Switch to PNG or lose LPG: ପଶ୍ଚିମ ଏସିଆରେ ଯୁଦ୍ଧଯୋଗୁ ଭାରତରେ ସୃଷ୍ଟି ହୋଇଥିବା ଏଲ୍ପିଜି ସଂକଟ ଭିତରେ କେନ୍ଦ୍ର ସରକାର ଏକ ବଡ଼ ନିର୍ଦ୍ଦେଶ ଜାରି କରିଛନ୍ତି। ଯେଉଁଥିରେ ଭାରତର କୋଟି କୋଟି ପରିବାର ରୋଷେଇ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନଆସିପାରେ। ସହରବାସିନ୍ଦାଙ୍କ ପାଇଁ କଡ଼ା ନିର୍ଦ୍ଦେଶ ଜାରି କରି ସରକାର କହିଛନ୍ତି, ତୁରନ୍ତ ପିଏନ୍ଜି କନେକ୍ସନ ଲଗାଅ ନହେଲେ ଏଲ୍ପିଜି ସପ୍ଲାଏ ବନ୍ଦ କରିଦେବୁ। ପିଏନ୍ଜି ସମୟ କନେକ୍ସନ ପାଇଁ ୩୦ ମାସର ସମୟ ଦିଆଯାଇଥିବା ବେଳେ କାଉଣ୍ଟଡାଉନ୍ ଆଜିଠୁ ଆରମ୍ଭ ହୋଇଯାଇଛି।
ଯଦି ଆପଣଙ୍କ ଘର ପାଖ ଅଞ୍ଚଳକୁ ଗ୍ୟାସ ପାଇପଲାଇନ ସଂଯୋଗ ଆସି ଯାଇଛି, ହେଲେ ଆପଣ PNG ସଂଯୋଗ କିଣି ନାହାଁନ୍ତି, ତେବେ ଆଗାମୀ ତିନି ମାସ ମଧ୍ୟରେ ଆପଣଙ୍କ ଘରକୁ LPG ସିଲିଣ୍ଡର ଯୋଗାଣ ବନ୍ଦ ହୋଇଯିବ। ଆର୍ଥାତ୍ ଆଉ ଆପଣଙ୍କୁ ଏଲ୍ପିଜି ସିଲିଣ୍ଡର ମିଳିବ ନାହିଁ। ଗ୍ୟାସ୍ ସଂକଟ ଯୋଗୁ କେନ୍ଦ୍ର ସରକାର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।
ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଏବଂ ଗ୍ୟାସ ଅଭାବ ସ୍ଥିତି ଯୋଗୁ କେନ୍ଦ୍ର ସରକାର “ପ୍ରାକୃତିକ ଗ୍ୟାସ ଏବଂ ପେଟ୍ରୋଲିୟମ ଉତ୍ପାଦ ବଣ୍ଟନ ଆଦେଶ ୨୦୨୬” କାର୍ଯ୍ୟକାରୀ କରିଛନ୍ତି। ମାର୍ଚ୍ଚ ୨୪ରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଦ୍ୱାରା ଜାରି ନୂଆ ନିର୍ଦ୍ଦେଶ ଅନୁସାରେ ଏବେ ପରିବାର ପାଇଁ ପାଇପଇପ୍ଡ ଗ୍ୟାସ୍ (PNG) ସଂଯୋଗ କରିବା ବାଧ୍ୟତାମୂଳକ ହେବ। ତେବେ ଏହା ପୂର୍ବରୁ ପ୍ରଥମେ ନୋଟିସ୍ ଦିଆଯିବ। ନୋଟିସ୍ ପାଇବା ପରେ ଯଦି କେହି ପିଏନ୍ଜି ସଂଯୋଗ ନେଉ ନାହାନ୍ତି ତେବେ ୯୦ ଦିନ ପରେ ସେମାନଙ୍କର ଏଲପିଜି ଯୋଗାଣ ବନ୍ଦ କରିଦିଆଯିବ। ସୋସାଇଟିଗୁଡ଼ିକୁ ମଧ୍ୟ ତିନି ଦିନ ମଧ୍ୟରେ ପାଇପ୍ ଲାଇନ ଅନୁମୋଦନ ଦେବାକୁ ପଡିବ। ଯଦି ସୋସାଇଟି ପିଏନ୍ଜି କନେକ୍ସନକୁ ମନା କରେ କିମ୍ବା ବିଳମ୍ବ କରେ, ତେବେ ସେଠାରେ ରହୁଥିବା ସମସ୍ତ ଘରକୁ ଏଲପିଜି ଯୋଗାଣ ବନ୍ଦ ହୋଇଯିବ।
ମାର୍ଚ୍ଚ ୧୪ ତାରିଖରେ, ସରକାର PNG ସଂଯୋଗ ସମ୍ପର୍କରେ ନୂଆ ନିୟମ ଜାରି କରିଥିଲେ। ଏହି ନିୟମ ଅନୁଯାୟୀ, ଯଦି ଆପଣଙ୍କ ଘରେ ପାଇପ୍ ଯୁକ୍ତ ପ୍ରାକୃତିକ ଗ୍ୟାସ୍ (PNG) ସଂଯୋଗ ଅଛି, ତେବେ ଆପଣଙ୍କୁ ଏବେ ଆପଣଙ୍କର LPG ସିଲିଣ୍ଡର ଫେରାଇବାକୁ ପଡିବ। ନୂଆ ନିର୍ଦ୍ଦେଶ ଅନୁଯାୟୀ, PNG ଉପଭୋକ୍ତାମାନଙ୍କୁ ନୂଆ LPG ସିଲିଣ୍ଡର ସଂଯୋଗ ମିଳିବ ନାଁ ହିଁ କି ପୁରୁଣା ସିଲିଣ୍ଡରକୁ ରିଫିଲ୍ ହେବ ନାହିଁ।
ଏଲ୍ପିଜି ସିଲିଣ୍ଡର ଅପେକ୍ଷା ପିଏନଜିକୁ ଶସ୍ତା ଓ ସୁରକ୍ଷିତ ବୋଲି ବିଚାର କରାଯାଏ। ତେବେ ଯେଉଁ ଅଞ୍ଚଳରେ ଟେକ୍ନିକାଲି ପିଏନ୍ଜି ଯୋଗାଣ ସମ୍ଭବ ନୁହେଁ, ସେ ଅଞ୍ଚଳ ପାଇଁ ଏହି ନିୟମ ଲାଗୁ ହେବନି, ଯେଉଁଠି ପାଇପ୍ ବିଛାଯାଇ ସଂଯୋଗ ଦିଆଯାଇପାରିବ ସେହିଠାରେ ଏହି ନିୟମ ଲାଗୁ ହେବ।




