସହରାଞ୍ଚଳ ଥାନା ଅଧୀନ ଆପର୍ତ୍ତିବିନ୍ଧାର ଅଭିନାଶ ବାରିକ ଓ ତାଙ୍କ ନାବାଳକ ଭାଇ ବାଗୁରାଇ ସ୍ୱାସ୍ଥ୍ୟ କେନ୍ଦ୍ର ଭିତରୁ ଏକ ବାଇକ୍ ଚୋରି କରିଥିଲେ। ଘଟଣାରେ ପୋଲିସ ତଦନ୍ତ କ୍ରମେ ଅଭିନାଶ ଓ ତା’ ଭାଇକୁ ଧରିଥିଲା। ସେମାନଙ୍କ ଠାରୁ ପ୍ରାୟ ୧୫ଟି ଚୋରା ବାଇକ୍ ଜବତ ହୋଇଛି। ଏହି ଘଟଣାରେ ଚୋରା ବାଇକ୍ କିଣିଥିବା ୩ ଜଣ ଗ୍ରାହକଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ସମସ୍ତ ଗିରଫ ଭଦ୍ରକ ଜିଲ୍ଲାର ହୋଇଥିବା ନେଇ ସୂଚନା ଦେଇଛି ପୋଲିସ।

Also Read: ପିଲାଛୁଆ ଜନ୍ମ ନହେବାରୁ ପିଶାଚ ସାଜିଲା ସ୍ବାମୀ, ସ୍ତ୍ରୀକୁ ଜିଅନ୍ତା ଜାଳିଦେଲା​​​​​​​

Scroll to Top